ଗାୟିକା-ଅଭିନେତ୍ରୀ ବେବିନା

ନାଟକ ଆରମ୍ଭରୁ ସେ ଗୀତ ଗାଇ ଦର୍ଶକଙ୍କ ମନକୁ ଝୁମେଇ ଦିଅନ୍ତି। ପୁଣି ନାଟକରେ କମେଡ଼ି କରି ଦର୍ଶକମାନଙ୍କୁ ହସେଇ ହସେଇ ବେଦମ୍‌ କରିଦିଅନ୍ତି। ଉଭୟ ଗୀତ ଆଉ ଅଭିନୟର ଯୁଗଳବନ୍ଦୀରେ ଯାତ୍ରାଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଗାୟିକା-ଅଭିନେତ୍ରୀ ଜଣକ ହେଉଛନ୍ତି ଝରଣା ଘୋଷ ଓରଫ୍‌ ବେବିନା। ତେବେ ଯାତ୍ରାଜଗତରେ ତାଙ୍କୁ ଝରଣା ବୋଲି ଖୁବ୍‌ କମ୍‌ ଲୋକ ଜାଣିଥିବା ବେଳେ ସେ ସମସ୍ତଙ୍କ ନିକଟରେ ବେବିନା ଭାବରେ ପରିଚିତ। ଭଦ୍ରକର ଧାମରାରେ ଅଙ୍ଗଦ ଘୋଷ ଏବଂ କଳ୍ପନା ଘୋଷଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ ବେବିନା। ପିଲାବେଳେ ସୁନ୍ଦର ଗୀତ ଗାଉଥିଲେ। ସ୍କୁଲରେ ତାଙ୍କ ଗୀତ ଶୁଣି ସମସ୍ତେ ଚକିତ ହୋଇଯାଉଥିଲେ। ସେତିକି ନୁହେଁ ସେ ସ୍କୁଲ ଡ୍ରାମାରେ ମଧ୍ୟ ଚମତ୍କାର ଅଭିନୟ କରୁଥିଲେ। ଯେଉଁଠି ଯାତ୍ରା ପଡୁଥିଲା ସେଠାକୁ ଧାଇଁ ଯାଉଥିଲେ ଯାତ୍ରା ଦେଖିବା ପାଇଁ। ପିଲାଟି ବେଳୁ ତାଙ୍କ ଭିତରେ ଯାତ୍ରା ପ୍ରତି ଆଗ୍ରହ ଗଢ଼ି ଉଠିଥିଲା। ସେ ଚାହୁଁଥିଲେ ଯାତ୍ରାପାର୍ଟିରେ ଯୋଗଦେବାକୁ। ମାତ୍ର ଯେତେ ଚେଷ୍ଟା କଲେ ବି ସୁଯୋଗ ମିଳୁ ନ ଥିଲା। ତୁଳସୀ ଗଣନାଟ୍ୟର ଜଣେ କର୍ମଚାରୀ ବାପିବାବୁଙ୍କ ସହିତ ତାଙ୍କର ପରିଚୟ ଥିଲା। ସେ ହିଁ ତାଙ୍କୁ ତୁଳସୀକୁ ନେଇଆସିଲେ। ପ୍ରଥମେ ତ ବାପାମା’ କାହାରି ଇଚ୍ଛା ନ ଥିଲା ଝିଅକୁ ଯାତ୍ରାରେ ଛାଡ଼ିବା ପାଇଁ। ମାତ୍ର ବେବିନାଙ୍କ ଜିଦ୍‌ ନିକଟରେ ସମସ୍ତେ ହାର ମାନିଲେ। ତୁଳସୀରେ ଯୋଗଦେଲେ ବେବିନା। ପ୍ରଥମେ ସେ ମେଲୋଡି ଗାଇଲେ। ତେବେ ତାଙ୍କ ଭିତରେ ଯେ ଅଭିନୟ ଦକ୍ଷତା ରହିଛି ସେକଥା ବେଶିଦିନ ଅଛପା ରହିଲାନାହିଁ। ସେଥିଲାଗି ତାଙ୍କୁ ଛୋଟମୋଟ ଅଭିନୟ କରିବାର ସୁଯୋଗ ମିଳିଲା। ଫୁଲହାର ହେଲା ଫାଶୀ ଦଉଡ଼ି, ମୁଁ ନୁହେଁ ଅର୍ଦ୍ଧାଙ୍ଗିନୀ, ଗୋଟିଏ ନାରୀର କୋଟିଏ କାହାଣୀ ଆଦି ନାଟକରେ ଅଭିନୟ କରି ସେ ମଞ୍ଚ ଉପରକୁ ଆସିଲେ। ଚାରିବର୍ଷ ରହିଲେ ତୁଳସୀ ଗଣନାଟ୍ୟରେ। ତୁଳସୀରୁ ଆସି ଯୋଗଦେଲେ ଯାତ୍ରାଶ୍ରୀ ବିଶ୍ୱଦରବାରରେ। ବିଳମ୍ବରେ ବିଶ୍ୱଦରବାରକୁ ଆସିଥିବାରୁ ତାଙ୍କୁ ଅଭିନୟର ସୁଯୋଗ ମିଳି ନ ଥିଲା। ଚଳିତବର୍ଷ ସେ ଆସି ଯୋଗ ଦେଇଛନ୍ତି ‘ମାୟାନଗରୀ’ ଯାତ୍ରାନୁଷ୍ଠାନରେ। ଗୀତ ତ ଗାଉଛନ୍ତି। ତା’ ସହିତ ତାଙ୍କୁ ମିଳିଛି ତିନିଗୋଟି ନାଟକରେ କମେଡ଼ି କରିବାର ସୁଯୋଗ। ସେହି ନାଟକ ତିନୋଟି ହେଉଛି ‘ଦେଲେ ଧରା କଥା ସରେ’, ଧନ ପାଖେ ମନ ବନ୍ଧାପଡ଼ିଛି’ ଏବଂ ନିଜେ ନିଜର ରାମାୟଣ’। ସ୍ବାମୀ ବିଭୂତି ଭୂଷଣ ଦାସ ଏବଂ ଶ୍ୱଶୁର ବିଜନ ଦାସ ତଥା ଶାଶୁଙ୍କ ପ୍ରେରଣା ତାଙ୍କୁ ଅଭିନୟ ତଥା ସଙ୍ଗୀତର ରାସ୍ତାରେ ଆଗକୁ ଆଗେଇ ନେଉଛି ବୋଲି କହନ୍ତି ଏହି ଗାୟିକା ତଥା ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କଲେ ବିରାଟ-ଅନୁଷ୍କା, ଫଟୋ ଶେୟାର କରି କହିଲେ ମୋ’ ଜୀବନର…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୫କୁ ବିଦାୟ ଦେବା ସମୟରେ ଏକ ବିଶେଷ ମୁହୂର୍ତ୍ତକୁ ଶେୟାର କରି ଏକ...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri