ଗାୟତ୍ରୀ କମ୍ପାନୀ ଅଫିସ ସମ୍ମୁଖରେ ଆନ୍ଦୋଳନ: ବାହାର ଜିଲାର ଶ୍ରମିକ ନିୟୋଜିତ ଅଭିଯୋଗ

ଛେଣ୍ଡିପଦା, ୬ା୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା କତଡ଼ା ପଞ୍ଚାୟତସ୍ଥିତ ଗାୟତ୍ରୀ କନ୍‌ଷ୍ଟ୍ରକ୍ସନ କମ୍ପାନୀ କରୋନା ସଂକ୍ରମିତ ଜିଲାରୁ ଶ୍ରମିକଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ କମ୍ପାନୀ ଫାଟକ ସମ୍ମୁଖରେ ମଙ୍ଗଳବାର ଆନ୍ଦୋଳନ କରିଥିଲେ। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।
ଅଭିଯୋଗ ମୁତାବକ, କମ୍ପାନୀ ସରକାରୀ ନିୟମ ଉଲ୍ଲଂଘନ କରି କରୋନା ସଂକ୍ରମିତ ଜିଲାର ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇଛି। ଏହାର ପ୍ରତିବାଦ କରିବାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆନ୍ଦୋଳନକାରୀଙ୍କ ଯୁକ୍ତିତର୍କ ହୋଇଥିଲା। ଖବର ପାଇ ଜରପଡ଼ା ଥାନାଧିକାରୀ ପ୍ରଦୀପ କୁମାର ପ୍ରଧାନ, ସବ୍‌ଇନ୍ସପେକ୍ଟର ଆଶିଷ କୁମାର ସ୍ବାଇଁ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ହେଲେ ଆନ୍ଦୋଳନକାରୀମାନେ କାହା କଥା ନ ଶୁଣି ପୋଲିସକୁ ଘେରାଉ କରିଥିଲେ। ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁ ଏକ ପ୍ଲାଟୁନ ଫୋର୍ସ ନେଇ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ତହସିଲଦାର ତଥା ମାଜିଷ୍ଟ୍ରେଟ ଡାନିଏଲ ଏକ୍କା ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କରେ ତହସିଲଦାର କୁହନ୍ତି, ସରକାରୀ ନିୟମାନୁଯାୟୀ ଜିଲାପାଳଙ୍କ ସ୍ବତନ୍ତ୍ର ଅନୁମତିକ୍ରମେ ଉନ୍ନତିମୂଳକ କାର୍ଯ୍ୟକ୍ରମ, ରାସ୍ତା ଓ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲୁ ରହିବ। ଆବଶ୍ୟକ ମୁତାବକ ଅନ୍ୟ ଜିଲାର ଶ୍ରମିକଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଇପାରିବ। ଜରପଡା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡା. ରାକେଶ ରଞ୍ଜନ ବେହେରାଙ୍କ ସମେତ ସ୍ବାସ୍ଥ୍ୟ କର୍ମଚାରୀମାନେ ପହଞ୍ଚି ବାହାର ଜିଲାରୁ ଆସିଥିବା ୧୨ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡିଛି। ନିୟମିତ ବ୍ୟବଧାନରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। କମ୍ପାନୀ ପକ୍ଷରୁ ଖୋଲାଯାଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଶ୍ରମିକମାନେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ପ୍ରଶାସନ ଏ ଦିଗରେ ସଜାଗ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିନାଥ ମନ୍ଦିରରେ ବୁଲାଇଲେ କଳାକନା

ବ୍ରହ୍ମପୁର ଅଫିସ,୧୬।୨: ଗଞ୍ଜାମ ଜିଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଶ୍ରୀକୃଷ୍ଣନଗରରେ ଥିବା ତ୍ରିନାଥ ମନ୍ଦିରରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ...

‘ଯୋଗ୍ୟ ହିତଧିକାରୀଙ୍କୁ ରାଶନ କାର୍ଡ ମିଳୁନି’

ସଜନାଗଡ଼,୧୬।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଶନକାର୍ଡ଼ ସମ୍ବନ୍ଧୀୟ ଏକ ଦାବିପତ୍ର ନୀଳଗିରିର ଉପଜିଲାପାଳ ହରିଶ୍ଚନ୍ଦ୍ର...

ଡକାୟତି ଘଟଣାରେ ୩ ଗିରଫ

ଭଣ୍ଡାରିପୋଖରୀ,୨।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ଏକ ଡକାୟତି ଘଟଣାରେ ୩ ଯୁବକଙ୍କୁ ଗୁରୁବାର ରାତିରେ ଧାମନଗର ଛକଠାରୁ ଗିରଫ କରିଛି। ସେମାନେ ହେଲେ...

ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିିନ ତିଆରି କଲେ ୪ ଅଧ୍ୟାପକ

କଟକ ଅଫିସ, ୧୯।୪: ମହାମାରୀ କରୋନା ଭୂତାଣୁ ପାଇଁ ସମସ୍ତେ ଚିନ୍ତିତ। ଦିନକୁ ଦିନ ଏହି ଭୂତାଣୁର ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି। ଏବେ ଲକଡାଉନ...

ସୁରାଟରୁ ଫେରିଲେ ୪୫ ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୨।୫: ଭଦ୍ରକରେ ଶନିବାର ଭୋର ୩ଟାରୁ ପ୍ରଥମ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଛନ୍ତି। ନିଜ ଖର୍ଚ୍ଚରେ ଦୀର୍ଘ ୩ ଦିନର ବସ୍‌ ଯାତ୍ରା ପରେ...

ଆତଙ୍କ ଖେଳାଇଲେ ଝାଡ଼ଖଣ୍ଡୀ ହାତୀ

ରାଇବଣିଆ/ଜଳେଶ୍ୱର,୯।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ୍‌ ଶ୍ୟାମନଗର ପଞ୍ଚାୟତରେ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ସୀମା ପଟୁ ୩୦ରୁ ଊଦ୍ଧର୍‌ବ ଝାଡ଼ଖଣ୍ଡୀ ହାତୀ ପଶି ପାଖପାଖି ୧୦୦...

ସରକାରୀ ସୁବିଧାରୁ ବଞ୍ଚତ୍ତ ଭିନ୍ନକ୍ଷମ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୬ମାନସିକ ବିକାରଗ୍ରସ୍ତ

ବାଲୁଗଁା,୪ା୬(ଡି.ଏନ.ଏ.): ପରିବାର କହିଲେ ୪ ଝିଅ, ଗୋଟିଏ ପୁଅ ଓ ମା’। ବାଲୁଗଁା ଜାଗୁଳାଇ ସାହିରେ ରୁହନ୍ତି ଏହି ପରିବାର। ତେବେ ଚାରି ଝିଅ ଓ...

ଅନାହାରରେ ବୃଦ୍ଧ ସୁଦର୍ଶନ

ନୟାଗଡ଼ ଅଫିସ,୯।୫: ନୟାଗଡ଼ ବ୍ଲକ ସୁନାଲଟି ଗାଁର ସୁଦର୍ଶନ ଲେଙ୍କା(୭୦) ଅନାହାରରେ ଦିନ କାଟୁଛନ୍ତି। ଖଣ୍ଡପଡା ବ୍ଲକ ଯୋଗିଆପଲ୍ଲୀ ଘାଟିର ଠାକୁରାଣୀ ପୀଠରେ ଠାକୁରଙ୍କ ଭୋଗ...

Advertisement
Archives

Model This Week