ଗ୍ବାଦରରେ ନୌସେନା ଘାଟି ଗଢ଼ୁଛି ଚାଇନା

ଗ୍ବାଦର,୪ା୬: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶସ୍ଥିତ ଗ୍ବାଦର ବନ୍ଦରରେ ଚାଇନା ଗୋପନରେ ଏକ ହାଇ ସିକ୍ୟୁରିଟି କମ୍ପାଉଣ୍ଡ ନିର୍ମାଣ କରୁଛି। ଏହାକୁ ଚାଇନା ନୌସେନା ଘାଟି ଭାବେ ବ୍ୟବହାର କରିବ ବୋଲି ଜଣାପଡ଼ିଛି। ଫୋର୍ବସ ମାଗାଜିନ୍‌ର ରିପୋର୍ଟ ଅନୁସାରେ ବିଶ୍ଳେଷକମାନେ ଏହାକୁ ଗ୍ବାଦରରେ ଚାଇନାର ଏକ ବହୁପ୍ରତୀକ୍ଷିତ ନୌସେନା ଘାଟିର ପ୍ରଥମ ସଙ୍କେତ ଭାବେ ଦେଖୁଛନ୍ତି। ଆଫ୍ରିକାର ଜିବୁତିରେ ଥିବା ନୌସେନା ଘାଟି ସହ ଗ୍ବାଦର ଘାଟି ପରିପୂରକ ଭାବେ କାର୍ଯ୍ୟ କରିବା ସହ ଭାରତ ମହାସାଗରରେ ଚାଇନାର ବଳ ବଢ଼ାଇବ। ଗତ କିଛି ବର୍ଷ ମଧ୍ୟରେ ଚାଇନା ଅନେକ ନୂଆ କମ୍ପ୍ଲେକ୍ସ ନିର୍ମାଣ କରିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ବନ୍ଦର ବିକାଶ କାର୍ଯ୍ୟରେ ନିୟୋଜିତ ଚାଇନା କମ୍ୟୁନିକେଶନ୍ସ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀ (ସିସିସିସି)ର ବୋଲି ଚିହ୍ନଟ ହୋଇଛି। ଉକ୍ତ କମ୍ପ୍ଲେକ୍ସର ଅସ୍ବାଭାବିକ ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ସନ୍ଦେହ ସୃଷ୍ଟି ହେଉଛି ବୋଲି ଫୋର୍ବସ ପ୍ରକାଶ କରିଛି।
ପାକିସ୍ତାନ ଉପକୂଳର ପଶ୍ଚିମ ସୀମାରେ ଅବସ୍ଥିତ ଗ୍ବାଦର ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର ହେବାକୁ ଯାଉଛି। ଏହା ଫଳରେ ଚାଇନା ନିଜ ସାମଗ୍ରୀଗୁଡ଼ିକୁ ସମୁଦ୍ର ପଥ ଦେଇ ଦକ୍ଷିଣ ଏସିଆରେ ବୁଲାଇବା ବଦଳରେ ସିଧା ପାକିସ୍ତାନ ଜରିଆରେ ପରିବହନ କରିପାରିବ। ଚାଇନା ଏଠାରେ ଏକ ନାଭାଲ୍‌ ବେସ୍‌ ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବା ନେଇ ୨୦୧୮ ଜାନୁୟାରୀରେ ପ୍ରଥମେ ଜଣାପଡ଼ିଥିଲା। ଫୋର୍ବସରେ ପ୍ରକାଶିତ ରିପୋର୍ଟ ଅନୁସାରେ ବର୍ତ୍ତମାନ ଯାଏ ବାଣିଜି୍ୟକ ବନ୍ଦର ଗ୍ବାଦର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏକ ବନ୍ଦର ଭାବେ ଗ୍ବାଦରର ଭାଗ୍ୟ ଝୁଲିରହିଛି। ଆଫଗାନିସ୍ତାନ ସହିତ ବ୍ୟବସାୟ ପାଇଁ ଏହି ବନ୍ଦରକୁ ବ୍ୟବହାର ଲାଗି ନିକଟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ପ୍ରଥମ ବୃହତ୍‌ ମର୍ଚ୍ଚାଣ୍ଟ ଶିଫ୍‌ ଏମ୍‌ଭି ମନେଟ୍‌ ସେଠାକୁ ଗତ ସପ୍ତାହରେ ୧୭,୬୦୦ ଟନ୍‌ ଗହମ ନେଇ ଆସିଥିଲା। ତେବେ ଏହି ଚାଇନିଜ୍‌ ପୋର୍ଟ ଓ ସମ୍ଭାବ୍ୟ ନୌସେନା ଘାଟିରୁ ବେଜିଂ ଆଗକୁ ବିପୁଳ ଲାଭ ପାଇବ। ନୌସେନା ଘାଟି କାର୍ଯ୍ୟକ୍ଷମ ହେଲେ ଭାରତୀୟ ମହାସାଗରରେ ଚାଇନାର ସାମରିକ ଶକ୍ତି ବୃଦ୍ଧି ପାଇବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ମୋଦିଙ୍କ ଭାଇଙ୍କ ନାଁରେ ସାଂଘାତିକ ଅଭିଯୋଗ

ନ୍ୟୁୟର୍କ,୨୦।୧୨: ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାଇ ନେହାଲ ମୋଦିଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ବିଶ୍ୱର ଅନ୍ୟତମ ବୃହତ୍ତମ ହୀରା କମ୍ପାନୀ...

ବୁଡିଗଲା ପର୍ଯ୍ୟଟନ ଡଙ୍ଗା: ୧୧ ମୃତ, ୧୫ ଏବେ ବି ନିଖୋଜ

ଟୋକିଓ,୨୫।୪:ଜାପାନରେ ଏକ ପର୍ଯ୍ୟଟନ ଡଙ୍ଗା ବୁଡି ୧୧ ଜଣଙ୍କର ମୃତ୍ୟ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ପୁରୁଷ,ତିନିଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି।...

ଟ୍ରେନ୍‌ ଦୁର୍ଘଟଣା ନେଇ ଶୋକ ବ୍ୟକ୍ତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମବାଦ,୩।୬: ବାହାନଗ ଟ୍ରେନ୍‌ ଦୁର୍ଘଟଣାନେଇ ଟ୍ବିଟ୍‌ ଯୋଗେ ଶୋକ ବ୍ୟକ୍ତ କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ର ଶେହବାଜ ଶରିଫ୍‌। ସେ କହିଛନ୍ତି, ଭାରତରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ...

କେବଳ ମାଛର ଲାଞ୍ଜ ରୋକିଦେଲା ଏତେବଡ଼ ଦୁର୍ଘଟଣା, ଜାଣନ୍ତୁ କେମିତି

ନେଦରଲ୍ୟାଣ୍ଡରେ ସ୍ପିଗେନାକିସ ସହରରରେ ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏକ ମେଟ୍ରୋ ଟ୍ରେନ ଅନିୟନ୍ତ୍ରିତ ହୋଇ ବାରିୟର ଭାଙ୍ଗି ଷ୍ଟେଶନରୁ ବାହାରି...

ମହିଳା ନିର୍ଯାତନା ବିରୋଧରେ ଶୂନ-ସହନଶୀଳ ନୀତି ଗ୍ରହଣ କରନ୍ତୁ ସଦସ୍ୟ ରାଷ୍ଟ୍ର: ଅନ୍ତର୍ଜାତୀୟ ମହିଳା ଦିବସରେ ରୁଚିରା କମ୍ବୋଜ…

ଜେନେଭା,୮।୩ : ମାର୍ଚ୍ଚ ୮ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏଥି ସହିତ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ...

ଓହିଓ ଫୁଟବଲ୍‌ ମ୍ୟାଚ୍‌ରେ ଫୁଟିଲା ଗୁଳି

ଓ୍ବାଶିଂଟନ୍‌, ୮।୧୦: ଆମେରିକାର ଓହିଓରେ ଶନିବାର ଏକ ଅଘଟଣ ଘଟିଛି। ଏକ ଫୁଟବଲ ମ୍ୟାଚ୍‌ ସମୟରେ ଷ୍ଟାଡ଼ିୟମ ବାହାରେ ଗୁଳିକାଣ୍ଡ ଘଟିଛି। ଏଥିରେ ୩ଜଣଙ୍କୁ ଗୁଳି...

ଆଖିରେ ଲୁହ-ମନରେ କୋହ, ଜୀବନ ଭୟରେ ଆତଙ୍କିତ ଲୋକେ…

କ୍ୱିଭ୍‌,୨୪।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। କ୍ୱିିଭ୍‌, ଡୋନବାସ ଖାର୍କି, ଓଡେସା ସମେତ ବହୁ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି।...

୫୭ ଲକ୍ଷ ବନ୍ୟା ପ୍ରପୀଡ଼ିତ ପାକିସ୍ତାନୀ ଗମ୍ଭୀର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବେ

ଇସ୍‌ଲାମାବାଦ,୪।୧୦: ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟାରେ ବିପନ୍ନ ହୋଇଥିବା ୫୭ ଲକ୍ଷ ଲୋକ ଆଗାମୀ ୩ ମାସ ମଧ୍ୟରେ ଗୁରୁତର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି।...

Advertisement
Archives

Model This Week