ଗର୍ଭାବସ୍ଥାରେ ଟର୍ଚ୍ଚ ସଂକ୍ରମଣ

ଗର୍ଭାବସ୍ଥା ଉଭୟ
ମା’ ଏବଂ ଗର୍ଭସ୍ଥ ଶିଶୁ ଲାଗି ବେଶ୍‌ ସମ୍ବେଦନଶୀଳ ସମୟ। ଏ ସମୟରେ ସାମାନ୍ୟ ଅସୁବିଧା ଉଭୟଙ୍କ ଜୀବନ ପ୍ରତି ବିପଦପୂର୍ଣ୍ଣ। ଠିକ୍‌ ସେଭଳି ଏକ ସମସ୍ୟା ହେଉଛି ଏହି ଅବସ୍ଥାରେ
ଟର୍ଚ୍ଚ ସଂକ୍ରମଣ, ଯାହାକି ଶିଶୁର ବିକଳାଙ୍ଗତା
ପାଇଁ ମୁଖ୍ୟତଃ ଦାୟୀ…

ଗର୍ଭାବସ୍ଥାରେ କୁକୁର ବା ବିଲେଇ ଭଳି ଗୃହପାଳିତ ପଶୁ ଦ୍ୱାରା ଏହି ପରଜୀବୀ କୀଟ ଗର୍ଭବତୀ ନାରୀ ଦେହକୁ ଯାଇ ଟର୍ଚ୍ଚ ସଂକ୍ରମଣ ବା ଟକ୍‌ସୋପ୍ଲାଜମୋସିସ୍‌ କରାଇଥାଏ। ଏହା ଟି-ଟକ୍‌ସୋପ୍ଲାମାସିସ୍‌ ଓ ଅନ୍ୟ ଇନ୍‌ଫେକ୍‌ସନ୍‌ ଯଥା ସିପିଂଲିସ୍‌, ହେପାଟାଇଟିସ୍‌ ବି, ଲିଷ୍ଟେରୋସିସ୍‌, ପାର୍ଭୋ ଭାଇରସ୍‌ ବି ୧୯, କକ୍‌ସାକି ଭାଇରସ୍‌, ଆର୍‌-ରୁବେଲା ଭାଇରସ୍‌, ସି-ସାଇଟୋ ମେଗାଲୋ ଭାଇରସ୍‌ ଏବଂ ଏଚ୍‌-ହରପିସ୍‌ ସିମ୍ପ୍ଲେକ୍ସ ଭାଇରସ ପାଇଁ ହୋଇଥାଏ। ଏହାଦ୍ୱାରା ଶିଶୁର ବଡ଼ ମୁଣ୍ଡ, ସାନ ମୁଣ୍ଡ, କୋରିଓରେଟିନାଇଟିସ୍‌, ମସ୍ତିଷ୍କ ଓ ଅନ୍ୟ ଅଂଶ ନଷ୍ଟ ହେବା ସହ କାର୍ଯ୍ୟକ୍ଷମ ନ ହୋଇପାରିବା ଭଳି ସମସ୍ୟା ସୃଷ୍ଟି କରିଥାଏ। କେବଳ ଏତିକି ନୁହେଁ, ଏହାଦ୍ୱାରା ଗର୍ଭନଷ୍ଟ, ଗର୍ଭରେ ଶିଶୁ ମୃତ୍ୟୁ ଆଦି ଜଟିଳତା ମଧ୍ୟ ଦେଖାଦେଇଥାଏ। ଏହି ସଂକ୍ରମଣରେ ପ୍ରାୟ ଶତକଡ଼ା ୫୦ ଭାଗ ଶିଶୁ ସଂକ୍ରମିତ ହୋଇଥାନ୍ତି। ବେଳେବେଳେ ଅତ୍ୟଧିକ ସଂକ୍ରମଣ ହୋଇଥିଲେ, ପ୍ରଥମ ୩ ମାସରେ ଶତକଡ଼ା ୧୫ଭାଗ, ଦ୍ୱିତୀୟ ୩ ମାସରେ ୨୫ ଭାଗ ଓ ତୃତୀୟ ୩ମାସରେ ୪୦ଭାଗ ଶିଶୁ ପ୍ରଭାବିତ ହୋଇଥାନ୍ତି।
ଚିହ୍ନଟ:ସବୁ ଗର୍ଭବତୀ ନାରୀଙ୍କର ଏଲିସା ଟେଷ୍ଟ ଦ୍ୱାରା ଟକ୍‌ସୋ, ଆଇଜିଜି ଓ ଆଇଜିଏମ୍‌ ଟେଷ୍ଟ ହୋଇଥାଏ। ଏହା ପଜିଟିଭ ହେଲେ ଗର୍ଭାବସ୍ଥାରେ ଔଷଧ ଦିଆଯାଏ।
ପ୍ରତିଷେଧକ ବ୍ୟବସ୍ଥା : ଏହି ସଂକ୍ରମଣ ହେବା ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କରିବା ଆବଶ୍ୟକ। ତେଣୁ ଖାଇବା ପୂର୍ବରୁ ଭଲ କରି ହାତ ଧୋଇବା ସହ କଞ୍ଚା ଫଳମୂଳ, ପନିପରିବା ନ ଖାଇ ସେଗୁଡ଼ିକ ଭଲଭାବେ ଧୋଇ ରାନ୍ଧି ଖାଇବା ଉଚିତ।
ଚିକିତ୍ସା :ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କର ରକ୍ତରେ ଟକ୍‌ସୋସ୍କ୍ରିନିଂ କରିବା ଏବଂ ସିରୋ ପଜିଟିଭ୍‌ ହେଲେ ସ୍ପାଇରାମାଇସିନ୍‌ ବଟିକା ଗର୍ଭାବସ୍ଥାର ଶେଷଯାଏ ଖାଇବା ଆବଶ୍ୟକ। ଏହା ବଦଳରେ ସଲ୍‌ଫାଡାଇଜିନ୍‌ ଓ ପାଇରିମେଥାମିନ୍‌ ବଟିକା ଖାଇବା ଦରକାର। ପ୍ରସବ ପରେ ମଧ୍ୟ ନବଜାତ ଶିଶୁର ଟକ୍‌ସୋପ୍ଲାଜମୋସିସ୍‌ ଟେଷ୍ଟ କରିବା ଆବଶ୍ୟକ।
ସିଫିଲିସ୍‌ : ସବୁ ଗର୍ଭବତୀ ନାରୀଙ୍କର ସିଫିଲିସ୍‌ ପାଇଁ ଭିଡିଆର୍‌ଏଲ୍‌ ଟେଷ୍ଟ କରାଇବା ଦ୍ୱାରା ସଂକ୍ରମଣ ହୋଇଛି କି ନା ଜଣାପଡ଼େ। ଏହା ଟ୍ରିପାନୋମା ପାଲିଡମ୍‌ ପାଇଁ ହୋଇଥାଏ। ଏହାଦ୍ୱାରା ଗର୍ଭର ଦ୍ୱିତୀୟ ପର୍ଯ୍ୟାୟ ବା ୪-୭ ମାସ ମଧ୍ୟରେ ଗର୍ଭନଷ୍ଟ, ଅପରିଣତ ଶିଶୁ ଜନ୍ମ, ଗର୍ଭରେ ଶିଶୁ ମୃତ୍ୟୁ ତଥା ଜନ୍ମରୁ ସିଫିଲିସ୍‌ ହୋଇଥାଏ।
ଚିକିତ୍ସା :ସବୁଠାରୁ ଉତ୍ତମ ଔଷଧ ହେଉଛି ପେନ୍‌ସିଲିନ୍‌ ଇଞ୍ଜେକ୍‌ସନ। ଏହା ମା’ର ସଂକ୍ରମଣ ଦୂର କରିବା ସହ ଶିଶୁର ଜନ୍ମଗତ ସିଫିଲିସ୍‌ ସଂକ୍ରମଣ ହେବାକୁ ଦିଏ ନାହିଁ । ଇଞ୍ଜେକ୍‌ସନ ବୋଥିନ୍‌ ପେନ୍‌ସିଲିନ୍‌ ଜି ୨,୪ ମେଗାୟୁନିଟ୍‌ ଉଭୟେ ସ୍ତ୍ରୀ ଓ ସ୍ବାମୀ ଖାଇବା ଉଚିତ। ଏହାର ଏକ ସପ୍ତାହ ପରେ ପୁନର୍ବାର ୨,୪ ମେଗା ୟୁନିଟ୍‌ ପେନ୍‌ସିଲିନ୍‌ ଇଞ୍ଜେକ୍‌ସନ ନେବା ଆବଶ୍ୟକ। ପେନ୍‌ସିଲିନ୍‌ର ରିଆକ୍‌ସନ ହେଲେ ଏରିଥ୍ରୋମାଇସିନ୍‌ ନେବା ଦରକାର।
ରୁବେଲା :ଏହା ଏକ ଭୂତାଣୁଜନିତ ରୋଗ ଏବଂ ଏହା ପାଟି ଭିତରୁ (ଓଭାଲ କାଭିଟି) ସଂକ୍ରମିତ ହୋଇଥାଏ। ରକ୍ତରେ ରୁବେଲା ଭାଇରସର ପରିମାଣ ଅଧିକ ହୋଇଗଲେ ଏକମାସ ରୁ ୩ ମାସ ମଧ୍ୟରେ ଏହା ଗର୍ଭଫୁଲ ଓ ଶିଶୁକୁ ସଂକ୍ରମଣ କରିଥାଏ, ଫଳରେ ଜନ୍ମଗତ ରୁବେଲା ସିଣ୍ଡ୍ରୋମ ହୋଇଥାଏ। ଶତକଡ଼ା ୩୦ଭାଗ ଶିଶୁ ଏହି ରୋଗ ଓ ବିକଳାଙ୍ଗତା ଭୋଗିଥାନ୍ତି। ଫଳରେ ସେଇ ଶିଶୁମାନଙ୍କର ମଧୁମେହ ରୋଗ, ସବ୍‌ ଆକ୍ୟୁଟ୍‌ ପାନ୍‌କ୍ରିୟାଟିସ୍‌ ତଥା ଟି-ସେଲ୍‌ ବିକଳାଙ୍ଗତା ଦେଖାଦେଇଥାଏ।
ପାଇଁ ଟିକା ନେଲେ ଏଥିରୁ ପ୍ରାୟ ଶତ ପ୍ରତିଶତ ସୁରକ୍ଷା ମିଳିଥାଏ। କିଶୋରୀ ବୟସରେ ଏହି ଟିକା ନେବା ସବୁଠାରୁ ଉତ୍ତମ। ଏମ୍‌ଏମ୍‌ଆର୍‌ ଭାକ୍ସିନ୍‌ ନେଲେ ପ୍ରାୟ ଛଅମାସ ପରେ ଗର୍ଭଧାରଣ କରିହେବ। ଗର୍ଭଧାରଣ ସମୟରେ ଏହି ଟିକା (ଲାଇଭ୍‌ ଭାକ୍ସିନ୍‌) ନେବା ଠିକ୍‌ ନୁହେଁ।
ସାଇଟୋମେଗାଲୋ ଭାଇରସ୍‌ ବା ସିଏମ୍‌ଭି ସଂକ୍ରମଣ : ଏହି ଭୂତାଣୁ ଆକ୍ରମଣ କଲେ ଗର୍ଭସ୍ଥ ଶିଶୁର ଜନ୍ମଗତ ବିକଳାଙ୍ଗତା ଦେଖାଦେବା ସହ ମାନସିକ ବିକାଶ ମନ୍ଥର ହୋଇଥାଏ। ଏହା ଜନନେନ୍ଦ୍ରିୟ ଦ୍ୱାରା ସଂକ୍ରମିତ ହୋଇଥାଏ।
ଏଥିରେ ପ୍ରାୟ ଶତକଡ଼ା ୩୦ଭାଗ ଶିଶୁ ଗୁରୁତର ଭାବରେ ସଂକ୍ରମିତ ହୋଇଥିବା ବେଳେ ତନ୍ମଧ୍ୟରୁ ଶତକଡ଼ା ୮୦ଭାଗ ଶିିଶୁ ସ୍ନାୟବିକ ଦୁର୍ବଳତାର ଶିକାର ହୋଇଥାନ୍ତିି। ଋକ୍ତ ପରୀକ୍ଷା ଦ୍ୱାରା ସିଏମ୍‌ଭି ଭୂତାଣୁ ଚିହ୍ନଟ ହେଲେ ଡାକ୍ତରଙ୍କ ପରାମର୍ଶକ୍ରମେ ଆସାଇକ୍ଲୋଭିର ଭଳି ଗାନ ସାଇକ୍ଲୋଭିର୍‌ ବଟିକାର ଫୁଲ୍‌ କୋର୍ସ ଦିଆଯାଇଥାଏ।
ହର୍‌ପିସ୍‌ ସିମ୍ପ୍ଲେକ୍ସ୍‌ ସଂକ୍ରମଣ : ହର୍‌ପିସ୍‌ ସିମ୍ପ୍ଲେକସ୍‌ ଟାଇପଟୁ ଭୂତାଣୁ ସଂକ୍ରମଣ ହେଲେ ଗର୍ଭବତୀଙ୍କ ଠାରେ ଜ୍ୱର, ମୁଣ୍ଡବିନ୍ଧା ହେବା ସହ ମାଂସପେଶୀ ଦରଜ ହୋଇଥାଏ। ଏହାଛଡ଼ା ପରିସ୍ରାନଳୀ ଓ ଜନନେନ୍ଦ୍ରୀୟରେ ମଧ୍ୟ କଷ୍ଟହେବା ସହ ଧଳାସ୍ରାବ ହୋଇ କୁଣ୍ଡାଇ ହୋଇଥାଏ। ଏହି ସଂକ୍ରମଣ ଦ୍ୱାରା ଘିମିରି ଭଳି ର଼୍ୟାଶ୍‌ ହୋଇଥାଏ।
