Posted inଜାତୀୟ

ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୦।୧: ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ଏସ୍‌ଆଇଟି ଟିମ୍‌କୁ ବଡ଼ ସଫଳତା ମିଳିଛି। ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ୪୪ବର୍ଷୀୟ ଋଷିକେଶ ଦେଭଡିକର୍‌ଙ୍କୁ ପୋଲିସ ଝାଡଖଣ୍ଡ ଧାନବାଦ ଜିଲାର କତରାସ୍‌ରୁ ଗିରଫ କରିଛି। ଋଷିକେଶ ନିଜର ପ୍ରକୃତ ପରିଚୟ ଗୋପନ ରଖି ବ୍ୟବସାୟୀ ପ୍ରଦୀପ ଖେମକାଙ୍କ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଥିବା ନେଇ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ଏହାପରେ ସେଠାରେ ଚଢ଼ାଉ କରି ପୋଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଋଷିକେଶଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯିବ। ସେ ଗୌରୀ ଲଙ୍କେଶଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି ଏସଆଇଟି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୫ ବେଙ୍ଗାଲୁରୁରେ ଗୌରୀ ଲଙ୍କେଶଙ୍କୁ ହତ୍ୟା କରାଯାଇଥିଲା। ଏହାପରଠାରୁ ଋଷିକେଶ ଫେରାର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା-ପାକିସ୍ତାନକୁ କଡା ଟକ୍କର ଦେବ ଭାରତ! ଅସ୍ତ୍ରଶସ୍ତ୍ର ଇମ୍ପୋର୍ଟରେ ରହିଛି ଟପରେ

ନୂଆଦିଲ୍ଲୀ,୧୪ ।୩: ଭାରତ ଅସ୍ତ୍ରଶସ୍ତ୍ର ଇମ୍ପୋର୍ଟର ଭାବେ ବିଶ୍ୱର ସବୁଠାରୁ ଶୀର୍ଷରେ ରହିଛି । ୨୦୧୩ରୁ ୨୦୧୭ ଓ ୨୦୧୮ରୁ ୨୦୨୨ ମଧ୍ୟରେ ଏହାର ଇମ୍ପୋର୍ଟ...

ସେନାରେ ବ୍ରିଗେଡିୟର-ଉପର ର଼୍ୟାଙ୍କ ଅଧିକାରୀମାନେ ପିନ୍ଧିବେ ସମାନ ୟୁନିଫର୍ମ…

ନୂଆଦିଲ୍ଲୀ,୧।୮ : ମଙ୍ଗଳବାରଠାରୁ ଭାରତୀୟ ସେନାରେ ଏକ ନୂତନ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଏହି ପରିବର୍ତ୍ତନ ଅନ୍ତର୍ଗତ ବର୍ତ୍ତମାନ ବ୍ରିଗେଡିୟର୍‌ ଏବଂ ତଦୁର୍ଦ୍ଧ୍ୱ ପଦବୀର ସମସ୍ତ...

ଜାନୁୟାରୀ ୨୩ରୁ ତାମିଲନାଡୁରେ ସମ୍ପୂର୍ଣ୍ଣ ଲକ୍‌ଡାଉନ

ତାମିଲନାଡୁ,୨୧।୧: ତାମିଲନାଡୁରେ କୋଭିଡ୍‌ ସଂକ୍ରମଣ ବଢିଚାଲିଛି। ତେବେ ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଜାନୁୟାରୀ ୨୩ରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ ଲାଗୁ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ...

ଭାରତ ଆସିବେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ: ଏସ୍‌ସିଓ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ,୨୫।୪: ଭାରତରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶଙ୍ଗଫୁ ସାମିଲ ହେବେ।...

କରୋନା ଆକ୍ରାନ୍ତ ଡାକ୍ତର କରୁଛନ୍ତି ରୋଗୀଙ୍କ ଚିକିତ୍ସା

ଜୟପୁର, ୨।୯: କରୋନା ମହାମାରୀ ସମୟରେ ରାଜସ୍ଥାନର ବିକାନେର ସହରରୁ ଏକ ଚରମ ଅବହେଳାର ବଡ଼ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର କରୋନା...

ଗୋଟିଏ ମଞ୍ଚରେ ମୋଦି, ଉଦ୍ଧବ

ମୁମ୍ବାଇ,୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ଗତ କିଛି ମାସର ତିକ୍ତ ସମାଲୋଚନା ପରେ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇରେ...

ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅନୁଚ୍ଛେଦ ୨୧ ଲାଗୁ ହେବ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୬।୧୨: ରାତିରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ସୁବିଧା ସହିତ ମେଡିକାଲ କର୍ମଚାରୀଙ୍କୁ ଏଥିଲାଗି ପ୍ରସ୍ତୁତ ରଖିବାକୁ ସମସ୍ତ ସରକାରୀ ମେଡିକାଲକୁ କେରଳ ହାଇକୋର୍ଟ...

କୁଲଗାମ୍‌ରେ ଏନ୍‌କାଉଣ୍ଟର…

ଶ୍ରୀନଗର,୨୦।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ ଅଲ୍‌ଆଉଟ୍‌ରେ ମିଳିତ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। କୁଲଗାମରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ନିହତ...

Advertisement
Archives

Model This Week