ଗୀତ ଗାଇ ସଚେତନ କଲେ ଥାନାଧିକାରୀ

ବିଞ୍ଝାରପୁର,୧୫ା୪(ଡି.ଏନ.ଏ): କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ ତାଣ୍ଡବ ରଚିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକମୂଳକ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି। ଏହି ସଚେତନତା ବାର୍ତ୍ତାକୁ ଘରେଘରେ ପହଞ୍ଚାଇବାକୁ ବିଞ୍ଝାରପୁର ଥାନାଧିକାରୀ ଶିବ ଚରଣ ବେହେରା ଏକ ନିଆରା ଉଦ୍ୟମ କରିଛନ୍ତି। ସାମାଜିକ ଦୂରତ୍ୱ ଅବଲମ୍ବନ କରିବା, ବାରମ୍ବାର ହାତ ଧୋଇବା ଆଦି ସଚେତନତା ଉପରେ ଥାନାଧିକାରୀ ଶିବଚରଣ ବେହେରା ନିଜସ୍ବ ରଚନାରେ ଗୀତ ଗାଇ ଏକ ନିଆରା ଢଙ୍ଗରେ ସଚେତନତାର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇଛନ୍ତି। ବିଞ୍ଝାରପୁର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଥାନାଧିକାରୀ ମାଇକ ଯୋଗେ ଗୀତ ଗାଇ ସମସ୍ତଙ୍କୁ ସଚେତନ କରିଥିଲେ। ଥାନାଧିକାରୀଙ୍କ ଗୀତ ଗାଇବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରଭଙ୍ଗା ତଦନ୍ତରେ ଅନିୟମିତତା: ତହସିଲ କାର୍ଯ୍ୟାଳୟ ଘେରିଲେ ବାତ୍ୟା ବିପନ୍ନ

ବାଲିଆ,୮।୬: ଫନୀ ବାତ୍ୟା ପ୍ରଭାବରେ ବିରିଡ଼ି ତହସିଲ ଅଞ୍ଚଳରେ ବହୁ ଲୋକଙ୍କ ଘର ଭାଙ୍ଗିଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ପଲିଥିନ୍‌ ଖଣ୍ଡେ ମିଳିପାରିଲା ନାହିଁ। ଏପରି...

ସ୍ତ୍ରୀଙ୍କୁ ଅପହରଣ ଉଦ୍ୟମ

ଭୁବନେଶ୍ୱର,୩୦।୪(ବ୍ୟୁରୋ):  ଭୁବନେଶ୍ୱରରେ ରହୁଥିବା ସ୍ତ୍ରୀ ଶାଶୁଘରକୁ ଯିବା ପାଇଁ ରାଜି ନ ହେବାରୁ ତାଙ୍କୁ ବଳପୂର୍ବକ ନେଇଯାଉଥିଲେ ସ୍ବାମୀ ଓ ପରିବାର ଲୋକେ। ହେଲେ ମହିଳା...

ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ପାଇଁ ଖୋଲିବ ଆଶ୍ରୟସ୍ଥଳ

ଭୁବନେଶ୍ୱର, ୩୦।୪ (ବ୍ୟୁରୋ): କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ କ୍ଷେତ୍ରରେ ଭୁବନେଶ୍ୱର ମହାନଗର...

ଟ୍ରକ୍‌ ଧକ୍କାରେ ଛାତ୍ରୀ ଗୁରୁତର: ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଭଦ୍ରକ ଅଫିସ ,୧୫।୧୧: ଭଦ୍ରକ ୧୬ ନଂ. ଜାତୀୟ ରାଜପଥ ଗେଲପୁର ନିକଟରେ ଏକ ଟ୍ରକ୍‌ ଜଣେ ସ୍କୁଲ୍‌ ଛାତ୍ରୀଙ୍କୁ ଧକ୍କା ଦେବାରୁ ସେ ଗୁରୁତର...

ନାଁକୁ କଟକଣା ପାଳନ: କଣ୍ଟାପଡ଼ାରେ ଅସାଧୁ ବ୍ୟବସାୟୀଙ୍କ ଢାଲ ପାଲଟିଛି ପରିବା ଓ ଗ୍ରୋସରୀ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

କଣ୍ଟାପଡା, ୧୮।୪(ଡି.ଏନ୍‌.ଏ.): କରୋନାର ଗୋଷ୍ଠୀ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଲକ୍‌ଡାଉନ୍‌ କଟକଣା ଲଗାଇଛନ୍ତି। ଏହି ସମୟରେ କେବଳ କିଛି ନିର୍ଦ୍ଦିଷ୍ଟ...

ରଣପୁର ବ୍ଲକ: ଭିତରେ ଅଭିଯୋଗ ଶୁଣାଣି, ବାହାରେ ବିକ୍ଷୋଭ

ରଣପୁର,୧୪ା୧(ସ୍ବ.ପ୍ର.): ସୋମବାର ନୟାଗଡ଼ ଜିଲା ରଣପୁର ବ୍ଲକରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବ୍ଲକ କାର୍ଯ୍ୟାଳୟରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ବାହାରେ କନ୍ଧନୟାଗଡ...

ପଞ୍ଚାୟତ ବୈଠକରୁ ମିଳିଲାନି ସୁଫଳ, ବିଷ ପିଇଲେ ସ୍ବାମୀ

ମାଲକାନଗିରି, ୨୩ା୫(ଡି.ଏନ.ଏ.): ବସିଲା ପଞ୍ଚାୟତ, ବିଷ ପିଇଲେ ସ୍ବାମୀ ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଏମଭି -୯ ଗ୍ରାମରେ। ମୃତକ ହେଲେ ସଞ୍ଜିତ ହାଲଦାର।...

ଗଁ। ରେ ପଶିଲେ ହାତୀପଲ

ରାସୋଳ, ୧୩।୬(ଡି.ଏନ୍‌.ଏ.)- ହିନ୍ଦୋଳ ରେଞ୍ଜ ରାସୋଳ ସେକ୍ସନ ଅଁଳାବେଡ଼ା ଗ୍ରାମର କୁମ୍ଭୀରାଢିପ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀପଲ ମଦନ ଦେହୁରୀ...

Advertisement
Archives

Model This Week