ଚିହ୍ନଟ ଓ ଚିକିତ୍ସା :ଟର୍ଚ୍ଚ ପରୀକ୍ଷାରୁ ଯଦି ହର୍‌ପିସ୍‌ ସଂକ୍ରମଣ ହୋଇଛି ବୋଲି ଜଣାଯାଏ ତେବେ ତୁରନ୍ତ ଏହାର ଚିକିତ୍ସା କରିବା ଜରୁରୀ। ଆଣ୍ଟିଭାଇରାଲ୍‌ ଥେରାପି ହିସାବରେ ଶୀଘ୍ର ଆସାଇକ୍ଲୋଭିର୍‌ ବଟିକା ଦେବା ଉଚିତ। ଏହା ୪୦୦ମି.ଗ୍ରା. ଦିନକୁ ୩ଥର ଲେଖାଏଁ ୮ରୁ୧୦ଦିନ ଦିଆଯାଏ। ଏଥିରେ ସିଜରିଆନ୍‌ ସେକ୍‌ସନ କରି ଡେଲିଭରି କରିବା ଉଚିତ।
ଅନ୍ୟାନ୍ୟ ଟର୍ଚ୍ଚ ସଂକ୍ରମଣ : ପାର୍ଭୋ ଭାଇରସ୍‌, କକ୍‌ସାକି ଭାଇରସ୍‌ ଏବଂ ଲିଷ୍ଟେରୋସିସ୍‌ ପାଇଁ ହୋଇଥାଏ ଏବଂ ଚିହ୍ନଟ ହେଲେ ଚିକିତ୍ସା କରାଯାଇଥାଏ।
ଟର୍ଚ୍ଚ ସଂକ୍ରମଣରେ ଅଲ୍‌ଟ୍ରା ସୋନୋଗ୍ରାଫି: ଏହାଦ୍ୱାରା କୋରିଅନ୍‌ ଭିଲସ୍‌ ବାୟୋପ୍‌ସି, ଆମ୍ନିଓ ସେଣ୍ଟେସିସ୍‌ ୨ ଓ କର୍ଡୋ ସେଣ୍ଟୋସିସ୍‌ ଦ୍ୱାରା ଏହାର ଚିହ୍ନଟ ହୋଇଥାଏ। ଏଚ୍‌ଆଇଭି ପଜିଟିଭ୍‌ ମହିଳାଙ୍କୁ ଗର୍ଭାବସ୍ଥାରେ ଟର୍ଚ୍ଚ ସଂକ୍ରମଣ ହେଲେ ଜଟିଳତା ବଢ଼ିଯାଇଥାଏ। ଟର୍ଚ୍ଚ ସଂକ୍ରମଣ ଜନ୍ମଗତ ବିକଳାଙ୍ଗତା କରିବା ସହ କେତୋଟି ଜଟିଳତା ମଧ୍ୟ କରିଥାଏ ଯଥା- ମନକୁ ମନ ଗର୍ଭ ନଷ୍ଟ, ଅପରିଣତ ପ୍ରସବ, ଗର୍ଭସ୍ଥ ଶିଶୁର କମ୍‌ ବର୍ଦ୍ଧନ ଓ ଗର୍ଭରେ ଶିଶୁ ମୃତ୍ୟୁ ଆଦି ହୋଇଥାଏ। ତେଣୁ ବାରମ୍ବାର ଗର୍ଭ ନଷ୍ଟ ଓ ଶିଶୁ ମୃତ୍ୟୁ ହେଲେ ଏହି ଟର୍ଚ୍ଚ ଟେଷ୍ଟ ରୁଟିନ୍‌ ଅନୁସାରେ କରିବା ଉଚିତ ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ଥେରାପି ଦେବା ଆବଶ୍ୟକ।

ଡା. ସରୋଜିନୀ ଷଡ଼ଙ୍ଗୀ

– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri