Posted inଖେଳ

ଗାଙ୍ଗୁଲି, ଲକ୍ଷ୍ମଣଙ୍କୁ ଦୁଇଟି ବିକଳ୍ପ

ନୂଆଦିଲ୍ଲୀ,୨୧।୬- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର ଡି.କେ. ଜୈନ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଭି.ଭି.ଏସ୍‌. ଲକ୍ଷ୍ମଣଙ୍କୁ ଉପଦେଷ୍ଟା କମିଟି (ସିଏସି)ର ସଦସ୍ୟ ଏବଂ ଆଇପିଏଲ ଫ୍ରାଞ୍ଚାଇଜର ମେଣ୍ଟର ଦାୟିତ୍ୱ ମଧ୍ୟରୁ ଗୋଟିଏ ବାଛିବାକୁ କହିଛନ୍ତି। ଦୁଇ ପୂର୍ବତନ ଖେଳାଳି ଡବଲ ପଦରେ ଥିବାରୁ କନ୍‌ପ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ସ୍ଥିତି ସୃଷ୍ଟି ହେଉଛି। ଲକ୍ଷ୍ମଣ ଆଇପିଏଲ ଦଳ ସନରାଇଜର୍ସ ହାଇଦ୍ରାବାଦ ମେଣ୍ଟର ପଦରେ ଥିବାବେଳେ ଗାଙ୍ଗୁଲି ଦିଲ୍ଲୀ କ୍ୟାପଟାଲ୍ସ ଫ୍ରାଞ୍ଚାଇଜର ସମାନ ପଦରେ ରହିଛନ୍ତି। ଏହାବାଦ୍‌ ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ସଭାପତି ଦାୟିତ୍ୱରେ ମଧ୍ୟ ରହିଛନ୍ତି। ପୂର୍ବତନ ଅଧିନାୟକ ଏଭଳି ସ୍ଥିତିରୁ ବର୍ତ୍ତି ଯାଇଥିଲେ ମଧ୍ୟ ଲକ୍ଷ୍ମଣ ପ୍ରଥମ ଥର ଏଭଳି ସମସ୍ୟା ସମ୍ମୁଖୀନ ହୋଇଛନ୍ତି। ଜଣଙ୍କୁ ଗୋଟିଏ ପଦବି ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଲୋଧା କମିଟି ସୁପାରିସରେ ଉଲ୍ଲେଖଥିଲା। ସଚିନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ ଦଳର ମେଣ୍ଟର ପଦରେ ଥିଲେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଆସିନାହିଁ। କାରଣ ସିଏସି କମିଟିରୁ ଇସ୍ତଫା ଦେଇସାରିଛନ୍ତି। କିନ୍ତୁ ବର୍ତ୍ତମାନ ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ଭାରତୀୟ କ୍ରିକେଟକୁ କେଉଁ ଭଳି ସାହାଯ୍ୟ କରିବେ, ତାହା ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଜୈନ କହିଛନ୍ତି। ଗତ ଫେବୃୟାରୀରେ ସୁପ୍ରିମକୋର୍ଟଙ୍କ ଦ୍ୱାର ନିଯୁକ୍ତ ହୋଇଥିବା ଜୈନ ରବିନ ଉଥପ୍ପା ଓ ଇର୍ଫାନ ପଠାନଙ୍କ ଭଳି ସକ୍ରିୟ କ୍ରିକେଟରଙ୍କ କମେଣ୍ଟ୍ରି କରିବା ଉପରେ ମଧ୍ୟ ସ୍ପଷ୍ଟିକରଣ ଦେଇଛନ୍ତି। ସକ୍ରିୟ ଖେଳାଳିଙ୍କ ଉପରେ ଆସିଥିବା ଅଭିଯୋଗ ସମ୍ପର୍କରେ ସେ କହିଛନ୍ତି, କ୍ରିକେଟରଙ୍କୁ କମେଣ୍ଟ୍ରି କରିବାକୁ ମୁଁ ରୋକୁନାହିଁ। ମୁଁ କେବଳ ଲୋଧା କମିଟିଙ୍କ ସୁପାରିସକୁ କାର୍ଯ୍ୟକାରୀ କରୁଛି। କନ୍‌ପ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ଅର୍ଥ କ’ଣ ମୁଁ ଜାଣିବା ପରେ ଏହି ନିଷ୍ପତ୍ତି ନେଇଛି। ଏହାକୁ ବୋର୍ଡ ଗ୍ରହଣ କରିବ କି ନାହିଁ ଜଣାନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri