ଗ୍ରହଖଣ୍ଡ ଏମ୍‌ବି-୪ ଏବଂ ଏନ୍‌ଏନ୍‌-୩ ଅଳ୍ପ ଘଣ୍ଟା ମଧ୍ୟରେ ପୃଥିବୀର ହେବେ ନିକଟତର: ଧକ୍କା ଲାଗିବାର ରହିଛି ଆଶଙ୍କା

ଓ୍ବାଶିଂଟନ,୯।୭: ଗ୍ରହଖଣ୍ଡ ଏମ୍‌ବି-୪ ଏବଂ ଏନ୍‌ଏନ୍‌-୩ ଏବେ ପୃଥିବୀର ନିକଟତର ହେବାରେ ଲାଗିଛନ୍ତି। ଅଳ୍ପ କିଛି ଘଣ୍ଟା ମଧ୍ୟରେ ଏହି ଗ୍ରହଖଣ୍ଡ ଦ୍ୱୟ ପୃଥିବୀର ଅତି ନିକଟତର ହେବେ। ତେବେ ଏହା ଉପରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ଅନୁଭୁତ ହେଲେ ବଡ଼ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ନାସା ପକ୍ଷରୁ କୁହାଯାଇଛି। ଅତି ନିକଟତର ହେଲେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଏହା ତୀବ୍ର ଗତିରେ ମାଡ଼ି ଆସିବାର ଆଶଙ୍କା ରହିଛି। ଏପରି ହେଲେ ପୃଥିବୀ ସହିତ ଏହି ଗ୍ରହପିଣ୍ଡ ଦ୍ୱୟ ଜୋର୍‌ରେ ଧକ୍କା ହୋଇପାରନ୍ତି ବୋଲି ନାସା କହିଛି। ଏମ୍‌ବି-୪ ପୃଥିବୀଠାରୁ ୩୧୫ ହଜାର କିଲୋମିଟର ଦୂରରେ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ଯାହାକି ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଥିବା ଦୂରତାଠାରୁ କମ୍‌। ପ୍ରାୟ ୨୨ ମିଟର ଲମ୍ବ ଏହି ଗ୍ରହଖଣ୍ଡ ପ୍ରତି ସେକେଣ୍ଡରେ ୭.୧ କିଲୋମିଟର ବେଗରେ ଗତି କରୁଛି। ସେହିପରି ଏନ୍‌ଏନ୍‌-୩ ସେକେଣ୍ଡ ପ୍ରତି ୮.୮୪ କିଲୋମିଟର ବେଗରେ ଗତି କରୁଛି। ଏନ୍‌ଏନ୍‌-୩ ପୃଥିବୀଠାରୁ ୩୨୦ ହଜାର କିଲୋମିଟର ଦୂରରେ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ଏହାର ଲମ୍ବ ୩୫ରୁ ୭୭ ମିଟର ମଧ୍ୟରେ ଥିବା କୁହାଯାଉଛି। ଏହା ବୁଧବାର ପୃଥିବୀକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପାକ୍‌ ସେନା ଏଲ୍‌ଓସି ମୁହାଁ’

ଲକ୍ଷ୍ନୌ, ୧୨ା୮(ଆଇଏଏନ୍‌ଏସ୍‌): ପାକିସ୍ତାନୀ ସେନା ଅସ୍ତ୍ରଶସ୍ତ୍ର ସହ ଶନିବାର ରାତିରୁ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅଭିମୁଖେ ଅଗ୍ରସର ହେଉଥିବା ଦେଖାଯାଇଛି। ପାକିସ୍ତାନର ଖବରଦାତା ହମିଦ୍‌ ମିର୍‌...

୬୩୦୦ ଫୁଟ ଉଚ୍ଚରେ ଦୋଳି ଖେଳୁଥିଲେ ଯୁବତୀ, ଛିଡ଼ିଗଲା ଜଞ୍ଜିର; ଆଉ ତା’ ପରେ…

ଦୋଳି ଖେଳିବା ଦୁଇ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ରୁଷିଆର ପାହାଡ଼ ପାଦ ଦେଶରେ ଲାଗିଥିବା ଦୋଳିରେ ଦୁଇଜଣ ଯୁବତୀ ଝୁଲୁଥିଲେ। କୌଣସି କାରଣ ବଶତଃ ଜଞ୍ଜିର...

୧୦୦ ଫୁଟ ଉପରୁ ହଠାତ୍‌ ଖସିପଡ଼ିଲା ବାଲକୋନି, ତଳେ ଥିଲେ ମହିଳା; ଆଉ ତା’ ପରେ…

ସେଣ୍ଟପିଟର୍ସବର୍ଗ,୨।୫: ରୁଷିଆର ଏକ ବହୁତଳ ପ୍ରାସାଦର ବାଲକୋନି ଖସିପଡ଼ିଛି। ଠିକ୍‌ ଏହି ସମୟରେ ତଳେ ଠିଆ ହୋଇଥିବା ଦୁଇ ମହିଳା ପ୍ରାଣ ବିକଳରେ ଦୌଡ଼ିଥିଲେ। ସିସିଟିଭିରେ...

ଇରାନରେ ଖବରଦାତାଙ୍କୁ ଫାଶୀ

ତେହେରାନ, ୧୩।୧୨: ଇରାନରେ ଜଣେ ଖବରଦାତାଙ୍କୁ ଶନିବାର ଫାଶୀ ଦିଆଯାଇଛି। ୨୦୧୭ରେ ରୁହୋଲା ଜାମ୍‌ ନାମକ ଏହି ସାମ୍ବାଦିକଙ୍କ ଓ୍ବେବ୍‌ସାଇଟ୍‌ ଓ ଚ୍ୟାନେଲରେ ପ୍ରକାଶିତ ଖବରକୁ...

ନ୍ୟୁଜିଲାଣ୍ଡରେ ଆତଙ୍କବାଦୀ ଆକ୍ରମଣ: ୬ ଜଣଙ୍କୁ ଛୁରାମାଡ ପରେ ୬୦ ସେକେଣ୍ଡରେ ପୋଲିସ ଗୁଳିରେ ନିହତ ଆକ୍ରମଣକାରୀ

ୱେଲିଂଟନ,୩ ।୯: ନ୍ୟୁଜିଲାଣ୍ଡର ଓକଲ୍ୟାଣ୍ଡ ସୁପରମାର୍କେଟରେ ଜଣେ ଆତଙ୍କବାଦୀ ଏକକାଳୀନ ୬ଜଣଙ୍କୁ ଛୁରାମାଡ କରିଥିଲେ । ତତ୍‌କ୍ଷଣାତ୍ ପୋଲିସ ଉକ୍ତ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇବାରୁ...

ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୨୧।୮: ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ନିଜ ଅଜବ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏବେ ସେ ପୁଣି ଥରେ ଭାରତକୁ ପରମାଣୁ ଆକ୍ରମଣର...

କ୍ୱାରାଣ୍ଟାଇନ୍‌ରେ ୧୦ ଜଣିଆ ଡବ୍ଲ୍ୟୁଏଚ୍‌ଓ ଅନୁସନ୍ଧାନକାରୀ ଟିମ୍‌

ଉହାନ,୧୪।୧: କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ଉହାନ ସହରରେ ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ୧୦ ଜଣିଆ ଅନୁସନ୍ଧାନକାରୀ ଟିମ୍‌ ପହଞ୍ଚିଛନ୍ତି। ସେମାନେ କରୋନା...

ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବ: ଅଣ୍ଟାର୍କଟିକାରେ ଧ୍ୱଂସ ହେବାରେ ଲାଗିଛି ପେଙ୍ଗୁଇନ୍‌ ଆଶ୍ରୟ ସ୍ଥଳ

ଓ୍ବାଶିଂଟନ,୨୭।୪: ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବରେ ଜଳଜୀବ ପ୍ରଜାତି ସମେତ ପେଙ୍ଗୁଇନ୍‌ ବଂଶ ଏବେ ବିଳୁପ୍ତି ଦ୍ୱାରା ଦେଶରେ ପହଞ୍ଚିଛି। ଇତିମଧ୍ୟରେ କେତେକ ପ୍ରଜାତିର ଜଳଜୀବ ଏବଂ...

Advertisement


Archives

Model This Week