ଗୁରୁବାର ଭୋଟ ଗଣନା: କେନ୍ଦୁଝର ପ୍ରଶାସନର ପ୍ରସ୍ତୁତି ଶେଷ, କେନ୍ଦ୍ରଗୁଡ଼ିକୁ ମୋବାଇଲ ଫୋନ ମନା

କେନ୍ଦୁଝର,୨୨।୫(ସ୍ବ.ପ୍ର.): ଗୁରୁବାର ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଭୋଟ ଗଣନା କରାଯିବ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଅବଜର୍ଭର ଡ଼. ଓମ ପ୍ରକାଶଙ୍କ ଉପସ୍ଥିତରେ ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଆଶିଷ ଥାକରେ ଭୋଟ ଗଣନା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ କହିଥିଲେ। ଭୋଟ ଗଣନା କେନ୍ଦ୍ରକୁ ମୋବାଇଲ ଫୋନ ମନା କରାଯାଇଛି। ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ, କେନ୍ଦୁଝରରେ କେନ୍ଦୁଝର ଓ ତେଲକୋଇ, କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ, ଶାଳପଡାରେ ଆନନ୍ଦପୁର ଓ ଘସିପୁରା, ଚନ୍ଦ୍ର ଶେଖର ମହାବିଦ୍ୟାଳୟ, ଚମ୍ପୁଆରେ ଚମ୍ପୁଆ ଓ ପାଟଣା ନିର୍ବାଚନ ମଣ୍ଡଳୀର ଭୋଟ ଗଣନା ହେବ ବୋଲି ସୂଚନା ଦିଆଯାଇଛି। ଭୋଟ ଗଣନା ପାଇଁ ତେଲକୋଇ, କେନ୍ଦୁଝର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ୧୦୦ ଜଣ, ଚମ୍ପୁଆ ପାଇଁ ୧୧୫ ଜଣ, ପାଟଣା ପାଇଁ ୧୦୩ ଜଣ, ଆନନ୍ଦପୁର ଓ ଘଷିପୁରା ପାଇଁ ୭୩ ଜଣ କର୍ମଚାରୀ ନିୟୋଜିତ ହେବେ। ତେଲକୋଇ, ପାଟଣା ଓ କେନ୍ଦୁଝର ପାଇଁ ୨୦ ଟି ଲେଖାଏଁ ଟେବୁଲ, ଚମ୍ପୁଆ ପାଇଁ ୨୪, ଆନନ୍ଦପୁର ଓ ଘସିପୁରା ପାଇଁ ୧୪ ଟି ଟେବୁଲରେ ଭୋଟ ଗଣନା ହେବ ବୋଲି ସୂଚନା ଦିଆଯାଇଛି। ଭୋଟ ଗଣନା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ବୁଡି ଗଲେ ଦୁଇ ଭାଇ

ପାରାଦୀପ ଅଫିସ,୧୪।୪: ପଣା ସଂକ୍ରାନ୍ତିରେ ଅଘଟଣ। ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଗଲେ ଦୁଇ ଭାଇ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲା...

ସ୍ବତନ୍ତ୍ର ବସ୍‌ ଯୋଗେ ଯୁଦ୍ଧ ଅଞ୍ଚଳରେ ଫସିଥିବା ଛାତ୍ରୀଛାତ୍ରଙ୍କୁ ଉଦ୍ଧାର

ଭୁବନେଶ୍ୱର,୪।୩(ବ୍ୟୁରୋ): ୟୁକ୍ରେନରେ ଯୁଦ୍ଧ ଜାରି ରହିଥିବା ବେଳେ ଯୁଦ୍ଧ ଅଞ୍ଚଳ ଖାର୍କିଭ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଆହୁରି ଅନେକ ଓଡ଼ିଆ ଛାତ୍ରୀଛାତ୍ର ଫସି ରହିଛନ୍ତି...

ବଢ଼ୁଛି ହୀରାକୁଦ ଜଳସ୍ତର, ବୁଧବାର ନିଷ୍କାସନ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ୨ ଦିନ ଧରି ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି। ହୀରାକୁଦ ଡ୍ୟାମ୍‌କୁ ବନ୍ୟା ଜଳ ଅଧିକ ମାତ୍ରାରେ ପ୍ରବେଶ...

ଅସରାଏ ବର୍ଷାରେ ତାରପୁର ବାଇପାସ ରାସ୍ତା ବେହାଲ

ରଘୁନାଥପୁର,୨୪ା୬(ଡି.ଏନ୍‌.ଏ.): ଅସରାଏ ବର୍ଷାରେ ରଘୁନାଥପୁର ବ୍ଲକ ତାରପୁର ବାଇପାସ ରାସ୍ତାର ଅବସ୍ଥା ବେହାଲ ହୋଇଯାଉଛି। କିଛି ବ୍ୟବସାୟୀ ସରକାରୀ ଜମିକୁ ମାଡିବସି ଜଳ ନିଷ୍କାସନ ପଥକୁ...

ଟିକା ଅଭାବରୁ ସ୍ବତନ୍ତ୍ର ଟିକାକରଣ ବନ୍ଦ

ଭୁବନେଶ୍ୱର, ୩୧ା୫ (ବ୍ୟୁରୋ):ସ୍ବାସ୍ଥ୍ୟ ବିଭାଗ ଯେଉଁ ଆଶଙ୍କା କରୁଥିଲା ଶେଷରେ ସେୟା ହିଁ ହେବାକୁ ଯାଉଛି। ଟିକା ଅଭାବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ...

ଅନ୍‌ଲାଇନରେ କାର୍ଯ୍ୟକ୍ରମ କରିବ ସଂସ୍କୃତି ବିଭାଗ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): କରୋନା ଲକ୍‌ଡାଉନ୍‌ ପାଇଁ ରାଜ୍ୟର ବହୁ ଚିତ୍ରଶିଳ୍ପୀ ଓ ସ୍ଥାପତ୍ୟଶିଳ୍ପୀ ଘରେ ହାତବାନ୍ଧି ବସିଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ...

ଭାଜପା ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗ: ଦାମ କହିଲେ ‘ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ହୋଇଗଲା’

ଭୁବନେଶ୍ୱର,୨୨।୬(ବ୍ୟୁରୋ): ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭାଜପା ପକ୍ଷରୁ ରାଜ୍ୟ ସଭା ପ୍ରାର୍ଥୀ କରାଯିବା ଏବଂ ବିଜେଡି ତାଙ୍କୁ ସମର୍ଥନ କରିବା ଘଟଣାକୁ ନେଇ...

ଚାଇନା ଫେରନ୍ତା ବ୍ୟକ୍ତି ଅସୁସ୍ଥ: ଖଇରାରେ କରୋନା ଆତଙ୍କ

ଖଇରା,୭।୩(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୋଜାଗଡ଼ ଗ୍ରାମରେ କରୋନା ଆତଙ୍କ ଦେଖାଦେଇଛି। ଚାଇନା ଫେରନ୍ତା ଯୁବକ ଜଗନ୍ନାଥ ଜେନାଙ୍କୁ କରୋନା ସଂକ୍ରମିତ...

Advertisement
Archives

Model This Week