ଗୋଟିଏ ଦେଶ, ଗୋଟିଏ ଭାଷା ସମ୍ଭବ ନୁହେଁ

ଭୁବନେଶ୍ୱର,୨୧ା୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଗତ ୧୪ ତାରିଖ ହିନ୍ଦୀ ଦିବସ ପାଳନ ଅବସରରେ ‘ଗୋଟିଏ ଦେଶ, ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଥିଲେ। ଦେଶରେ ହିନ୍ଦୀକୁ ଜାତୀୟ ଭାଷା କରିବାକୁ ଶାହ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ବିଭିନ୍ନ ରାଜ୍ୟରୁ ବିରୋଧ ହେବାରେ ଲାଗିଛି। ବହୁ ରାଜନୈତିକ ବ୍ୟକ୍ତି ଏବଂ ବିଶେଷଜ୍ଞ ୬୦ ଦଶନ୍ଧିରୁ ହିନ୍ଦୀକୁ ଜୋର ଜବରଜସ୍ତ ଲଦି ଦେବାକୁ କରାଯାଉଥିବା ଚେଷ୍ଟା ବିରୋଧରେ ମୁହଁ ଖୋଲିଥିଲେ। ବହୁ ବିଶେଷଜ୍ଞଙ୍କ କହିବା କଥା ହେଲା, ଗୋଟିଏ ଦେଶ, ଗୋଟିଏ ଭାଷା ପାଇଁ ଯଦି ହିନ୍ଦୀକୁ ଜାତୀୟ ଭାଷା କରାଯାଏ ତେବେ ବିଭିନ୍ନ ଆଞ୍ଚଳିକ ଭାଷା ଲୋପ ପାଇଯିବାର ଯଥେଷ୍ଟ ଆଶଙ୍କା ରହିଛି। ଅନ୍ୟପଟେ ଯଦି ଓଡ଼ିଶା ଭଳି ଅଣହିନ୍ଦୀ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏହାକୁ ଲାଗୁ କରାଯାଏ ତେବେ କ’ଣ ପରିସ୍ଥିତି ସୃଷ୍ଟି ହେବ ତାହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହ ସାକ୍ଷାତ୍‌କାର।
କେନ୍ଦ୍ର ସରକାର ହିନ୍ଦୀକୁ ଜାତୀୟ ଭାଷା କରିବା ଲାଗି ଚାହୁଁଛନ୍ତି। ଯଦି ତାହାକୁ ଓଡ଼ିଶା ଭଳି ଅଣହିନ୍ଦୀ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଲାଗୁ କରାଯାଏ, ତେବେ କେଉଁ ପ୍ରକାର ପରିସ୍ଥିତି ଉପୁଜିବ ବୋଲି ଆପଣ ଭାବୁଛନ୍ତି?
– ଓ୍ବାନ ନେଶନ-ଓ୍ବାନ ଲାଙ୍ଗୁଏଜ କଥା ଯାହା କେନ୍ଦ୍ରମନ୍ତ୍ରୀ କହିଛନ୍ତି, ତାହା ଭାରତବର୍ଷରେ ସମ୍ଭବ ନୁହେଁ। କର୍ନାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବି. ଏସ୍‌. ୟେଦୁରପ୍ପା ମଧ୍ୟ ଏହାକୁ ମନା କରିସାରିଛନ୍ତି। କୌଣସି ପରିସ୍ଥିତିରେ ସେମାନେ କନ୍ନଡ ଭାଷା ସହ ବୁଝାମଣା କରିବୁନାହୁଁ ବୋଲି ୟେଦୁରପ୍ପା କହିଛନ୍ତି। ତାମିଲନାଡୁ, କେରଳ ତଥା ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ ଏଥିରେ ରାଜି ହେବେନାହିଁ। ଓଡ଼ିଶାରେ ଓଡ଼ିଆ ଭାଷା ପ୍ରତି ଯାହା ଗୁରୁତ୍ୱ ରହିଛି, ତାହା ରହିବ। ରାଜ୍ୟ ସରକାର ସମସ୍ତ ନଥିପତ୍ରରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ହିନ୍ଦୀ ପ୍ରତି ଆମର ବିଦ୍ୱେଷଭାବ ନାହିଁ। ଭାରତ ଭଳି ଦେଶ ବହୁ ସଂସ୍କୃତି, ବହୁ ଭାଷାକୁ ନେଇ ଗଠିତ ହୋଇଛି।
ହିନ୍ଦୀକୁ ଜାତୀୟ ଭାଷା କରାଗଲେ ପ୍ରାଥମିକ ଶିକ୍ଷା କ୍ଷେତ୍ରରୁ ପିଲାମାନେ ପଢୁଥିବା ଇତିହାସ, ଭୂଗୋଳ, ସାହିତ୍ୟ ସବୁ ହିନ୍ଦୀରେ ପଢ଼ାଯିବ। ଓଡ଼ିଆ ଏବଂ ଇଂଲିଶ୍‌ ଭଳି ବିଷୟ କେବଳ ଏକ ବିଷୟ ହୋଇ ରହିଯିବ। ଏପରି ହେଲେ ଦୁଇ, ତିନି ପିଢିର ପିଲାମାନେ ଓଡ଼ିଆ କହିବା ଭୁଲିଯିବେ ବୋଲି ଅନେକ କହୁଛନ୍ତି। ଏନେଇ ଆପଣ ମତ କ’ଣ?
– ଏହା ସମ୍ଭବ ନୁହେଁ। ଏପରି କି କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ ମଧ୍ୟ ତାହା ଗ୍ରହଣ କରାଯିବ ନାହିଁ। ନିଶ୍ଚିତ ଭାବେ ଯେଉଁ ରାଜ୍ୟରେ ଯାହା ମାତୃଭାଷା ରହିଛି, ତାହାକୁ ବ୍ୟବହାର କରାଯିବା ଉଚିତ୍‌। ତାହାକୁ ଆଧାର କରି ରାଜ୍ୟ ସରକାର ନୂଆ ବ୍ୟବସ୍ଥା କରିଛନ୍ତି। ମାତୃଭାଷା ଓଡ଼ିଆ ଏବଂ ଇଂଲିଶ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହିନ୍ଦୀ ପ୍ରତି ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଲାଗି କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଯେଉଁ ପ୍ରକ୍ରିୟା କରୁଛନ୍ତି ତାହା କରନ୍ତୁ, ସେଥିରେ ମନାନାହିଁ। ଏହାକୁ ଆଇନ କରି ଯଦି କେବେ ଲୋକଙ୍କ ମୁଣ୍ଡରେ ଲଦି ଦେବାକୁ ଚେଷ୍ଟା କରାଯାଏ ତେବେ ସ୍ବାଧୀନତା ପରେ ଭାଷା ଆନ୍ଦୋଳନକୁ ଆଧାର କରି ଯେଉଁ ଘଟଣା ଘଟିଥିଲା ସେହିଭଳି ପରିସ୍ଥିତି ଉପୁଜିବ। ମତେ ଲାଗୁନି, କେନ୍ଦ୍ର ସରକାର ଏହାକୁ ଏମିତି ଲଦି ଦେବେ, ଯଦି ସେମାନେ ତାହା ଚିନ୍ତା କରୁଛନ୍ତି ତେବେ ତାହା ଦେଶ ପାଇଁ ଶୁଭଙ୍କର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri