ଗୋଷ୍ଠୀ ଗଠନ କରି ଲୁଟିଛନ୍ତି ଆଇଏଫ୍‌ଆଇଏନ୍‌; ଚାର୍ଜସିଟ୍‌ ଦାଖଲ କଲା ଏସ୍‌ଏଫ୍‌ଆଇଓ

ନୂଆଦିଲ୍ଲୀ,୩-୬: ପ୍ରାୟ ୯୦ ହଜାର କୋଟି ଟଙ୍କା ଋଣରେ ବୁଡ଼ି ଯାଇଥିବା ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ର ମୂଳ ତଥା ଏକାଧିକ ସହଯୋଗୀ କମ୍ପାନୀରେ ଅନିୟମିତତା ହୋଇଛି। ଏହାର ତଦନ୍ତ କରୁଥିବା ସିରିୟସ ଫ୍ରଡ୍‌ ଇନ୍‌ଭେଷ୍ଟିଗେଶନ ଅଫିସ୍‌(ଏସ୍‌ଏଫଆଇଓ) ଏକ ସହଯୋଗୀ କମ୍ପାନୀ ଆଇଏଫ୍‌ଆଇଏନ୍‌ର ଯାଞ୍ଚ କରିଥିଲା। ଯାଞ୍ଚରୁ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଟପ୍‌ ମ୍ୟାନେଜମେଣ୍ଟ, ଅଡିଟର ଏବଂ ସ୍ବାଧୀନ ନିର୍ଦ୍ଦେଶକମାନେ ଏକ ଗୋଷ୍ଠୀ ଗଠନ କରି କମ୍ପାନୀକୁ ଲୁଟିଥିଲେ ବୋଲି ଦାଖଲ ଚାର୍ଜସିଟ୍‌ରେ ଦର୍ଶାଯାଇଛି।
ଏସ୍‌ଏଫ୍‌ଆଇଓର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଗୋଷ୍ଠୀ ମିଳିମିଶି କମ୍ପାନୀକୁ ନିଜର ଘରୋଇ ବ୍ୟବସାୟ ମନେ କରି ପରିଚାଳନା କରୁଥିଲେ ଏବଂ ଅନିୟମିତତାରେ ସହଭାଗୀ ଥିଲେ ବୋଲି ଯାଞ୍ଚରୁ ଜଣାପଡିଛି। ସେ କହିଛନ୍ତି ଯେ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ ମାମଲା ମହାଦୁର୍ନୀତିର କେବଳ ଏକ ନମୁନା ମାତ୍ର। ଆଇଏଲଆଣ୍ଡଏଫ୍‌ଏସ୍‌ ଗ୍ରୁପ୍‌ ଏବେ ୯୦ ହଜାର କୋଟି ଟଙ୍କାର ବକେୟା ଋଣ ଫେରସ୍ତ କରିବାକୁ ବାଧ୍ୟ। ଏସ୍‌ଏଫ୍‌ଆଇଓର ପ୍ରଥମ ଚାର୍ଜସିଟ୍‌ରେ କେବଳ ଏକ ସହଯୋଗୀ କମ୍ପାନୀ ଆଇଏଫ୍‌ଆଇଏନ୍‌ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଗ୍ରୁପ୍‌ର ମୂଳ କମ୍ପାନୀ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଲିମିଟେଡ ଓ ଅନ୍ୟ ସହଯୋଗୀ କମ୍ପାନୀରେ ହୋଇଥିବା ଦୁର୍ନୀତିର ତଦନ୍ତ ଚାଲିଛି। ଅଧିକାରୀ ଜଣକ କହିଛନ୍ତି ଯେ, ଆଇଏଫ୍‌ଆଇଏନ୍‌ର ପୂର୍ବତନ ଏକ୍‌ଜିକ୍ୟୁଟିଭ ଏବଂ ସ୍ବାଧୀନ ନିର୍ଦ୍ଦେଶକମାନଙ୍କୁ ଅପରାଧି ଭାବେ ଦର୍ଶାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଅନ୍ତରୀଣ ଭାବେ ବାଜ୍ୟାପ୍ତ କରିବାକୁ ଏସ୍‌ଏଫ୍‌ଆଇଓ ପ୍ରସ୍ତୁତି ଚଳାଇଛି। ଏଥିରେ ବ୍ୟାଙ୍କ ଲକର, ଆକାଉଣ୍ଟ ଆଦିକୁ ସାମିଲ କରାଯାଇଛି। ଏହାଛଡ଼ା ଆଇଏଫ୍‌ଆଇଏନ୍‌ ଦ୍ୱାରା ବ୍ୟାଙ୍କଠାରୁ ନିଆଯାଇଥିବା ସମସ୍ତ ପ୍ରକାର ଋଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ଏସ୍‌ଏଫ୍‌ଆଇଓ। ଏହାବାଦ୍‌ ବ୍ୟାଙ୍କ ଅଧିକାରୀ, କ୍ରେଡିଟ ରେଟିଂ ଏଜେନ୍ସିର ଭୂମିକା ମଧ୍ୟ ଯାଞ୍ଚ ଘେରରେ ରହିଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ଏସ୍‌ଏଫ୍‌ଆଇଓର ପ୍ରଥମ ଚାର୍ଜସିଟ୍‌ରେ ୪୦୦ରୁ ଅଧିକ ସଂସ୍ଥାର ଆକାଉଣ୍ଟର ଯାଞ୍ଚ ସହ ଫରେନ୍ସିକ୍‌ ଅଡିଟ କରାଯାଇଥିବା ରିପୋର୍ଟ, ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ କାର୍ଯ୍ୟାଳୟର କମ୍ପ୍ୟୁଟରରୁ ପ୍ରାପ୍ତ ତଥ୍ୟକୁ ସାମିଲ କରାଯାଇଛି। ଏଥିସହିତ ଗ୍ରୁପ୍‌ କମ୍ପାନୀର ସର୍ଭରରୁ ବାହାର କରାଯାଇଥିବା ଇ-ମେଲ୍‌, ଆର୍‌ବିଆଇର ଯାଞ୍ଚ ରିପୋର୍ଟ, ବୈଠକ ସମ୍ପର୍କିତ ତଥ୍ୟ ଓ ଅନ୍ୟ ଦସ୍ତାବିଜକୁ ଏଥିରେ ଯୋଡାଯାଇଛି। ନଗଦ ସଙ୍କଟ କାରଣରୁ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଗତବଷର୍ର୍ ଋଣ ପରିଶୋଧ କରିପାରିବାରୁ ମହାଦୁର୍ନୀତିର ପର୍ଦ୍ଦାଫାଶ ହୋଇଥିଲା। ଏସ୍‌ଏଫ୍‌ଆଇଓ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛି ଯେ, ଟପ୍‌ ମ୍ୟାନେଜମେଣ୍ଟ, ସ୍ବାଧୀନ ନିର୍ଦ୍ଦେଶକ ଓ ଅଡିଟର ମିଳିମିଶି ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ଅଣଦେଖା କରି ବେନିୟମ କାର୍ଯ୍ୟରେ ଲିପ୍ତ ଥିଲେ। ରବି ପାର୍ଥସାରଥୀ, ହରିଶଙ୍କରନ, ଅରୁଣ ସାହା, ରମେଶ ବାବା, ବିଭବ କପୁର ଓ କେ.ରାମଚନ୍ଦ୍ର ଏହି ଦୁର୍ନୀତିରେ ସାମିଲ ଥିଲେ ବୋଲି ଚାର୍ଜସିଟ୍‌ରେ ଦର୍ଶାଯାଇଛି। ଏନ୍‌ବିଏଫ୍‌ସି କମ୍ପାନୀ ରୂପରେ ଆଇଏଫ୍‌ଆଇଏନ୍‌ ଶିବା, ଏବିଜି, ଏ୨ଜେଡ୍‌, ପାର୍ଶ୍ୱନାଥ ଡେଭଲପର୍ସ ତଥା ଅନ୍ୟ କେତେକ କମ୍ପାନୀଙ୍କୁ ଋଣ ଦେଇଥିଲା। ଯେଉଁମାନେ ଠିକ୍‌ ସମୟରେ ଋଣ ପରିଶୋଧ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri