ଗାଡ଼ିପାସ୍‌ କାମ ଦେଲାନି, ବାଲେଶ୍ୱର ଫେରିଗଲେ ୨ଜଣ

ବରଗଡ଼ ଅଫିସ୍‌/ଅତାବିରା, ୨୦ା୪:  ବରଗଡ଼ ଜିଲା ଅତାବିରା ବ୍ଲକ ଦୁଲମପୁରରୁ ଆନ୍ଧ୍ରପ୍ରଦେଶକୁ ଯିବା ପାଇଁ ଦିଆଯାଇଥିବା ଗାଡ଼ିପାସ୍‌ରେ ଲକ୍‌ ଡାଉନ କଟକଣା ଉଲ୍ଲଂଘନ ଘଟଣାକୁ ନେଇ ଚର୍ଚ୍ଚା ଥମିନାହିଁ । ଅନ୍ୟପକ୍ଷେ ଗାଡ଼ିପାସ୍‌ କାମ ନ ଦେବାରୁ ରବିବାର ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟଲି ପଞ୍ଚାୟତର ଝରାଡ଼େରାକୁ ହାର୍ଭେଷ୍ଟର୍‌ ଡ୍ରାଇଭର ନେବା ପାଇଁ ବାଲେଶ୍ୱରରୁ ଆସିଥିବା ୨ଜଣଙ୍କୁ ନିରାଶରେ ସେମାନେ ଆଣିଥିବା କାର୍‌ରେ ଫେରିବାକୁ ପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ଏକ କାର୍‌(ନଂ-୦୧ୱାଇ ୬୦୧୬) ଯୋଗେ ବାଲେଶ୍ୱର ଜିଲାରୁ ଦେବଦତ୍ତ ଦାଶ ଓ ଦୟାନିଧି ସେଣ ଝରାଡ଼େରା ଗ୍ରାମକୁ ଆସିଥିଲେ। ବାଲେଶ୍ୱର ଜିଲା ମୁଖ୍ୟ କୃଷି ଅଧିକାରୀଙ୍କଠାରୁ ମିଳିଥିବା ଏକ ଗାଡ଼ିପାସ୍‌ ଧରି ସେମାନେ ଏଠାକୁ ଆସିଥିଲେ । ହାର୍ଭେଷ୍ଟର ମାଲିକ ରୂପଚାନ୍ଦ ହେମ୍ବ୍ରମଙ୍କୁ ସେହି ଗାଡ଼ିପାସ୍‌ ଦିଆଯାଇଥିଲା। ଡ୍ରାଇଭର ଦେବଦତ୍ତ ଦାଶ ସମ୍ପୃକ୍ତ ଗାଡ଼ିରେ ଝରାଡ଼େରାକୁ ଯାଇ ହାର୍ଭେଷ୍ଟର ଡ୍ରାଇଭର ପଞ୍ଚମ ବେହେରା ଓ ରତନ ବେହେରାଙ୍କୁ ଆଣିବାକୁ ଏଥିରେ ଉଲ୍ଲେଖିତ ରହିଛି । ଅନ୍ୟପକ୍ଷେ ଦୟାନିଧିଙ୍କ ନାମ ଗାଡ଼ିପାସ୍‌ରେ ଉଲ୍ଲେଖ ନଥିବାବେଳେ ସେ ସେହି ଗାଡ଼ିରେ ଦେବଦତ୍ତଙ୍କ ସହିତ ଏଠାକୁ ଆସିଥିବା ଯୋଗୁ ଏହି ଗାଡ଼ିପାସ୍‌ରେ ଲକ୍‌ ଡାଉନ୍‌ କଟକଣା ଉଲ୍ଲଂଘନ କରାଯାଇଥିବା ସ୍ପଷ୍ଟ ହୋଇଛି। ତେବେ ସମ୍ପୃକ୍ତ ଗାଡ଼ିରେ ଦେବଦତ୍ତ, ଦୟାନିଧି ବାଲେଶ୍ୱରରୁ ଆସି ଝରାଡ଼େରା ପହଞ୍ଚିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକ ରଖି ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ। ଏହାପରେ ବିଡ଼ିଓ ମୂରଲୀଧର ନାୟକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରେପିଡ୍‌ ରେସପନ୍ସ ଟିମ୍‌ ଏ ନେଇ ପ୍ରାଥମିକ ତଦନ୍ତ କରିଥିଲେ। ସେହିପରି ଭାରପ୍ରାପ୍ତ ସିଡ଼ିପିଓ, କ୍ଷେତ୍ର ପରିଦର୍ଶିକା ମଧ୍ୟ ଏହାର ତଦନ୍ତ କରିଥିଲେ ଏବଂ ତଦନ୍ତ ପରେ ବାଲେଶ୍ୱରରୁ ଆସିଥିବା ଉପରୋକ୍ତ ୨ଜଣଙ୍କୁ ଫେରାଇ ଦିଆଯାଇଥିଲା। ଅପରପକ୍ଷେ ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ୨୮ଦିନ ହୋମ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ହାର୍ଭେଷ୍ଟର ଡ୍ରାଇଭର ଆଳରେ ଗାଡ଼ିପାସ୍‌ ନେଇ ବହୁଲୋକେ ଜିଲା ତଥା ରାଜ୍ୟ ବାହାରକୁ ଯାଉଥିବା ନେଇ ପଚାରିବାରୁ ଭେଡ଼େନ ବ୍ଲକ କୃଷି ଅଧିକାରୀ ଆନନ୍ଦ ଭୋଇଙ୍କୁ ପଚାରିବାରୁ କୃଷି ଯନ୍ତ୍ରପାତି ପରିବହନ କଟକଣାମୁକ୍ତ। ମାତ୍ର ବିନା ଜରୁରୀ କାମରେ କୌଣିସି ଲୋକ ସେଭଳି ଯିବା ଆସିବାରେ କଟକଣା ରହିଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri