ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା

ରାୟଗଡ଼ା ଅଫିସ,୨୩।୨: ରାୟଗଡ଼ା ଜିଲା ସେସକାଲ ଥାନା ଅନ୍ତର୍ଗତ ବାଲାପାଡୁ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଛି। ସାନଭାଇ ସତ୍ୟ ମିଣିଆକା ସେସକାଲ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ଦେବା ପରେ ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛି। ଏହା ପରେ ପରିବାରକୁ ହସ୍ତାନ୍ତର କରାଯିବ। ମୃତ ବ୍ୟକ୍ତି ଜଣକ ହେଲେ ଘାସି ମିଣିଆକା। କିଛିଦିନ ତଳେ ଉକ୍ତ ଗ୍ରାମର ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମୃତ ବୃଦ୍ଧଙ୍କ ପରିବାରର ୨ ପୁଅ ଘାସି ମିଣିଆକାଙ୍କୁ ତାଙ୍କ ବାପାଙ୍କ ରୋଗ ପାଇଁ ଦାୟୀ କରିଥିଲେ। ତାଙ୍କ ବାପାଙ୍କର ଯଦି ମୃତ୍ୟୁ ଘଟେ ତେବେ ସେ ଘାସିଙ୍କୁ ହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ସେହି ଦୁଇଭାଇ ଘାସିଙ୍କୁ ମାରିଥିବା ତାଙ୍କ ସାନଭାଇ ସତ୍ୟ ମିଣିଆକା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ୨ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘାସି ନିଜ ବିଲରେ ଥିବା କୁଡ଼ିଆରେ ଶୋଇଥିବା ସମୟରେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କୁ ରଡ୍‌ ଯୋଗେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବା ଲାଗି ବିଭିନ୍ନ ଆଡ଼େ ତନାଘନା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାମନଗର ଉପନିର୍ବାଚନ: ଆଜି ସରିବ ପ୍ରଚାର

ଭଦ୍ରକ ଅଫିସ,୧।୧୧: ଆସନ୍ତା ୩ରେ ଧାମନଗର ଉପନିର୍ବାଚନ। ଏଥିପାଇଁ ପ୍ରଚାର ଜୋରଦାର ଚାଲିଛି। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ସରିବ। ଭାଜପା...

‘କରୋନା’ ସଚେତନତା କାର୍ଯ୍ୟକ୍ରମରେ ଯାତ୍ରା କଳାକାର ଦୈତାରୀ, ଦାମ

ଔପଦା,୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ବଜାର ଓ ଗଡ଼ସାହି ହାଟରେ ଗୁରୁବାର ଅପରାହ୍ନରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଜନହିତ ଯୁବକ ସଂଘ ପକ୍ଷରୁ...

ଅପ୍ରମୟୀଙ୍କ ଗୋଟିଏ ଫୋନ୍‌ କଲ୍‌ ଧରାଇଲା ବଡ଼ ଡକାୟତ ଗ୍ୟାଙ୍ଗ

କେନ୍ଦ୍ରାପଡା ଅଫିସ,୨୩ା୪: କେନ୍ଦ୍ରାପଡ଼ା ଜିଲା ତନ୍ତିଆପାଳ ଥାନା କାକଟପୁର ଗ୍ରାମର ଅପ୍ରମୟୀ ସ୍ବାଇଁଙ୍କ ଗୋଟିଏ ଫୋନ୍‌ କଲ୍‌ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ପର୍ଦ୍ଦାଫାଶ କରିଛି।...

୪ଶହ ଏକର ଜମିକୁ ମାଡ଼ିଗଲା ଜୁଆର

ରାଜନଗର,୧୪ା୭(ଡି.ଏନ.ଏ.): ପାଟ୍ଟଶାଳା ନଦୀର ଜୁଆର ଗୁରୁବାର ବନ୍ଧ ଡେଇଁ ଭେଡାକୁ ପଶିଛି। ଉଚ୍ଚ ଜୁଆର ରଙ୍ଗଣୀ ପଞ୍ଚାୟତର ପଟ୍ଟାପାରିଆ ଓ ଭେକ୍ଟାମୌଜାର ପ୍ରାୟ ୪ଶହ ଏକର...

ନିଆଁ ପୁଇଁବା ହେଲା କାଳ:ଜଳିଗଲେ ୨ ଭଉଣୀ

ଟିକିରି/ରାୟଗଡ଼ା ଅଫିସ,୫ା୨(ଡି.ଏନ୍‌.ଏ.):ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଲାକରସି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଥଣ୍ଡାରେ ନିଆଁ ପୁଇଁବାବେଳେ ଜଳିଯାଇଛନ୍ତି ୨ ଭଉଣୀ। ଦୁହେଁ...

କାଦୁଅରେ ଫସିଲେ ୨ ହାତୀ

ବାରିପଦା ଅଫିସ/ କୁଳିଅଣା,୯ା୧୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ କାଠରୁମା ଦେହୁରୀସାହିର ଏକ ପରିତ୍ୟକ୍ତ ଡଗ୍‌ୱେଲ ଭିତରେ ଖସି ପଡ଼ିଥିବା ୨ହାତୀ ଉଦ୍ଧାର ପାଇଛନ୍ତି। ଗ୍ରାମବାସୀ, ବନବିଭାଗ...

ପାଉଚ ମଦରେ ନିଆଁ ଲଗାଇଲେ ମହିଳା

ବୌଦ୍ଧ, ୨୩।୭.(ସ୍ବ.ପ୍ର.)-ବୌଦ୍ଧ ଜିଲାରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ କରିଛନ୍ତି। ଜିଲାରେ ବହୁ ସଂଖ୍ୟାରେ କୁଚିଆ ମଦ ଦୋକାନ ଖୋଲାଯାଇ ଦେଶୀ, ବିଦେଶୀ ମଦ ବିକ୍ରି...

୪୦ ଲକ୍ଷ ଟଙ୍କାର ମୁଣ୍ଡଜାମିନ, ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ,୬ା୪: ଝାରସୁଗୁଡ଼ାରେ ନାବାଳକ ଅପହରଣ ଓ ଟଙ୍କା ପାଇଁ ନାବାଳକ ହତ୍ୟା ଘଟଣା ମନରୁ ନ ଲିଭିବା ପୂର୍ବରୁ ଏବେ ବାଲେଶ୍ୱର ଜିଲା ଚନ୍ଦନେଶ୍ୱର...

Advertisement
Archives

Model This Week