ଗୁରୁତର କରୋନା ସଂକ୍ରମିତଙ୍କୁ ଶାନ୍ତି ମୃତ୍ୟୁ: ବ୍ରିଟେନ୍‌ରେ ଅଫ୍‌ କରି ଦିଆଯାଉଛି ଭେଣ୍ଟିଲେଟର ସ୍ବିଚ୍‌ !

ଲଣ୍ଡନ,୧୮।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ବ୍ରିଟେନ୍‌ରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ତଥା ସ୍ବାସ୍ଥ୍ୟକ୍ରର୍ମୀ ଅଧିକ ବିସାଦଗ୍ରସ୍ତ ହେଉଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏଠାରେ ଗୁରୁତର କରୋନା ସଂକ୍ରମିତଙ୍କୁ ଅଧିକ ଯନ୍ତ୍ରଣା ନ ଦେବା ଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ଏକ ପଦକ୍ଷେପ ଆପଣେଉଛନ୍ତି। ଏଭଳି ସଂକ୍ରମିତଙ୍କୁ ବଞ୍ଚାଇବା ଅସମ୍ଭବ ହେଉଥିବାରୁ ଏପରି କରାଯାଉଛି। ଏହା ଅମାନବୀୟ ହେଲେ ମଧ୍ୟ ବାଧ୍ୟ ହୋଇ ଏପରି କରାଯାଉଥିବା ସେଠାରେ କାର୍ଯ୍ୟ କରୁଥିବା ମୂଳଭାରତୀୟ ଜୁନିତା ନିତଲା କହିଛନ୍ତି। ଏଭଳି କାର୍ଯ୍ୟ ଡାକ୍ତରୀ ପେଶାଦାରଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହେଲେ ମଧ୍ୟ ସଂକ୍ରମିତଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବା ସହିତ ଶାନ୍ତି ମୃତ୍ୟୁ ଲାଗି ହସ୍ପିଟାଲ କର୍ତ୍ତୃପକ୍ଷ କାର୍ଯ୍ୟରେ ଥିବା ଡାକ୍ତର, ନର୍ସଙ୍କୁ ଗୁରୁତର ସଂକ୍ରମିତଙ୍କ ଭେଣ୍ଟିଲେଟର ସ୍ବିଚ୍‌ ଅଫ୍‌ କରିବାକୁ କୁହାଯାଉଥିବା ନିତଲା କହିଛନ୍ତି। ସ୍ବିଚ୍‌ ଅଫ୍‌ କରିବା ପରେ ଡାକ୍ତର ଅବା ନର୍ସ କାହାରି ପାଟିରୁ କିଛି ସମୟ ପାଇଁ ପଦୁଟିଏ କଥା ମଧ୍ୟ ବାହାରି ପାରୁ ନ ଥିବା ସେ କହିଛନ୍ତି। ଜୀବନ ରକ୍ଷା କରିବା ଡାକ୍ତରୀ ପେଶାଦାରଙ୍କ ମୂଳମନ୍ତ୍ର ହୋଇଥିଲେ ମଧ୍ୟ ବାଧ୍ୟ ହୋଇ ଏହା କରାଯାଉଥିବା ନିତଲା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣଭାରତରେ ଜନ୍ମ ହୋଇଥିବା ୪୨ ବର୍ଷ ବୟସ୍କା ନିତଲା ଗତ ୧୬ ବର୍ଷ ଧରି ବ୍ରିଟେନ୍‌ରେ ଆଇସିୟୁରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଚିହ୍ନଟ ହେଲେ ୩୨୬ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର,୨୫ ।୯: ରାଜଧାନୀ ଭୁବନେଶ୍ୱରରେ ବେଳକୁ ବେଳ ଅଣାୟତ ହୋଇଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଏଠାରେ ୩୨୬ ନୂଆ ସଂକ୍ରମିତଙ୍କୁ...

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ପାଇଁ ଛିଡ଼ା ହୋଇ ତାଳି ମାରିଲେ ଇୟୁ ସଦସ୍ୟ

କ୍ୱିଭ୍‌,୧।୩: ଲଗାତାର ୬ ଦିନ ଧରି ରୁଷିଆର ଘନଘନ ଆକ୍ରମଣ ସତ୍ତ୍ୱେ ପଛକୁ ହଟିବାକୁ ନାରାଜ ୟୁକ୍ରେନ୍‌। ଉଭୟ ଦେଶ ମଧ୍ୟରେ ଲଢ଼େଇ ଜାରି ରହିଛି।...

ଉହାନରେ କରୋନା ମୃତ୍ୟୁସଂଖ୍ୟା ୫୦% ବଢ଼ିଲା

ବେଜିଂ/ଉହାନ,୧୮ା୪(ପି.ଟି.): ଚାଇନା ସରକାର ପୂର୍ବରୁ ପ୍ରକାଶିତ କରୋନାଜନିତ ମୃତ୍ୟୁସଂଖ୍ୟାରେ ଶୁକ୍ରବାର ସଂଶୋଧନ କରିଛନ୍ତି। ଦେଶରେ କରୋନା ସଂକ୍ରମଣରେ ୪,୬୩୨ ଜଣଙ୍କ ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ...

କରୋନାରେ ପୁଣି ଜଣେ ଖବରଦାତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି,୧୨ା୭(ସ୍ବ.ପ୍ର.)-ଗଜପତି ଜିଲାର ଜଣେ କୋଭିଡ୍‌ ଯୋଦ୍ଧା ତଥା ବରିଷ୍ଠ ଖବରଦାତା କେ. ସିଏଚ. ରତନମ୍‌ଙ୍କ ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲରେ ରବିବାର ପରଲୋକ ହୋଇଯାଇଛି। ସେ ଦୈନିକ...

ସଚେତନତା ହିଁ ସଫଳତାର ପୁଞ୍ଜି

ପ୍ରତିବର୍ଷ ମେ ମାସ ପ୍ରଥମ ମଙ୍ଗଳବାରକୁ ବିଶ୍ୱ ଆଜ୍‌ମା ଦିବସ ଭାବେ ପାଳନ କରାଯାଇଥାଏ। ଲୋକମାନଙ୍କ ମଧ୍ୟରେ ଆଜ୍‌ମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି...

କରୋନା ଯୋଗୁ ମହାରାଷ୍ଟ୍ରରେ ପ୍ରଥମରୁ ଅଷ୍ଟମ ଅଲ୍‌ ପାସ୍‌

ମୁମ୍ବାଇ,୨୧।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ...

ଛେଳି, ଘୁଷୁରିଙ୍କ ସର୍କସ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଘୁଷୁରି ଓ...

୯ ମହଲା ଆପାଣ୍ଟମେଣ୍ଟ ଉପରେ କ୍ଷେପଣାସ୍ତ୍ର ମାଡ କଲା ରୁଷିଆ

କ୍ୱିଭ୍‌,୧୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ୟୁକ୍ରେନ୍‌ର ରାଜଧାନୀ କ୍ୱିଭ୍‌କୁ ଦଖଲ କରିବା ପାଇଁ ରୁଷିଆ ସେନା ଲଗାତର ସେଠାରେ...

Advertisement
Archives

Model This Week