Posted inଜାତୀୟ

ଗେହଲଟଙ୍କ ମୁଣ୍ଡରେ ସବୁ ଦୋଷ

ନୂଆଦିଲ୍ଲୀ/ଜୟପୁର,୨୯ା୫: ୫ ମାସ ତଳେ ଯେଉଁ ୩ ହିନ୍ଦୀଭାଷୀ ରାଜ୍ୟରେ ଭାଜପାଠାରୁ କଂଗ୍ରେସ କ୍ଷମତା ଛଡ଼ାଇନେଇଥିଲା ତନ୍ମଧ୍ୟୁ ରାଜସ୍ଥାନ ଅନ୍ୟତମ। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାର ୧୦୦ ଆସନ ଦଖଲ କରି ୬ ବିଏସ୍‌ପି ଓ ୧୨ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିବାରେ ସକ୍ଷମ ହୋଇଥିବା କଂଗ୍ରେସ ଉପରେ ଏବେ ସଙ୍କଟ ଦେଖାଦେଇଛି। ଲୋକ ସଭା ନିର୍ବାଚନରେ କଂଗ୍ରେସ ୨୫ଟି ଯାକ ଆସନରେ ପରାଜୟ ସ୍ବୀକାର କରିଛି। ଏପରି କି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ମଧ୍ୟ ନିର୍ବାଚନ ହାରିଯାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିଡବ୍ଲ୍ୟୁସି ବୈଠକରେ ଗେହଲଟଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିବା ପରେ ରାଜ୍ୟ କଂଗ୍ରେସ ନେତାମାନେ ଦଳର ପରାଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପରେ ସବୁ ଦୋଷ ଲଦିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରେ ନ ରହିଲେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଉପମୁଖ୍ୟମନ୍ତ୍ରୀ ପଦ ସହ ରାଜ୍ୟ କଂଗ୍ରେସ ସଭାପତି ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଜୟପୁରରେ ବୁଧବାର ପ୍ରଦେଶ କଂଗ୍ରେସ କମିଟି (ପିସିସି) ବୈଠକ ହେବ। ଏଥିରେ ଉଭୟ ଗେହଲଟ ଓ ପାଇଲଟଙ୍କ ସମେତ ଏଆଇସିସି ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌-କାଏଦା ସହଯୋଗୀଙ୍କୁ ପାଣ୍ଠି ଯୋଗାଉଥିଲା ଓବାମା ପ୍ରଶାସନ

ଓ୍ବାଶିଂଟନ, ୫।୧: ବିଶ୍ୱକୁ ଆତଙ୍କବାଦ ମୁକ୍ତ କରିବା କଥା କହୁଥିବା ଆମେରିକା ପରୋକ୍ଷରେ ଉକ୍ତ ସଂଗଠନ ସହ ଜଡ଼ିତ ସଂସ୍ଥାକୁ ଆର୍ଥତ୍କ ସହାୟତା ଯୋଗାଉଥିବା ଏକ...

କେନ୍ଦ୍ରକୁ ଜବାବ ମାଗିଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୯ା୨(ପି.ଟି.):କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଦଳର କେତେଜଣ ନେତା ଉତ୍ତେଜନାପୂର୍ଣ୍ଣ...

ପତ୍ନୀ, ଝିଅଙ୍କୁ ଗୁଳି କରିବା ପରେ ଆତ୍ମହତ୍ୟା କଲେ ବ୍ୟବସାୟୀ

ପାଟନା,୧୧।୬: ବିହାରର ରାଜଧାନୀ ପାଟନାରେ ହୋଇଥିବା ଟ୍ରିପଲ୍‌ ମର୍ଡର ଘଟଣା ମଙ୍ଗଳବାର ସାରା ରାଜ୍ୟକୁ ଚମକାଇ ଦେଇଛି। ପାଟନାରେ ରହୁଥିବା ଜଣେ ବ୍ୟବସାୟୀ ନିଜ ଝିଅ...

ବ୍ରେକ ପରେ ପୁଣି ଆରମ୍ଭ ହେଲା ଭାରତ ଯୋଡୋ ଯାତ୍ରା

ଲକ୍ଷ୍ନୌ,୩ ।୧: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ଉତ୍ତର ପ୍ରଦେଶରୁ ଆରମ୍ଭ ହେଉଛି । ପ୍ରାୟ ଗୋଟିଏ ସପ୍ତାହର ବ୍ରେକ ପରେ ପୁଣିଥରେ...

ଋତୁପର୍ଣ୍ଣାଙ୍କୁ ଇଡି ସମନ

କୋଲକାତା,୧୧ା୭(ପି.ଟି.): ରୋଜଭ୍ୟାଲି ଚିଟ୍‌ଫଣ୍ଡ ନୁର୍ଦୀନି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପରଷ୍ଟାର ପ୍ରୋସେନ୍‌ଜିତ ଚାଟାର୍ଜିଙ୍କକୁ ସମନ କରିବାର ଦିନକ ପରେ ବୁଧବାର ବଙ୍ଗଳା...

ପୈତୃକ ଗ୍ରାମରେ ହେଲା ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର

ନର୍ମଦାପୁରମ,୧୪।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗ୍ରାମରେ କରାଯାଇଛି। ପୁଅ ଶାନ୍ତନୁ ଏବଂ ଝିଅ ଶୁଭାସିନୀ ମିଶି ତାଙ୍କୁ...

୨୪ରେ ମୋଦି-ବାଇଡେନ ଆଲୋଚନା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ଆମେରିକା ଗସ୍ତରେ ଯାଉଥିବାବେଳେ ଶୁକ୍ରବାର (ସେପ୍ଟେମ୍ବର ୨୪ରେ) ସେ ଓ୍ବାଶିଂଟନରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ବୈଠକରେ...

ମହାତ୍ମାଙ୍କୁ ହତ୍ୟା କରିଥିଲେ ଜଣେ କଠୋର ପନ୍ଥୀ: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୩୦।୧: ଅନ୍ୟକୁ ଭଲ ପାଇବାର ବାର୍ତ୍ତା ଦେଉଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣେ କଠୋର ପନ୍ଥୀ ହତ୍ୟା କରିଥିଲେ। ତେବେ ମହାତ୍ମାଙ୍କ ଦ୍ୱାରା...

Advertisement
Archives

Model This Week