ଗୋଟିଏ ବିଲେଇଠାରୁ ହାରିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ

ଲଣ୍ଡନ, ୬।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତିନିଦିନିଆ ବ୍ରିଟେନ ଗସ୍ତରେ ଯାଇଛନ୍ତି। ଟମ୍ଫଙ୍କ ଗସ୍ତକୁ ନେଇ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଏୟାରପୋର୍ଟରୁ ପାଛୋଟି ନିଆଯାଇଥିଲା। ଲଣ୍ଡନରେ ଟ୍ରମ୍ଫ ଏବଂ ଏକ ବିଲେଇ ମଧ୍ୟରେ ହୋଇଥିବା ଲୁଚକାଳି ଖେଳ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଖେଳରେ ବିଲେଇଠାରୁ ହାରିଯାଇଛନ୍ତି ରାଷ୍ଟପତି। ଲ୍ୟାରି ନାମକ ଏହି ବିଲେଇଟି ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନିବାସରେ ରହେ। ଡୋନାଲ୍ଡ ଟମ୍ଫ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜ ଗାଡି ‘ଦ ବିଷ୍ଟ’ରେ ବସି ବାହାରିଲାବେଳେକୁ ଲ୍ୟାରି ଟ୍ରମ୍ଫଙ୍କ ଗାଡି ତଳେ ବସି ରହିଥିଲା। ଟ୍ରମ୍ଫ ଲ୍ୟାରିକୁ ଗାଡି ତଳୁ ବାହାର କରିବାକୁ ଯଥାସମ୍ଭବ ଚେଷ୍ଟ କରିଥିଲେ ମଧ୍ୟ ଲ୍ୟାରି ଆଦୌ ଗାଡି ତଳୁ ବାହାରି ନ ଥିଲା। ଲ୍ୟାରିକୁ ଟ୍ରମ୍ଫ ଯେତେ ଡାକି ଥିଲେ ମଧ୍ୟ ମଧ୍ୟ ସେ ନ ଶୁଣି ଗାଡି ଅବରୋଧ କରିଥିଲା। ଏମିତି ୧୫-୨୦ ମିନିଟ ଧରି ଟମ୍ଫ ଏବଂ ଲ୍ୟାରି ମଧ୍ୟରେ ଲୁଚକାଳି ଖେଳ ଚାଲିଥିଲା। ଶେଷରେ ଟମ୍ଫ୍‌ ହାରିଯାଇ ସୁରକ୍ଷାକର୍ମୀଙ୍କୁ ଡାକି ଲ୍ୟାରିକୁ ଅଟକାଇବା ପାଇଁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ-ବେଲାରୁସରେ ସମସ୍ତ ସେବା ବନ୍ଦ କଲା ଆମେରିକାନ ଏକ୍ସପ୍ରେସ୍‌

ୱାଶିଂଟନ,୭ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ରୁଷିଆ ଉପରେ ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିବନ୍ଧକ...

ନିଜ କରୋନା ଟିକା ଉପରେ ରୁଷ୍‌ର ନାହିଁ ଭରସା: ଲୋକଙ୍କୁ ଦେବାକୁ ବାରଣ

ମସ୍କୋ, ୨୧।୯: ରୁଷ୍‌ ପ୍ରଥମେ ଅଗଷ୍ଟ ୧୧ରେ କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି କରି ପୃଥିବୀରେ ଇତିହାସ ରଚିଥିଲା। ତେବେ ଏବେ ରୁଷ୍‌ ଟିକାର ପ୍ରଭାବ...

ଫିଲିପାଇନ୍ସରେ ୫.୮ ତୀବ୍ରତାର ଭୂକମ୍ପ: ୫୭ ଆହତ

ମାନିଲା,୧୩।୭: ଉତ୍ତର ଫିଲିପାଇନ୍ସରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୮। ଏହାର ପ୍ରଭାବରେ ଘର, ଚର୍ଚ୍ଚ ଓ...

ଶୀର୍ଷ ସୁରକ୍ଷା ଅଧିକାରୀଙ୍କୁ ବହିଷ୍କାର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୃହ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। କ୍ରାଷ୍ଟୋଫର କ୍ରେବ୍ସ୍‌ ନାମକ ଏହି ଅଧିକାରୀ ଜଣକ ଗୃହମନ୍ତ୍ରଣାଳୟର...

ଓଲିଙ୍କ ବିବାଦୀୟ ମନ୍ତବ୍ୟ: ଶ୍ରୀରାମ ନେପାଳୀ

କାଠମାଣ୍ଡୁ, ୧୪।୭: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ଚାଇନା ଏବଂ ପାକିସ୍ତାନର ସମର୍ଥକ ପାଲଟି ଥିବା...

ଏକ ଛତ୍ରବାଦୀ ଶାସକଙ୍କ ଓଜନ କମୁଛି, ଦେଶବାସୀଙ୍କ ଚିନ୍ତା ବଢୁଛି…

ପୋୟାଙ୍ଗୟଙ୍ଗ,୨୮।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ଏବେ ଦେଶବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ କିଛି ମାସ ଧରି ଲଗାତାର...

ଆଫଗାନିସ୍ତାନ ଉପରେ ଚର୍ଚ୍ଚା: ପାକିସ୍ତାନର ବୈଠକରେ ଯୋଗ ଦେବ ଚାଇନା

ବେଜିଂ,୧୧ ।୧୧: ଆଫଗାନିସ୍ତାନକୁ ନେଇ ଭାରତର ନେତୃତ୍ୱରେ ବୁଧବାର ସୁରକ୍ଷା ପରାମର୍ଶଦାତାଙ୍କର ଏକ ବୈଠକ ବସିଥିଲା । ଏଥିରେ ପାକିସ୍ତାନ ଓ ଚାଇନା ଯୋଗ ଦେଇ...

ଚାଇନାରେ କରୋନା ଭୂତାଣୁ ନେଲାଣି ୧୦୬ ଜୀବନ

ବେଜିଂ,୨୮।୧: ଚାଇନାରେ ବଢି ଚାଲିଛି କରୋନା ଭୂତାଣୁରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏବେସୁଦ୍ଧା ସେଠାରେ ଏହି ଭୂତାଣୁ ସଂକ୍ରମଣରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା...

Advertisement
Archives

Model This Week