ଗାୟତ୍ରୀ ଆଶ୍ରମ ଉଚ୍ଛେଦ ମାମଲା, ତ୍ରୁଟି ଧରିଲା ଜିଲା ପ୍ରଶାସନ: ଆକଳନ ୩.୯୦ ଲକ୍ଷ, ପ୍ରସ୍ତାବ ୧୮ ଲକ୍ଷ

ଢେଙ୍କାନାଳ ଅଫିସ, ୨୯।୮-  ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ ହୋଇଥିବା ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ଲାଗି ଦିଆଯାଇଥିବା ପ୍ରସ୍ତାବରେ ସାଂଘାତିକ ତ୍ରୁଟି ହୋଇଛି। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀସ୍ଥିତ ଗାୟତ୍ରୀ ଆଶ୍ରମ ଉଚ୍ଛେଦ ସମ୍ପର୍କିତ କ୍ଷତିପୂରଣ ଆକଳନ ମୂଲ୍ୟ ୩.୯୦ ଲକ୍ଷ ଟଙ୍କା ଥିବାବେଳେ କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ୧୮ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ପରେ ଏହା ଧରାପଡ଼ିଛି। ଏହାର ସ୍ପଷ୍ଟୀକରଣ ରଖିବାକୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ଦ୍ଦେଶକ (ଏନ୍‌ଏଚ୍‌ଏଆଇ ପିଡି)ଙ୍କୁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଚିଠି ଲେଖିଛନ୍ତି। ଏହାପରେ ବିବାଦ ମଧ୍ୟକୁ ଟାଣିହୋଇ ଆସିଛନ୍ତି ଏନ୍‌ଏଚ୍‌ଏଆଇର ପଦସ୍ଥ ଅଧିକାରୀ। ଅନ୍ୟପଟେ ଉଚ୍ଛେଦଜନିତ କ୍ଷତିପୂରଣ ଦାବିରେ ଆମରଣ ଅନଶନରେ ବସିଥିବା ଆଶ୍ରମ ପ୍ରତିଷ୍ଠାତା ପଣ୍ଡିତ ଭାସ୍କର ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ଗାୟତ୍ରୀ ଆଶ୍ରମର ଦୁଇଟି ଘର, ଗେଟ୍‌, ପାଚେରି ସମେତ ଅନ୍ୟ କିଛି ନିର୍ମାଣ ଉଚ୍ଛେଦ କରାଯାଇଥିଲା। ଉକ୍ତ ସମୟରେ ଆଶ୍ରମର କିଛି ଅଞ୍ଚଳ ଜବରଦଖଲରେ ଥିବା ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଥିଲା। ଏ ନେଇ ଆଶ୍ରମ ପ୍ରତିଷ୍ଠାତା ପଣ୍ଡିତ ଭାସ୍କର ଜୀଙ୍କ ସ୍ତ୍ରୀ ପ୍ରମିଳା ଦେବୀଙ୍କ ନାମରେ ନଂ.୧୪୦/୨୦୦୭-୦୮ରେ ଏନ୍‌କ୍ରୋଚମେଣ୍ଟ କେସ୍‌ କରାଯାଇଥିଲା। ଏ ବାବଦ ଜରିମାନା ଆଦାୟ ଲାଗି ଆକଳନ ମଧ୍ୟ ହୋଇଥିଲା। ଏସବୁ ଆଶ୍ରମ ପ୍ରତିଷ୍ଠାତାଙ୍କ ଜାଣତରେ ହୋଇଥିଲା। ଅନ୍ୟପଟେ ଆଇନତଃ ସିଦ୍ଧ ଅର୍ଥାତ୍‌ ଅଭିଯୋଗକାରୀଙ୍କ ସ୍ବତ୍ୱ ଥିବା ଜମିର ମୂଲ୍ୟାଙ୍କନ କରାଯାଇ କ୍ଷତିପୂରଣ ବାବଦକୁ ୩,୯୦,୭୧୯ ଟଙ୍କା ଦେବାକୁ ଏନ୍‌ଏଚ୍‌ଏଆଇ ନିର୍ବାହୀ ଯନ୍ତ୍ରୀ ଆକଳନ କରିଥିଲେ। ହେଲେ ଅଧିଗ୍ରହଣଜନିତ କ୍ଷତିପୂରଣ ବାବଦକୁ ୧୮ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯାହାକୁ ନେଇ ବିବାଦର ସୂତ୍ରପାତ ହୋଇଛି। ଏହାକୁ ନେଇ ପଣ୍ଡିତ ଭାସ୍କର ଜୀ ଗତ ଅଗଷ୍ଟ ୨୦ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିଲେ। ମଙ୍ଗଳବାର ସ୍ବାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏହାପରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକଙ୍କ ନିର୍ଦ୍ଦେଶରେ ଓଡ଼ାପଡ଼ା ତହସିଲଦାର, ମୋଟଙ୍ଗା ଥାନାଧିକାରୀ, ଜାତୀୟ ରାଜପଥ ଡିଭିଜନର ଜଣେ ସହକାରୀ ଯନ୍ତ୍ରୀ ଏହାର ତଦନ୍ତ କରିଛନ୍ତି। ରେକର୍ଡପତ୍ର ଯାଞ୍ଚବେଳେ ଏନ୍‌ଏଚ୍‌ଏଆଇ ପକ୍ଷରୁ ତ୍ରୁଟି ହୋଇଥିବା ସ୍ପଷ୍ଟ ହୋଇଛି। କେଉଁ ପରିସ୍ଥିତିରେ ଆଶ୍ରମ ମାଲିକଙ୍କୁ ଏତେ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରସ୍ତାବ ଦିଆଗଲା ସେ ନେଇ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ଜିଲାପାଳ। ଏ ସଂକ୍ରାନ୍ତରେ ମତ ଉପସ୍ଥାପନ କରିବାକୁ ଜିଲାପାଳ ପତ୍ର ନଂ. ୮୦୨/୨୬.୦୮.୨୦୧୯ରେ ଢେଙ୍କାନାଳସ୍ଥିତ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଢେଙ୍କାନାଳ ଏସ୍‌ପି, ଉପଜିଲାପାଳ, ଭିଜିଲାନ୍ସ ଡିଏସ୍‌ପି, ଓଡ଼ାପଡ଼ା ତହସିଲଦାର, ସଦର ଏସ୍‌ଡିପିଓ, ମୋଟଙ୍ଗା ଥାନାଧିକାରୀ, ଟାଉନ ଥାନାଧିକାରୀଙ୍କୁ ମଧ୍ୟ ସମସ୍ତ ଘଟଣା ସମ୍ପର୍କରେ ଅବଗତ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?