ଗର୍ଭସ୍ଥ ଶିଶୁ ଓ ମା’ଙ୍କ ମୃତ୍ୟୁ ଘଟଣା: ଆମ୍ବୁଲାନ୍ସ ଚାଳକ ନିଲମ୍ବିତ

ବାଙ୍ଗିରିପୋଷି,୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ହାଣଦା ଗ୍ରାମର ଜଣେ ଗର୍ଭବତୀଙ୍କୁ ନେଇ ଡାକ୍ତରଖାନା ଯିବା ବାଟରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା। ଆମ୍ବୁଲାନ୍ସଟି ଅଧାବାଟରେ ଅଟକି ରହିବାରୁ ଗର୍ଭବତୀଙ୍କୁ ଡାକ୍ତରଖାନା ପହଞ୍ଚାଇବାରେ ବିଳମ୍ବ ଘଟିଥିଲା। ଫଳରେ ଗର୍ଭସ୍ଥ ଶିଶୁଙ୍କ ସମେତ ତୁଳସୀ ମୁଣ୍ଡା ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଏହି ଅଭାବନୀୟ ଘଟଣା ନେଇ ଆମ୍ବୁଲାନ୍ସର ଡ୍ରାଇଭର ହରିହର ନାଏକଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସ୍ବାସ୍ଥ୍ୟ ଅଧିକାରୀ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ଏହି ସୂଚନା ଦେଇ ଘଟଣାର ଅଧିକ ତଦନ୍ତ କରାଯାଉଛି ବୋଲି କହିଛନ୍ତି। ଉଲ୍ଲେଖନୀୟ ଯେ, ଆମ୍ବୁଲାନ୍ସ ସେବାରେ ତ୍ରୁଟି ଯୋଗୁ ଗର୍ଭସ୍ଥ ଶିଶୁ ଓ ମା’ଙ୍କ ମୃତ୍ୟୁ ହେବା ଘଟଣା ସମଗ୍ର ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ରବିବାର ମୟୂରଭଞ୍ଜ ଏମ୍‌ପି ବିଶେଶ୍ୱର ଟୁଡୁ ଏବଂ ଜିଲା ଭାଜପା ସଭାପତି ଡା.କୃଷ୍ଣଚନ୍ଦ୍ର ମହାପାତ୍ର ମୃତା ଗର୍ଭବତୀଙ୍କ ସ୍ବାମୀ ଚିତ୍ତରଞ୍ଜନ ମୁଣ୍ଡାଙ୍କ ଘରକୁ ଯାଇ ତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ତୁଳସୀଙ୍କ ମୃତ୍ୟୁପରେ ତାଙ୍କର ୨ ବର୍ଷର ପୁଅ ବଡ଼ ହେଲା ପର୍ଯ୍ୟନ୍ତ ତାଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ଏମ୍‌ପି ଟୁଡୁ ଦାବି କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ତୁଳସୀ ପ୍ରସବ ବେଦନା ଅନୁଭବ କରିଥିଲେ। ତାଙ୍କ ସ୍ବାମୀ ଗାଡି ବ୍ୟବସ୍ଥା କରି ତୁଳସୀଙ୍କୁ ଗାଁରୁ ଆଣି ବାଙ୍ଗିରିପୋଷି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଦର୍ଶାଇ ବାରିପଦା ପିଆରଏମ ମେଡିକାଲ ନେବାକୁ କହିଥିଲେ। ରାତି ପ୍ରାୟ ୧୨ଟା ବେଳେ ତୁଳସୀଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଥିବା ଏକ ଆମ୍ବୁଲାନ୍ସରେ ପଠାଯାଇଥିଲା। ଗାଡି ପ୍ରାୟ ୧୭ କି.ମି. ଦୂର ଯିବା ପରେ କାଠଶିର୍ଶୀ ନିକଟରେ ଏହାର ତେଲ ସରିଯାଇଥିଲା। ଫଳରେ ସେମାନେ ସେଠାରେ ପ୍ରାୟ ଦୁଇ ଘଣ୍ଟା ଅଟକି ରହିଥିଲେ। ପରେ ବାରିପଦାରୁ ୧୦୮ ଆମ୍ବୁଲାନ୍ସ ଯାଇ ତୁଳସୀଙ୍କୁ ପିଆର୍‌ଏମ୍‌ ମେଡିକାଲକୁ ଆଣିଥିଲା। ବିଳମ୍ବିତ ରାତିରେ ତୁଳସୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୨ରେ ନିଯୁକ୍ତି ମେଳା: ବ୍ୟାପକ ପ୍ରଚାର ଉପରେ ଫୋକସ୍‌

ଢେଙ୍କାନାଳ ଅଫିସ, ୫।୧ – ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ଆସନ୍ତା ୨୨ ତାରିଖରେ ଜିଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବ। ଏହି ଉପଲକ୍ଷେ ଶନିବାର ପୂର୍ବାହ୍ନ...

ଅଧିକ ୬ଟଙ୍କାରେ ବିକ୍ରି ହେଉଛି କିରୋସିନ

ବାଉଁଶୁଣୀ,୯।୪(ଡି.ଏନ୍‌.ଏ.): ସରକାର ଲୋକଙ୍କୁ ଚାଉଳ, ଗହମ, କିରୋସିନ ଆଦି ସାମଗ୍ରୀ ରିହାତି ଦରରେ ଯୋଗାଇ ଦେଉଛନ୍ତି। ହେଲେ କିଛି ଅସାଧୁ କର୍ମଚାରୀ ଅଧିକ ଦରରେ ବିକି...

ବିବାହର ଘଣ୍ଟାଏ ପୂର୍ବରୁ କନ୍ୟା ଫେରାର: ଅନ୍ୟତ୍ର ବିବାହ କରି ଘରକୁ ଫେରିଲେ ବର

ଗୋପ,୯।୪(ଡି.ଏନ୍‌.ଏ.): ବିବାହ କରି ନୂଆ ସଂସାର ଗଢ଼ିବାକୁ ଆଶା ରଖିଥିଲେ ବର। ଏଥିପାଇଁ ସବୁପ୍ରକାର ନୀତି କାର୍ଯ୍ୟ ସାରି ବର ସଜେଇ ହୋଇ ମଣ୍ଡପକୁ ଆସିଥିଲେ।...

କରୋନା ସ୍ଥିତି ସମୀକ୍ଷା କଲେ ନୋଡାଲ୍‌ ଅଧିକାରୀ

  ରାୟଗଡ଼ା ଅଫିସ,୩ା୫: ରାଜ୍ୟ ସରକାରଙ୍କ ପକ୍ଷରୁ ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲା ନୋଡାଲ୍‌ ଅଧିକାରୀଭାବେ ନିଯୁକ୍ତ ଭି. ଭି ଯାଦବ ରବିବାର ରାୟଗଡ଼ା...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ପ୍ରଦାନ

ବଇଣ୍ଡା, ୨୨ା୪(ଡି.ଏନ.ଏ.)- ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡାଠାରେ ଥିବା ରାସ୍ତା ଓ ଗୃହ ନିର୍ମାଣ ସଂସ୍ଥାର ବିଭାଗୀୟ ଅଧିକାରୀ,  ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରଙ୍କ ପକ୍ଷରୁ...

କାର୍‌ ଓଲଟିଲା, ଗଞ୍ଜେଇ ବୋହିନେଲେ ଲୋକେ

ଶଙ୍କରାଖୋଲ,୩୦ା୭(ଡି.ଏନ୍‌.ଏ.)-ଟିକାବାଲି ଥାନା (ଏଲ୍‌) ବପଲମେଣ୍ଡି ପଞ୍ଚାୟତ ନିକଟ ପାନାବାଡି ଗ୍ରାମ ବୁଲାଣିରେ ସୋମବାର ସକାଳ ପ୍ରାୟ ୯ଟାରେ ଏକ କାର (ନଂ.ଡବ୍ଲ୍ୟୁବି୦୬ବି-୦୮୫୯) ଭାରସାମ୍ୟ ହରାଇ ୨୦ଫୁଟ...

ଶ୍ରମିକ ନେତା ମାୟାଧର ନାୟକ ଗିରଫ

ଯାଜପୁର ଅଫିସ,୧୧ା୧: ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକଙ୍କ ନାମରେ ଥିବା ୩୧ ବର୍ଷ ପୁରୁଣା ଏକ ମାମଲାର ଖୋଲତାଡ କରି ସୋମବାର ତାଙ୍କୁ ଗିରଫ କରାଯାଇଥିଲା।...

ଅଧିକାରୀଙ୍କ ହସ୍ତକ୍ଷେପ ପରେ ଉଠିଲା ଧାନ

କାମାକ୍ଷାନଗର, ୧୩।୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାଦୁଆ ସେବା ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ମିଲରଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ସୋମବାର ଚାଷୀ ଅସନ୍ତୋଷ...

Advertisement
Archives

Model This Week