ଗାୟିକା-ଅଭିନେତ୍ରୀ ବେବିନା

ନାଟକ ଆରମ୍ଭରୁ ସେ ଗୀତ ଗାଇ ଦର୍ଶକଙ୍କ ମନକୁ ଝୁମେଇ ଦିଅନ୍ତି। ପୁଣି ନାଟକରେ କମେଡ଼ି କରି ଦର୍ଶକମାନଙ୍କୁ ହସେଇ ହସେଇ ବେଦମ୍‌ କରିଦିଅନ୍ତି। ଉଭୟ ଗୀତ ଆଉ ଅଭିନୟର ଯୁଗଳବନ୍ଦୀରେ ଯାତ୍ରାଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଗାୟିକା-ଅଭିନେତ୍ରୀ ଜଣକ ହେଉଛନ୍ତି ଝରଣା ଘୋଷ ଓରଫ୍‌ ବେବିନା। ତେବେ ଯାତ୍ରାଜଗତରେ ତାଙ୍କୁ ଝରଣା ବୋଲି ଖୁବ୍‌ କମ୍‌ ଲୋକ ଜାଣିଥିବା ବେଳେ ସେ ସମସ୍ତଙ୍କ ନିକଟରେ ବେବିନା ଭାବରେ ପରିଚିତ। ଭଦ୍ରକର ଧାମରାରେ ଅଙ୍ଗଦ ଘୋଷ ଏବଂ କଳ୍ପନା ଘୋଷଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ ବେବିନା। ପିଲାବେଳେ ସୁନ୍ଦର ଗୀତ ଗାଉଥିଲେ। ସ୍କୁଲରେ ତାଙ୍କ ଗୀତ ଶୁଣି ସମସ୍ତେ ଚକିତ ହୋଇଯାଉଥିଲେ। ସେତିକି ନୁହେଁ ସେ ସ୍କୁଲ ଡ୍ରାମାରେ ମଧ୍ୟ ଚମତ୍କାର ଅଭିନୟ କରୁଥିଲେ। ଯେଉଁଠି ଯାତ୍ରା ପଡୁଥିଲା ସେଠାକୁ ଧାଇଁ ଯାଉଥିଲେ ଯାତ୍ରା ଦେଖିବା ପାଇଁ। ପିଲାଟି ବେଳୁ ତାଙ୍କ ଭିତରେ ଯାତ୍ରା ପ୍ରତି ଆଗ୍ରହ ଗଢ଼ି ଉଠିଥିଲା। ସେ ଚାହୁଁଥିଲେ ଯାତ୍ରାପାର୍ଟିରେ ଯୋଗଦେବାକୁ। ମାତ୍ର ଯେତେ ଚେଷ୍ଟା କଲେ ବି ସୁଯୋଗ ମିଳୁ ନ ଥିଲା। ତୁଳସୀ ଗଣନାଟ୍ୟର ଜଣେ କର୍ମଚାରୀ ବାପିବାବୁଙ୍କ ସହିତ ତାଙ୍କର ପରିଚୟ ଥିଲା। ସେ ହିଁ ତାଙ୍କୁ ତୁଳସୀକୁ ନେଇଆସିଲେ। ପ୍ରଥମେ ତ ବାପାମା’ କାହାରି ଇଚ୍ଛା ନ ଥିଲା ଝିଅକୁ ଯାତ୍ରାରେ ଛାଡ଼ିବା ପାଇଁ। ମାତ୍ର ବେବିନାଙ୍କ ଜିଦ୍‌ ନିକଟରେ ସମସ୍ତେ ହାର ମାନିଲେ। ତୁଳସୀରେ ଯୋଗଦେଲେ ବେବିନା। ପ୍ରଥମେ ସେ ମେଲୋଡି ଗାଇଲେ। ତେବେ ତାଙ୍କ ଭିତରେ ଯେ ଅଭିନୟ ଦକ୍ଷତା ରହିଛି ସେକଥା ବେଶିଦିନ ଅଛପା ରହିଲାନାହିଁ। ସେଥିଲାଗି ତାଙ୍କୁ ଛୋଟମୋଟ ଅଭିନୟ କରିବାର ସୁଯୋଗ ମିଳିଲା। ଫୁଲହାର ହେଲା ଫାଶୀ ଦଉଡ଼ି, ମୁଁ ନୁହେଁ ଅର୍ଦ୍ଧାଙ୍ଗିନୀ, ଗୋଟିଏ ନାରୀର କୋଟିଏ କାହାଣୀ ଆଦି ନାଟକରେ ଅଭିନୟ କରି ସେ ମଞ୍ଚ ଉପରକୁ ଆସିଲେ। ଚାରିବର୍ଷ ରହିଲେ ତୁଳସୀ ଗଣନାଟ୍ୟରେ। ତୁଳସୀରୁ ଆସି ଯୋଗଦେଲେ ଯାତ୍ରାଶ୍ରୀ ବିଶ୍ୱଦରବାରରେ। ବିଳମ୍ବରେ ବିଶ୍ୱଦରବାରକୁ ଆସିଥିବାରୁ ତାଙ୍କୁ ଅଭିନୟର ସୁଯୋଗ ମିଳି ନ ଥିଲା। ଚଳିତବର୍ଷ ସେ ଆସି ଯୋଗ ଦେଇଛନ୍ତି ‘ମାୟାନଗରୀ’ ଯାତ୍ରାନୁଷ୍ଠାନରେ। ଗୀତ ତ ଗାଉଛନ୍ତି। ତା’ ସହିତ ତାଙ୍କୁ ମିଳିଛି ତିନିଗୋଟି ନାଟକରେ କମେଡ଼ି କରିବାର ସୁଯୋଗ। ସେହି ନାଟକ ତିନୋଟି ହେଉଛି ‘ଦେଲେ ଧରା କଥା ସରେ’, ଧନ ପାଖେ ମନ ବନ୍ଧାପଡ଼ିଛି’ ଏବଂ ନିଜେ ନିଜର ରାମାୟଣ’। ସ୍ବାମୀ ବିଭୂତି ଭୂଷଣ ଦାସ ଏବଂ ଶ୍ୱଶୁର ବିଜନ ଦାସ ତଥା ଶାଶୁଙ୍କ ପ୍ରେରଣା ତାଙ୍କୁ ଅଭିନୟ ତଥା ସଙ୍ଗୀତର ରାସ୍ତାରେ ଆଗକୁ ଆଗେଇ ନେଉଛି ବୋଲି କହନ୍ତି ଏହି ଗାୟିକା ତଥା ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri