ଗଲାଣି ବିଶ୍ରାମାଗାର : ଜବରଦଖଲ କରିଛନ୍ତି ଦୋକାନୀ

ବଅଁରପାଳ, ୩ା୩(ଡି.ଏନ.ଏ.)

ଅନୁଗୋଳ ଜିଲାର ବଅଁରପାଳ ଭଳି ଜନଗହଳିପୂର୍ଣ୍ଣ ବଜାରରେ ବିଶ୍ରାମାଗାରଟିଏ ନ ଥିବାରୁ ବସ୍‌ ଧରିବାକୁ ଅପେକ୍ଷାରତ ଯାତ୍ରୀଙ୍କୁ ଏଠାରେ ଦୀର୍ଘ ସମୟ ଧରି ଠିଆ ହେବାକୁ ପଡ଼ୁଛି। ବିଶେଷକରି ଖରା ଓ ବର୍ଷା ଦିନେ ଯାତ୍ରୀମାନେ ଅଧିକ ହଇରାଣ ହେଉଛନ୍ତି। ବିଶ୍ରାମାଗାରଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ବି ପ୍ରଶାସନ ଏ ଦିଗରେ ଦୃଷ୍ଟି ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ବଅଁରପାଳ ବଜାରସ୍ଥିତ ବସ୍‌ଷ୍ଟାଣ୍ଡରେ ପୂର୍ବରୁ ୩ଟି ଯାତ୍ରୀ ବିଶ୍ରାମାଗାର ଥିଲା। ହେଲେ ସେଗୁଡିକ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ପୁନଃ ନିର୍ମାଣ କରାଯାଉନାହିଁ। ଅନ୍ୟପକ୍ଷରେ କେତେଜଣ ଦୋକାନୀ ସେଠାରେ ଦୋକାନ ଖୋଲି ଜବରଦଖଲ କରିଥିବା ଅଭିଯୋଗ ହେଉଛି। ୫୫ ଓ ୧୪୯ ନଂ. ଜାତୀୟ ରାଜପଥ ଏହି ବଜାର ଦେଇଯାଇଥିବାରୁ କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର, କେନ୍ଦୁଝର, ତାଳଚେର, ପାଲଲହଡ଼ା ସମେତ ବିଭିନ୍ନ ସ୍ଥାନକୁ ଯିବାଆସିବା ପାଇଁ ଲୋକେ ଏଠାରୁ ଗାଡ଼ି ଧରିଥାନ୍ତି। ବଅଁରପାଳ, ଗୋତମରା, ବନ୍ଦାସନ୍ତ୍ରୀ, ବୁଢାପଙ୍କ, ନୂଆହତା, ବଉଳିଗଡ, ତଳମୂଳ ସମେତ ଆଖପାଖ ଅଞ୍ଚଳର ଲୋକେ ଏହି ଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି। ଦୀର୍ଘ ଦିନ ହେଲା ଏହି ଷ୍ଟାଣ୍ଡ ଅବହେଳିତ ଅବସ୍ଥାରେ ପଡିରହିଛି। ସେହିପରି ଏଠାରେ ପରିସ୍ରାଗାରଟିଏ ନ ଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ତେବେ ଯଥାଶୀଘ୍ର ବିଶ୍ରାମାଗାର ସହ ଷ୍ଟାଣ୍ଡର ଉନ୍ନତୀକରଣ ଦିଗରେ ଦୃଷ୍ଟି ଦିଆଯିବ ବୋଲି ବ୍ଲକ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ଚାପୁଡ଼ାରେ ଗଲା ପୁଅର ଜୀବନ

କବିସୂର୍ଯ୍ୟନଗର,୬ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ଚାପୁଡ଼ାରେ ୨ ବର୍ଷୀୟ ଶିଶୁପୁତ୍ରର ଜୀବନ...

କୋର୍ଟକୁ ଖଟିଆରେ ଆସିଲେ ବୃଦ୍ଧା

ବରଗଡ଼ ଅଫିସ୍‌,୧୫।୧୧: ଏକ ପାରିବାରିକ ବିବାଦକୁ ନେଇ ସୋମବାର ଜଣେ ବୃଦ୍ଧାଙ୍କୁ ଖଟିଆରେ ପରିବାର ଅଦାଲତକୁ ଅଣାଯିବା ଘଟଣା ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି...

ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି ସଦସ୍ୟାଙ୍କ କୃତଜ୍ଞତା

ଭୁବନେଶ୍ୱର, ୧୩ା୯(ବ୍ୟୁରୋ):ଢେଙ୍କାନାଳ, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲାର ମିଶନ ଶକ୍ତି ସଦସ୍ୟାମାନେ ସୋମବାର ସନ୍ଧ୍ୟାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍‌ କରିଛନ୍ତି।...

CORONAVIRUS UPDATE: ରାଜ୍ୟର ନୂଆ କରୋନା ପଜିଟିଭ୍‌ ରାଉରକେଲାର ଜଣେ ମହିଳା; ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଛୁଇଁଲା

ଭୁବନେଶ୍ୱର,୪ା୫(ବ୍ୟୁରୋ): ସୋମବାର ସକାଳେ ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍‌ର ଜଣେ ୨୯ ବର୍ଷୀୟା ମହିଳା...

ମେଘନାଦ ପାଚେରି ସ୍ଥିତି ପରଖିଲେ ଏଏସ୍‌ଆଇ ଅଧିକାରୀ

ପୁରୀ ଅଫିସ,୨୫।୮: ମେଘନାଦ ପାଚେରିକୁ ଲାଗି ରହିଥିବା ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ ହୋଇଛି। ଏହାପରେ ଶନିବାର ଏଏସ୍‌ଆଇର ବରିଷ୍ଠ ଅଧିକାରୀମାନେ କ୍ଷେତ୍ର...

ଘରୋଇ ବସ୍‌ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୧୭ା୧(ବ୍ୟୁରୋ):ବିଭିନ୍ନ ଦାବି ନେଇ ମଙ୍ଗଳବାରଠାରୁ ରାଜ୍ୟବ୍ୟାପୀ ହେବାକୁ ଥିବା ପ୍ରସ୍ତାବିତ ବସ୍‌ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସ୍ଥଗିତ ରଖିବାକୁ ଘୋଷଣା କରିଛି।...

ଆଜ୍‌ମେର-ପୁରୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: ଜଳିଗଲା ଇଞ୍ଜିନ

ବଇଣ୍ଡା, ୭।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଷ୍ଟେଶନ ନିକଟରେ ଗୁରୁବାର ଆଜ୍‌ମେର-ପୁରୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟି ଇଞ୍ଜିନ ନଂ. ୧୮୪୨୨ ଜଳିଯାଇଥିବା...

ଆଜି ରତ୍ନବେଦିକୁ ବିଜେ କରିବେ ଦାରୁଦିଅଁ

ପୁରୀ ଅଫିସ,୪ା୭: ଜନ୍ମବେଦିରୁ ବାହୁଡ଼ି ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ଏବେ ଚତୁର୍ଦ୍ଧାବିଗ୍ରହ। ଭକ୍ତଶୂନ୍ୟ ସୁନାବେଶ ପରେ ଶୁକ୍ରବାର ରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା...

Advertisement
Archives

Model This Week