ଗୋଟିଏ ଦିନରେ ୧୧୯୭ କରୋନା ଟେଷ୍ଟ: ସବୁ ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): ସାରା ଦେଶରେ କରୋନା ଭାଇରସ୍‌ କାୟା ମେଲାଇ ଚାଲିଛି। ରାଜ୍ୟରେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବୁଧବାର ଏକ ଖୁସି ଖବର ସାମ୍ନାକୁ ଆସିଛି। ଯାହା ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ସୂଚନା ମୁତାବକ ବୁଧବାର ସାରା ରାଜ୍ୟରେ ୧୧୯୭ଟି ନମୁନା ଯାଞ୍ଚ କରାଯାଇଥିଲା। ଆଉ ଏହି ସବୁ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ତେବେ ପ୍ରଥମ ଥର ରାଜ୍ୟରେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ନମୁନା ଯାଞ୍ଚ କରାଯାଇଥିବା ବେଳେ ଏହା ଏକ ରେକର୍ଡ ସୃଷ୍ଟି କରିଛି। ଏଥିସହ ବୁଧବାର ଗୋଟିଏ ବି ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି। ଅପରପକ୍ଷେ ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର ଜଣେ ସଂକ୍ରମିତ ରୋଗୀ ସୁସ୍ଥ ହୋଇଥିବା ବେଳେ ଖୁବଶୀଘ୍ର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଅନ୍ୟ ଜଣଙ୍କ ବର୍ତ୍ତମାନ ଚିକିତ୍ସିତ ହେଉଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ ୧୯ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ମଝିରେ କରୋନା ଆକ୍ରାନ୍ତଙ୍କୁ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

ପଦ୍ମପୁର, ୨୪ା୮(ଡି.ଏନ୍‌.ଏ.)-କରୋନା ଆକ୍ରାନ୍ତ ଜଣେ ମହିଳାଙ୍କୁ କଟକରୁ ଗାଁକୁ ନେଇ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ରାସ୍ତା ମଝିରେ ଛାଡ଼ି ପଳାଇବା ଘଟଣା ଚର୍ଚ୍ଚାର ବିଷୟ...

ଶ୍ରୀକ୍ଷେତ୍ର ବିକାଶର ମାଷ୍ଟର ପ୍ଲାନ: ରାଜ୍ୟବାସୀଙ୍କୁ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ ବିଶ୍ୱ ଐତିହ୍ୟରେ ପରିଣତ କରିବାକୁ ରାଜ୍ୟ ସରକାର ଆଉ ଦୁଇ ପାଦ ଆଗକୁ ବଢିଛନ୍ତି। ଶ୍ରୀ ଜଗନ୍ନାଥ ଐତିହ୍ୟ...

୨ ମହିଳା ଡାକ୍ତର କରୋନା ପଜିଟିଭ: ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍‌ଡାଉନ ଘୋଷଣା

ଭବାନୀପାଟଣା/କେସିଙ୍ଗା, ୧୩।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଶନିବାର ଆଉ ୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ଜଣ ମହିଳା ଡାକ୍ତର...

ପରଜଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମଦିବସ ପାଳିତ, ଗରିବଙ୍କୁ କମ୍ବଳ ବାଣ୍ଟିଲେ ଏମ୍‌ପି

ପରଜଙ୍ଗ,୧୬।୧୦(ଡି.ଏନ୍‌.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ରାମେଶ୍ୱର ହାଇସ୍କୁଲ ପଡିଆଠାରେ ବୁଧବାର ଢେଙ୍କାନାଳ-ଅନୁଗୁଳ ଏମ୍‌ପି ମହେଶ ସାହୁଙ୍କ ତତ୍ତ୍ୱବଧାନରେ ବହୁ ନିରାଡ଼ମ୍ବର ଭାବେ...

ମେଡିକାଲ କଲେଜ ସ୍ଥାପନ ଦାବି ତେଜୁଛି :୧୧ରେ ନୂଆପଡା ବନ୍ଦ ଡାକରା

ନୂଆପଡା ଅଫିସ,୧୦ା୯ ନୂଆପଡା ରାଜ୍ୟର ଏକ ଉପାନ୍ତ ଜିଲା । ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଲୋକଙ୍କୁ ଉପଲବ୍ଧ ହୋଇପାରୁନାହିଁ । ବିଭିନ୍ନ...

ଏୟାରପୋର୍ଟରେ ପିପିଇ କିଟ୍‌ ପିନ୍ଧି ଡ୍ୟାନ୍ସ କଲେ ଏହି କ୍ରିକେଟରଙ୍କ ଭାବିପତ୍ନୀ

ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଭାବିପତ୍ନୀ ଧନଶ୍ରୀ ବର୍ମା କୋରିଓଗ୍ରାଫି ପାଇଁ ବେଶ୍‌ ଜଣାଶୁଣା। ପ୍ରାୟ ସମୟରେ ସେ ସୋସିଆଲ ମିଡିଆରେ ନିଜର...

ବିଦ୍ୟାଳୟ ଗୃହ ଉନ୍ନତୀକରଣ ଦାବି

କେନ୍ଦ୍ରାପଡା ଅଫିସ, ୨୬।୯: କେନ୍ଦ୍ରାପଡ଼ା ବ୍ଲକ କୁତରଙ୍ଗ ଉଚ୍ଚ ବିଦ୍ୟାଳୟ ଗୃହ ଉନ୍ନତୀକରଣ ଦାବି କରି ପଞ୍ଚାୟତବାସୀ ଜିଲାପାଳଙ୍କୁ ବୁଧବାର ଏକ ଦାବିପତ୍ର ଦେଇଛନ୍ତି। ଏ...

କରୋନା ଅଣାୟତ୍ତ: ୨୦ ଦିନରେ ୨୦ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୧୮।୭: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଆସନ୍ତା ୨୦ ଦିନରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇ ୨୦ ଲକ୍ଷ...

Coronavirus Update


Archives

Model This Week

Why Dharitri