ଗ୍ରାମାଞ୍ଚଳକୁ ସଂକ୍ରମଣ ମୁକ୍ତ ରଖିବା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨ା୫(ପି.ଟି.): କରୋନା ମହାମାରୀର ମୁକାବିଲା ଲାଗି ଆଗକୁ ସନ୍ତୁଳିତ ରଣନୀତି ପ୍ରସ୍ତୁତ କରିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନାବେଳେ କହିଛନ୍ତି। ଦେଶପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଲା ଗ୍ରାମାଞ୍ଚଳଗୁଡ଼ିକ କରୋନା ସଂକ୍ରମଣରୁ ମୁକ୍ତ ରଖିଛି ବୋଲି ଆମକୁ ସୁନିଶ୍ଚିତ କରିବାକୁ ହେବ। ଭିଡିଓ କନ୍‌ଫରେନ୍ସରେ ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଲକ୍‌ଡାଉନକୁ ନେଇ କେତେକ ପରାମର୍ଶ ଦେଇଥିଲେ।
ମହାମାରୀ ବିରୋଧରେ ରାଜ୍ୟଗୁଡ଼ିକର ଲଢ଼େଇକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ସଫଳତା ପାଇଁ ସାରା ବିଶ୍ୱର ନଜର ଭାରତ ଉପରେ ରହିଛି। ଯେଉଁଠି ସାମାଜିକ ଦୂରତ୍ୱ ନିୟମ ପାଳନ ହୋଇନାହିଁ କିମ୍ବା ଲକ୍‌ଡାଉନ ଗାଇଡ୍‌ଲାଇନ କାର୍ଯ୍ୟକାରିତାରେ ତ୍ରୁଟି ହୋଇଛି, ସେଠାରେ ସମସ୍ୟା ବଢ଼ିଛି। ତେଣୁ ଲକ୍‌ଡାଉନବେଳେ ଲୋକମାନେ ଯିଏ ଯେଉଁଠି ଅଛନ୍ତି ସେହିଠାରେ ରହିବା ସୁନିଶ୍ଚିତ କରିବା ଜରୁରୀ ଥିଲା। ତେବେ ଲୋକମାନେ ଘରକୁ ଫେରିବା ଲାଗି ବ୍ୟଗ୍ର ହେଲେ, ଯେଉଁଥିପାଇଁ ନିଷ୍ପତ୍ତି ବଦଳାଇବାକୁ ପଡିଲା। ଘରକୁ ଫେରିବା ମାନବୀୟ ପ୍ରକୃତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆସନ୍ତା ୧୭ରେ ଶେଷ ହେବାକୁ ଥିବାବେଳେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପରାମର୍ଶ ଲାଗି ସୋମବାର ପଞ୍ଚମଥର ପାଇଁ ଭିଡିଓ କନ୍‌ଫରେନ୍ସରେ ଆଲୋଚନା କରିଥିଲେ। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଂଶଗ୍ରହଣ କରି ଏବେ ରାଜନୀତି କରିବାର ସମୟ ନୁହେଁ ବୋଲି କହିବା ସହ ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରା ନ ଯାଉ ବୋଲି ପରାମର୍ଶ ଦେଇଥିଲେ। ସେହିପରି ଚଳିତ ମାସରେ ଟ୍ରେନ୍‌ ଓ ବିମାନ ଚଳାଚଳ ଆରମ୍ଭ ନ କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପାଲାନିସାମୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ କୃଷି ବଜାର, ସାଧାରଣ ପରିବହନ, ବଜାର ଓ ଶପିଂ ମଲ୍‌ଗୁଡ଼ିକ କେତେକ ସର୍ତ୍ତାବଳୀ ସହ ଖୋଲିବା ଜରୁରୀ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପ୍ରସ୍ତାବ ଦେଇଥିଲେ। ଅର୍ଥନୀତିକୁ ସଜାଡିବାକୁ ହେଲେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ହେବ ବୋଲି ସେ କହିଥିଲେ। ଯାତ୍ରୀବାହୀ ଟ୍ରେନ୍‌ ସେବା ଆରମ୍ଭ ନ କରିବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରସ୍ତାବ ଦେଇଥିବାବେଳେ ରାଜ୍ୟ ଭିତରେ ଅର୍ଥନୈତିକ କାର୍ଯ୍ୟ ପରିଚାଳନା ନିଷ୍ପତ୍ତି ରାଜ୍ୟ ସରକାର ନେବା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଥିଲେ। ରାଜ୍ୟକୁ ଆର୍ଥିକ କ୍ଷମତା ଦେବା ସହ ଲକ୍‌ଡାଉନ ଅବଧି ବଢ଼ାଇବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରସ୍ତାବ ରଖିଥିଲେ। ଲକ୍‌ଡାଉନ ଆଉ ୨ ସପ୍ତାହ ବଢ଼ାଯାଉ ବୋଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ କହିଥିଲେ।
ଲକ୍‌ଡାଉନ ଯୋଗୁ ହଜାର ହଜାର ଶ୍ରମିକ ଅଟକି ରହିଥିବାରୁ ଏହାକୁ ନେଇ ସବୁ ରାଜ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। କାମଧନ୍ଦା ହରାଇ ଭୋକ ଉପାସରେ ପ୍ରବାସୀ ଶ୍ରମିକମାନେ ଶହ ଶହ କିଲୋମିଟର ଚାଲି ଚାଲି ଘରକୁ ଫେରୁଛନ୍ତି। ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବା ସତ୍ତ୍ୱେ ଅନେକ ଶ୍ରମିକଙ୍କ ଦୁଃଖ ଦୂର ହୋଇନାହିଁ। ଦାଦନ ଶ୍ରମିକ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା ଲାଗି ଆର୍ଥତ୍କ ସହାୟତା ସମ୍ପର୍କରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ରେଡ୍‌, ଅରେଞ୍ଜ ଏବଂ ଗ୍ରୀନ୍‌ ଜୋନ୍‌ ଆଧାରରେ ଲକ୍‌ଡାଉନ କଟକଣା ପର୍ଯ୍ୟାୟକ୍ରମେ କୋହଳ କରାଯିବା ନିଷ୍ପତ୍ତି ରାଜ୍ୟ ପ୍ରଶାସନ ଉପରେ ଛାଡ଼ିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ଭଳି ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବାରୁ ଲକ୍‌ଡାଉନରୁ ବାହାରିବା କଷ୍ଟକର ହେବ ବୋଲି କୁହାଯାଉଛି।

ଅର୍ଥନୀତିକୁ ବଞ୍ଚାଇବା ପାଇଁ ଏସ୍‌ଓପି ଜରୁରୀ: ମୁଖ୍ୟମନ୍ତ୍ରୀ
କରୋନା ଲକ୍‌ଡାଉନ୍‌ ଯୋଗୁ ଅର୍ଥନୀତି ଏକ ପ୍ରକାର ସ୍ଥାଣୁ ହୋଇଯାଇଛି। ଅର୍ଥନୈତିକ କାର୍ଯ୍ୟକଳାପକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ର ସରକାର ଏକ ନ୍ୟାଶନାଲ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର(ଏସ୍‌ଓପି) ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ସୋମବାର ଅପରାହ୍ନରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କରୋନା ମୁକାବିଲା ଓ ଭୁଶୁଡ଼ି ଯାଉଥିବା ଅର୍ଥନୀତିକୁ ସଜାଡ଼ିବା ଲାଗି କେତେକ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉତ୍ପାଦନ ଏବଂ ମୂଲ୍ୟ ଯୁକ୍ତ ପ୍ରକ୍ରିୟା କେବଳ ରାଜ୍ୟ ମଧ୍ୟରେ ସୀମାବଦ୍ଧ ନୁହେଁ, ରାଜ୍ୟ ସୀମା ବାହାରେ ମଧ୍ୟ ଏହାର ଆନ୍ତଃ ସଂଯୋଗ ରହିଛି। ଆର୍ଥିକ ବ୍ୟବସ୍ଥାକୁ ପୁନର୍ଜୀବିତ କରିବା କ୍ଷେତ୍ରରେ ଜାତୀୟ ସ୍ତରର ଏସ୍‌ଓପି ହିଁ ଏଥିପାଇଁ ସାମୂହିକ ବଳ ଯୋଗାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ଚାଲୁ ରହିଥିବା କେନ୍ଦ୍ରୀୟ ଯୋଜନାଗୁଡ଼ିକୁ କେନ୍ଦ୍ର ସରକାର ପ୍ରୋତ୍ସାହନମୂଳକ ଯୋଜନାରେ ପରିଣତ କରିପାରିବେ। କରୋନା ପରିଚାଳନା କ୍ଷେତ୍ରରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ସିଧାସଳଖ ଉପଯୋଗ କରାଯାଇ ପାରିବ। ସେଥିପାଇଁ ଜାତୀୟ ସ୍ତରରେ ନୀତି ନିର୍ଦ୍ଧାରଣ ଓ ସଂଶୋଧନର ଆବଶ୍ୟକତା ରହିଛି। କୋଭିଡ-୧୯ ଯୁଦ୍ଧ ଦୀର୍ଘଦିନ ଧରି ଚାଲିବାକୁ ଥିବାରୁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ଏଥିରେ ପ୍ରତ୍ୟକ୍ଷ ସାମିଲ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ଜିଲା ବଦଳରେ ଏକ କ୍ଷୁଦ୍ର, ବିଜ୍ଞାନ ସମ୍ମତ ୟୁନିଟ୍‌କୁ ଏକ ଜୋନ୍‌ ଭାବେ ଧରିବାକୁ ପ୍ରସ୍ତାବ ଦେଇଛନ୍ତି। ଯାହା ଫଳରେ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନକୁ ସେହି ଅଞ୍ଚଳ ଉପରେ ନିଷ୍ପତ୍ତି ନେବାକୁ ଅନୁମତି ଦେଇ ପାରିବେ। ଲକ୍‌ଡାଉନ୍‌ ଏବଂ ଅନ୍ୟାନ୍ୟ ନିୟମାବଳୀଗୁଡ଼ିକ ଜାତୀୟସ୍ତରରେ ଗ୍ରହଣୀୟ ହେଉଥିବା ଏକ ସିଦ୍ଧାନ୍ତ ନୀତି ଭାବେ ପ୍ରଣୟନ କରିବାକୁ ଦାବି କରାଯାଇଛି। ଏଥିସହ ଅଧିକ ରେଳ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ରେଳ ଚଳାଚଳ ବନ୍ଦ ରହିଥିବାରୁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେହି ଲୋକମାନଙ୍କ ପାଇଁ ଅନ୍ୟ ରାଜ୍ୟ ସହିତ ଯୋଗାଯୋଗ କରି ରେଳ ଚଳାଚଳ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।
କରୋନା(କୋଭିଡ୍‌-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୦ ମାର୍ଚ୍ଚ ୨୪ରୁ ୩ଟି ପର୍ଯ୍ୟାୟରେ ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆଉ ସପ୍ତାହେ ପରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ଶେଷ ହେବ। ୪୮ ଦିନ ଲକ୍‌ଡାଉନ୍‌ ପରେ ମଧ୍ୟ ଦେଶରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସୁ ନାହିଁ। ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢି ଚାଲିଛି। ଏଭଳି ସ୍ଥିତିରେ ଲକ୍‌ଡାଉନ୍‌ ବଢ଼ାଯିବ କି ନାହିଁ। ତଳି ତଳାନ୍ତ ହେବାକୁ ଯାଉଥିବା ଦେଶର ଅର୍ଥନୀତିକୁ କିଭଳି ସମ୍ଭାଳିବାକୁ ପଡ଼ିବ। ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ କିପରି ମୁକାବିଲା କରାଯିବ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମାରାଥନ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri