ଗାଁ ଡ୍ରାମାରୁ ଆରମ୍ଭ

କେତେବେଳେ ସେ ନାୟିକା ହେଇ ମଞ୍ଚକୁ ଆସନ୍ତି ତ ପୁଣି କେତେବେଳେ ଖଳନାୟିକା ସାଜି। ଯେଉଁ ଭୂମିକାରେ ବି ଆସନ୍ତୁ, ଦର୍ଶକମାନେ ତାଙ୍କୁ ଗ୍ରହଣ କରନ୍ତି। ତାଙ୍କର ଅଭିନୟ ଦର୍ଶକଙ୍କୁ ମତୁଆଲାକରେ। ଆଉ ସାରା ରାତି ମଞ୍ଚ ତଳେ ବାନ୍ଧିରଖେ। ଏଠାରେ ଯେଉଁ ଅଭିନେତ୍ରୀଙ୍କ କଥା କୁହାଯାଉଛି ସେ ହେଉଛନ୍ତି ଅଭିନେତ୍ରୀ ସୁଇଟି। ଘର ନୟାଗଡ଼ ଜିଲାର ରଣପୁର। ପିଲାଟି ବେଳୁ ଅଭିନୟରେ ରୁଚି ଥିଲା। ଗାଁ ଡ୍ରାମାରେ ଅଭିନୟ କରୁଥିଲେ। ବାହାବା ପାଉଥିଲେ। ଯାତ୍ରାକୁ ନେଇ ସ୍ବପ୍ନ ଦେଖୁଥିଲେ। ଦିନେ ଗୋଟିଏ ଗାଁ ଡ୍ରାମା କରୁଥିଲେ ସୁଇଟି। ସେଠାକୁ ଯାଇଥିଲେ ଯାତ୍ରାଜଗତର ଜଣେ ଜଣାଶୁଣା ଯାତ୍ରା ପରିଚାଳକ ମଧୁବାବୁ। ମଧୁବାବୁ ସେତେବେଳେ ଇଷ୍ଟର୍ନ ଗ୍ରୁପ୍‌ ପାଇଁ ପରିଚାଳନା ଦାୟିତ୍ୱ ନିର୍ବାହ କରୁଥିଲେ। ସୁଇଟିଙ୍କର ଅଭିନୟ ତାଙ୍କୁ ଭଲ ଲାଗିଲା। ସେ ତାଙ୍କୁ ପେସାଦାର ମଞ୍ଚକୁ ଆସିବା ପାଇଁ ପ୍ରସ୍ତାବ ଦେଲେ। ସେତେବେଳକୁ ସୁଇଟିଙ୍କର ବାହାଘର ସରିଯାଇଥାଏ। ତେବେ ଯାତ୍ରାକୁ ଆସିବେ କି ଆସିବେ ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଲେ ସୁଇଟି। ବାପଘର ଲୋକେ ଆଦୌ ରାଜି ନ ଥିଲେ ସେ ଯାତ୍ରାକୁ ଆସନ୍ତୁ ବୋଲି। ମାତ୍ର ସୁଇଟିଙ୍କର ଇଚ୍ଛା ଥାଏ ସେ ଯାତ୍ରାକୁ ଯିବେ। ତାଙ୍କ ଭିତରେ ଈଶ୍ୱର ଯେଉଁ ପ୍ରତିଭା ଭରି ଦେଇଛନ୍ତି ତାହାକୁ ସେ ଲୋକଲୋଚନକୁ ଆଣିବେ। ତା’ଛଡ଼ା ଯାତ୍ରା ତ ତାଙ୍କର ପିଲାଦିନ ସ୍ବପ୍ନ ଥିଲା। ଆଜି ଯେତେବେଳେ ମନକୁ ମନ ସେହି ସ୍ବପ୍ନ ପୂରଣ ହେବାକୁ ଯାଉଛି ସେ ତାହାକୁ ହାତଛଡ଼ା କରିବେ କିପରି? ତେବେ ତାଙ୍କର ଯାତ୍ରାକୁ ଆସିବା ନେଇ ଶାଶୁଘର ପକ୍ଷରୁ କୌଣସି ଆପତ୍ତି ନ ଥିଲା। ଅତଏବ ଆସିଲେ ଯାତ୍ରାକୁ ସୁଇଟି। ତାଙ୍କର ପ୍ରଥମ ନାଟକ ଥିଲା ସୁନାର ପଞ୍ଜୁରି ମାଟିର ଶାରୀ। ଏଥିରେ ସେ ଖଳନାୟିକା ବା ଡେଭିଲ୍‌ ଚରିତ୍ରରେ ଆସିଥିଲେ ମଞ୍ଚ ଉପରକୁ। ଆଉ ଦର୍ଶକମାନେ ବି ତାଙ୍କର ଚରିତ୍ର ତଥା ଅଭିନୟକୁ ବେଶ୍‌ ପସନ୍ଦ କରିଥିଲେ। ଏହାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ସୁଇଟି। ଏବେ ଆସି ପହଞ୍ଚତ୍ଛନ୍ତି ରାଜଧାନୀ ଅପେରାରେ। ଇତିମଧ୍ୟରେ ସେ ଅନେକ ନାଟକରେ ଅଭିନୟ କରି ସାରିଲେଣି। ତାଙ୍କର କେତୋଟି ସଫଳ ନାଟକ ମଧ୍ୟରେ ରହିଛି ସୁନାର ପଞ୍ଜୁରି ମାଟିର ଶାରୀ, ଗଁାକୁ ଆସିଛି ଗଉରି ନାନୀ, ଗୋଲାପି ଗଁାର ଗୋଲାପି ଝିଅ, ବାଦୀପାଲା, ରାମ ରାବଣ, ଲକ୍ଷେ ଶିବ ପୂଜି ପାଇଛି ତତେ, କେମିତି ଅଛ ନିହାରିକା, ତତେ ଭଲପାଇ ଭୁଲ୍‌ ହେଇଗଲା, ସବୁ ରାଜନୀତି ରାଜଧାନୀରେ ଏବଂ ଆହୁରି ଅନେକ। ଉଭୟ ନେଗେଟିଭ୍‌ ତଥା ପଜିଟିଭ୍‌ ଚରିତ୍ରରେ ଅଭିନୟ କରୁଥିଲେ ମଧ୍ୟ ନେଗେଟିଭ୍‌ ଚରିତ୍ର ତାଙ୍କର ବେଶି ପସନ୍ଦ ବୋଲି କହନ୍ତି ଏହି ଅଭିନେତ୍ରୀ। ତାଙ୍କ ମତରେ ସେ ଜଣେ କଳାକାର ହୋଇଥିବାରୁ ସବୁ ଚରିତ୍ରକୁ ଆପଣାର କରନ୍ତି। ହେଲେ ବି ଦର୍ଶକମାନେ ତାଙ୍କୁ ଅଧିକ ନେଗେଟିଭ୍‌ ଭୂମିକାରେ ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri