ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଶିଶୁ ଗୁରୁତର

ବଣାଇଁ,୧୬।୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ନୃଶଂସ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ହେଲେ ଟିକାୟତପାଲି ଥାନା ଅନ୍ତର୍ଗତ ଚିକଟନାଲି ଗ୍ରାମର ବାନ୍ଦନି ଓରାମ (୫୨)। ସେହିଭଳି ଆକ୍ରମଣରେ ଜଣେ ଶିଶୁ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଅଭିଯୁକ୍ତ ରତିକାନ୍ତ ଓରାମ (୩୫) ଫେରାର ହୋଇଯାଇଛନ୍ତି। ବଣାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସୂଚନାନୁଯାୟୀ, ବାନ୍ଦନି ତାଙ୍କ ଜ୍ୱାଇଁ ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମର ଦଶରଥ ଓରାମଙ୍କ ଘରକୁ ବୁଧବାର ସପରିବାର ଆସିଥିଲେ। ରାତି ୮ ସମୟରେ ସମସ୍ତେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ପୋଉଁଥିଲେ। ଏହି ସମୟରେ ଜ୍ବାଇଁଙ୍କ ସାନ ଭାଇ ରତିକାନ୍ତ ସେଠାରେ ବାନ୍ଦନିଙ୍କୁ ଦେଖି ରାଗି ଯାଇଥିଲେ। ଏପରିକି ସେ ଘର ଭିତରକୁ ଯାଇ ଏକ ଟାଙ୍ଗିଆ ଆଣି ବାନ୍ଦନିଙ୍କ ବେକକୁ ଚୋଟ ମାରିଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ରତିକାନ୍ତ ଟାଙ୍ଗିଆରେ ଆଉ ଏକ ଚୋଟ ମାରିବାରୁ ପାଖରେ ବସିଥିବା ଜଣେ ଦେଢ ବର୍ଷର ଶିଶୁ ତାନିସ ଓରାମ ଏଥିରେ ଆହତ ହୋଇ ଗୁରୁତର ହୋଇଥିଲେ।
ପ୍ରକାଶଯୋଗ୍ୟ, ରତିକାନ୍ତ ପୂର୍ବରୁ ବାନ୍ଦନି ବାନ୍ଦନି ଗୁଣିଗାରେଡ଼ି କରୁଥିବାରୁ ତାଙ୍କ ପରିବାର ରୋଗରେ ପୀଡ଼ିତ ହେଉଥିବା ସେ ସନ୍ଦେହ କରି ଆସୁଥିଲେ। ଏଥିପାଇଁ ତାଙ୍କ ଘରକୁ ନ ଆସିବା ପାଇଁ ତାଗିଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ଇଞ୍ଚ ଦବିଲା ଆପ୍ରୋଚ ରୋଡ୍‌ : ରାଜଧାନୀରେ ପୁଣି ଫ୍ଲାଏଓଭର ଆତଙ୍କ

ଭୁବନେଶ୍ୱର, ୨୬ା୮(ବ୍ୟୁରୋ) : ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ୨ ବଡ଼ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯିବା ଘଟଣା ଏବେ ବି ଲୋକଙ୍କ ମନରେ...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୫ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ବଳାତ୍କାର କରିବା ଘଟଣାରେ ଅଭିଯୁକ୍ତଙ୍କ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ...

ଚେୟାରରେ ରୋଗୀ, ସାଲାଇନ ଧରୁଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ) : ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ସହଜରେ ମିଳୁନି ବେଡ୍‌। ରୋଗୀ ଘଣ୍ଟା ଘଣ୍ଟା ଧରି ଚେୟାର, ଷ୍ଟ୍ରେଚର ଓ...

ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ପୋଡ଼ିଗଲା

ଆରଡି,୬।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଓଳଗ ଗାଁର ଦିଲୀପ ବାରିକଙ୍କ ଘରେ ଶୁକ୍ରବାର ମଧ୍ୟାହ୍ନରେ ନିଆଁ ଲାଗି ଆସବାବପତ୍ର ସମେତ ସୁନାଗହଣା, ନଗଦ...

ସିଙ୍ଗାରି ଘାଟିରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ: ୨ ମୃତ, ୯ ଗୁରୁତର

ଭବାନୀପାଟଣା,୧୭।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସିଙ୍ଗାରିଘାଟିରେ ମଙ୍ଗଳବାର ଏକ ପିକ୍‌ଅପ୍‌ ଭ୍ୟାନ ଓଲଟି ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଆକର୍ଷଣୀୟ ହେବ ଢେଙ୍କାନାଳ ମାର୍କା ଶାଢ଼ି ଡିଜାଇନ

ଢେଙ୍କାନାଳ ଅଫିସ,୧୭ା୧: ଢେଙ୍କାନାଳ ଜିଲା ସଦର ବ୍ଲକ ସରାଗପାଟଣା, ଚନ୍ଦ୍ରଶେଖରପ୍ରସାଦ, ଓଡାପଡା ବ୍ଲକର ରଥପଦା ଓ ପରଜଙ୍ଗ ବ୍ଲକ ଖାଲପାଳ ନିକଟସ୍ଥ ଗିରିଗୋବର୍ଦ୍ଧନ ଗ୍ରାମରେ ସ୍ଥାନୀୟ...

ଏଲ୍‌ଆଇସି ଅଂଶଧନ ବିକ୍ରି ପ୍ରତିବାଦରେ ଆନ୍ଦୋଳନରେ ସିପିଆଇଏମ୍‌ ସାମିଲ

କେନ୍ଦୁଝର,୪ା୫(ସ୍ବ.ପ୍ର.): ଏଲ୍‌ଆଇସି ଅଂଶଧନ ବିକ୍ରି ପ୍ରତିବାଦରେ ବୀମା କର୍ମଚାରୀଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏହି ଆନ୍ଦୋଳନକୁ ସମର୍ଥନ କରି ବୁଧବାର କଳାଦିବସ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଯୋଡ଼ା ଥାନାରେ ଅଭିଯୋଗ

ଯୋଡ଼ା, ୨୩।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ତଥା ସହରର ୭ନଂ ଓ୍ବାର୍ଡସ୍ଥିତ କମାରଯୋଡାରେ ରହୁଥିବା ରଂଜିତ ପାତ୍ର ନାମକ ଯୁବକଙ୍କୁ କିଛି ଯୁବକ ମରଣାନ୍ତକ...

Advertisement
Archives

Model This Week