ଗୋବିନ୍ଦାବାଟି ଗ୍ରାମରୁ ୨ ପଜିଟିଭ୍‌ ଚିହ୍ନଟ ପରେ ୨୪ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା

ରତ୍ନଗିରି,୧୪ା୫(ଡି.ଏନ୍‌.ଏ.) : ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ଗୋବିନ୍ଦବାଟି ଗ୍ରାମରୁ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ଦୁଇ ଜଣଙ୍କ ବୟସ ୬୦ ଓ ୩୫ ବୋଲି ଜଣାପଡ଼ିଛି। ଗତ କିଛିଦିନ ପୂର୍ବରୁ ଦୁଇ ଭାଇ କଲିକତାରୁ ଫେରିବା ପରେ ଗୋବିନ୍ଦବାଟି ପ୍ରାଥମିକ ବିଦ୍ୟାଳୟର ସରକାରୀ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ ସେଠାରୁ ଯାଜପୁର ଜିଲା ସ୍ବାସ୍ଥ୍ୟ ବିଭାଗ ସେମାନଙ୍କ ସୱାବ ସଂଗ୍ରହ କରି ରାଜ୍ୟ ପରୀକ୍ଷାଗାରକୁ ପରୀକ୍ଷା ନିମନ୍ତେ ପଠାଇଥିଲେ। ଗୁରୁବାର ରିପୋର୍ଟ କରୋନା ପଜିଟିଭ ଆସିଛି ବୋଲି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. କୌଶିକ ପାତ୍ର ସୂଚନା ଦେଇଛନ୍ତି। ଘଟଣାକୁ ଦୃଷ୍ଟିରେ ରଖି କିମ୍ଭିରିଆପାଳ ପଞ୍ଚାୟତର ସରପଞ୍ଚ ପ୍ରତିମା ସାହୁ ଗୋବିନ୍ଦବାଟି, ମିଲିମିଳାପୁର,ମାଳଦା ଗ୍ରାମକୁ ଆଜି ଦିନ ୧୨ଟାରୁ ଶୁକ୍ରବାର ଦିନ ୧୨ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ପାଇଁ ପଞ୍ଚାୟତର ଏହି ସବୁ ଗ୍ରାମକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଆଜି ୨ କରୋନା ଆକ୍ରାନ୍ତଙ୍କୁ ମିଶାଇ ବରୀ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧିପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୧୬ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୨୭୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୮୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୨୦୬, ଅନୁଗୋଳରୁ ୨୦୧,...

ଆତଙ୍କ ଖେଳାଉଛି କିଡ୍‌ନୀ ରୋଗ: ୪ବର୍ଷରେ ଗଲାଣି ୩୦ରୁ ଊର୍ଦ୍ଧ୍ୱ ଜୀବନ

ଖଣ୍ଡପଡ଼ା,୨୪ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ଭାପୁର ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମରେ କିଡ୍‌ନୀ ରୋଗ ଆତଙ୍କ ଖେଳାଉଛି। ଗତ ୩/୪ ବର୍ଷ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଏହି...

ସହରରେ ଚାଲୁଛି ନମ୍ବରବିହୀନ ଗାଡ଼ି

କଟକ ଅଫିସ,୨୧ା୧୧: ରାଜ୍ୟ ସରକାର ତଥା ପରିବହନ ବିଭାଗ ପ୍ରତ୍ୟେକ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ବିନା ନମ୍ବର...

ଗାଈ ଫସଲ ଖାଇଦେବାରୁ ମହିଳାଙ୍କୁ ହତ୍ୟା କଲେ ମହିଳା

ଓଡ଼ଗାଁ,୧୦।୩: ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଓ ବାହାଡ଼ାଝୋଲା ଫାଣ୍ଡି ଅଧୀନ ବଧୁଲିପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାକୁ...

ଖରିଫ ଧାନର ଅଭାବୀ ବିକ୍ରି

କେନ୍ଦ୍ରାପଡା ଅଫିସ, ୧୨।୧୨ – କେନ୍ଦ୍ରାପଡା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ...

‘ପୁରସ୍କାର ଦ୍ୱାରା ସାମାଜିକ ଦାୟିତ୍ୱବୋଧ ବଢ଼େ’

ନିମାପଡ଼ା,୬ା୯(ଡି.ଏନ୍‌.ଏ.):ଚଳିତବର୍ଷ ଓଡ଼ିଶାରୁ ଏକମାତ୍ର ଶିକ୍ଷକ ଭାବେ ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ପୁରୀ ଜିଲା ନିମାପଡ଼ା ବ୍ଲକ ଗଡ଼ପଦନପୁର ପଞ୍ଚାୟତ ଅନ୍ତର୍ଗତ ବାଙ୍ଗୁରୁଷପାଟଣା...

ଆବାସ ହିତାଧିକାରୀଙ୍କ ଘର ଆଗରେ ପ୍ରଶାସନର ଧାରଣା

କୁଜଙ୍ଗ,୨୬ା୨(ଡି.ଏନ.ଏ.): ସରକାରୀ ଯୋଜନା ବାଟବଣା ହେଲେ କିମ୍ବା ସରକାରୀ ସହାୟତା ଠିକ୍‌ରେ ନ ମିଳିଲେ ଜନସାଧାରଣ ଏହାର ପ୍ରତିବାଦ କରିଥାନ୍ତି। ରାସ୍ତାରୋକୋ, ଗଣଧାରଣା ମାଧ୍ୟମରେ ଏସବୁର...

ଚମକିଲେ ନିଆରା ହୀରା

ପୁରୀ ଅଫିସ,୧।୩:ବାପା ଦିନମଜୁରିଆ। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ନାହିଁ। ଫନୀ ମହାବାତ୍ୟା ପରଠାରୁ ପଲିଥିନ ତଳେ ବିତିଛି ଜୀବନ। ହେଲେ ରାଜନୀତି ପ୍ରତି ଥିବା...

Advertisement
Archives

Model This Week