ଗୋଆରେ ଦାଦନ ଖଟିବାକୁ ଯାଇ ଜୀବନ ହରାଇଲେ ଶ୍ରମିକ

ସୁନ୍ଦରଗଡ, ୨୨ା୪(ଡି.ଏନ୍‌.ଏ.): ଗୋଆକୁ ଦାଦନ ଖଟିବାକୁ ଯାଇଥିବା ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକର ଜଣେ ୨୫ବର୍ଷୀୟ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ଲକ ଅଧୀନ ଗଏଲଶୁଖା ଗ୍ରାମର ରଞ୍ଜିତ ହେମ୍ରମ (୨୫)। ସେଠାରେ ସମୁଦ୍ରରେ ମାଛ ମାରିବା କାମରେ ନିୟୋଜିତ ଥିବା ବେଳେ ଦୁର୍ଘଟଣାରେ ସେ ଜୀବନ ହରାଇଛନ୍ତି। ଏହି ଖବର ପାଇବା ସ୍ତ୍ରୀ ନମିତା ଓ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ମୃତ ରଞ୍ଜିତଙ୍କର ଦେଢବର୍ଷରୁ ୬ବର୍ଷ ମଧ୍ୟରେ ୩ପୁଅ ଅଛନ୍ତି। ସେ ଗତ ଅଗଷ୍ଟ ମାସରେ ଗ୍ରାମର ଅନ୍ୟ ଯୁବକମାନଙ୍କ ସହିତ ମିଶି କାମ କରିବାକୁ ଗୋଆ ଯାଇଥିଲେ। ୧୫ଦିନ ତଳେ ନିକଟସ୍ଥ ଗିଧପାହାଡି ଗ୍ରାମର ଆଉ ଜଣେ ୨୫ବର୍ଷୀୟ ଯୁବକଙ୍କ ଗୋଆରେ ମୃତ୍ୟୁ ହୋଇଥିଲା। ଏହି ପଞ୍ଚାୟତରୁ ୨୫୦ରୁ ଊର୍ଦ୍ଧ୍ୱ ଯୁବକ ଗୋଆ ରୋଜଗାର ପାଇଁ ଯାଇଛନ୍ତି। ସେଠାରେ ସମୁଦ୍ରରେ ମାଛ ମାରିବା କାର୍ଯ୍ୟରେ ସେମାନେ ନିୟୋଜିତ ହୋାଇଛନ୍ତି। ମାସ ମାସ ଧରି ମାଛମରା କାମରେ ନିୟୋଜିତ ଥିବା ବେଳେ ଅନେକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ପଞ୍ଚାୟତବାସୀ

ପୋଲସରା,୨୧ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକ ମାଳତେନ୍ତୁଳିଆ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କାକୁ ନେଇ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ସୋମବାର ପୂର୍ବତନ ସରପଞ୍ଚ...

ରଦ୍ଦ ହେଲା ବିକ୍ରମ ସାହୁଙ୍କ ମଦ ଲାଇସେନ୍ସ

ଅନୁଗୋଳ ଅଫିସ, ୨୭।୬ – ଲକ୍‌ଡାଉନ ବେଳେ ସିଲ୍‌ ହୋଇଥିବା ଅନୁଗୋଳ କରଡାଗାଡିଆସ୍ଥିତ ମଦ ଭାଟିରେ ଚୋରା କାରବାର ଅଭିଯୋଗରେ ଗତ ଏପ୍ରିଲ୍‌ ୨୩ ବିଳମ୍ବିତ...

୧୦ ମତ୍ସ୍ୟଜୀବୀଙ୍କ ସ୍ବାବ୍‌ ପରୀକ୍ଷା

ଛତ୍ରପୁର,୩୦ା୪(ଡି.ଏନ୍‌.ଏ.) : ଚେନ୍ନାଇରୁ ୩୩ ଜଣ ମତ୍ସ୍ୟଜୀବୀ ସମୁଦ୍ର ପଥରେ ଏକ ବୋଟ୍‌ ଯୋଗେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟ ଫିସେରୀ ଜେଟିଠାରେ...

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସେଲ୍‌ଫି ନେବା ବେଳେ ଅଘଟଣ, ମହିଳା ପର୍ଯ୍ୟଟକ ଗୁରୁତର

ଗୋପ, ୧୩।୩(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଶୁକ୍ରବାର ଜଣେ ପର୍ଯ୍ୟଟକ ସେଲ୍‌ଫି ନେବାବେଳେ ଖସିପଡ଼ି ଗୁରୁତର ହୋଇଛନ୍ତି। ସେ ହେଲେ ଭୁବନେଶ୍ବର ୟୁନିଟ୍‌ ୯ର ମହିଳା...

ଭୂତ ଭୟ: ସ୍କୁଲ ହଷ୍ଟେଲ ଛାଡ଼ିଲେ ୪୦ ଛାତ୍ରୀଛାତ୍ର

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପ୍ରାଥମିକ ବିଦ୍ୟାଳୟର ସ୍ବଳ୍ପବ୍ୟୟ ଆବାସିକ ହଷ୍ଟେଲରେ ଅଭାବନୀୟ ଘଟଣା ଘଟିଛି। ଭୂତ ଭୟରେ ହଷ୍ଟେଲରେ ଥିବା ସମସ୍ତ...

ମଙ୍ଗଳବାରଠାରୁ ଖେମୁଣ୍ଡି ମହୋତ୍ସବ

ଦିଗପହଣ୍ଡି,୨୦ା୧(ଡି.ଏନ.ଏ.)-ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳପଡିଆରେ ମଙ୍ଗଳବାରଠାରୁ ଖେମୁଣ୍ଡି ମହୋତ୍ସବ ଆରମ୍ଭ ହେବ। ଏହାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦଘାଟନ କରିବେ। ୫ ଦିନ ଧରି ହେବାକୁ...

ଲେଦ୍‌ ଫିଟିଂ ସହ କଳାରେ ମନ

ଅନୁଗୋଳ ବ୍ଲକ ଚନ୍ଦ୍ରବାହାଳ ଗ୍ରାମର ଧ୍ରୁବଚରଣ ଦାସଙ୍କ ପୁଅ କ୍ଷୀରୋଦ ଦାସ(୩୦) ପେଶାରେ ଜଣେ ଲେଦ୍‌ ଫିଟର। ହେଲେ ତାଙ୍କ ନିଶା କଳା ପରିବେଷଣରେ। ବାପା,...

ହଷ୍ଟେଲରେ ଲାଗିଲା ନିଆଁ: ଜଳିଗଲା ଛାତ୍ରୀଛାତ୍ରଙ୍କ ବିଭିନ୍ନ ସାମଗ୍ରୀ

ରାୟଗଡ଼ା ଅଫିସ,୨୧।୧୨: ରାୟଗଡ଼ାର ସାଇପ୍ରିୟା ନଗରରେ ଥବା ଅନ୍ବେଷା ଛାତ୍ରୀଛାତ୍ର ହଷ୍ଟେଲରେ ଶର୍ଟସର୍କିଟ୍‌ରୁ ନିଆଁ ଲାଗିଯାଇଛି। ଉକ୍ତ ହଷ୍ଟେଲର ଏକ ଗୋଦାମ ଘରେ ଥିବା ଗଦି,...

Coronavirus Update


Archives

Model This Week

Why Dharitri