ଗର୍ଭବତୀଙ୍କ ତଣ୍ଟି ଚିପି ହତ୍ୟା ଘଟଣା: ଜେଲ ଗଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୧୯ା୮-ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ନୂଆ ଖଜୁରିଆରେ ଗତ ୧୪ ତାରିଖରେ ୪ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଣ୍ଟି ଚିପି ହତ୍ୟା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ମିଳିଥିବା ପ୍ରମାଣକୁ ଆଧାରକରି ପୋଲିସ ଅଭିଯୁକ୍ତ ସ୍ବାମୀ ମନୋଜ ଦଳାଇଙ୍କୁ ମାମଲା ନଂ. ୭୯/୧୯ରେ ଶନିବାର ଗିରଫ କରି ଜେରା କରିଥିଲା। ଜେରା ବେଳେ ମନୋଜ ତାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ମୁହଁରେ ତକିଆ ପକାଇ ତାଙ୍କ ତଣ୍ଟିଚିପି ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିବା ଥାନାଧିକାରୀ ସୁମିତ ସୋରେନ ସୂଚନା ଦେଇଛନ୍ତି। ମନୋଜଙ୍କ ବୟାନକୁ ଆଧାର କରି ପୋଲିସ ତାଙ୍କ ଘରୁ ଘଟଣା ବେଳେ ବ୍ୟବହୃତ ହୋଇଥିବା ତକିଆ, ଧସ୍ତାଧସ୍ତି ବେଳେ ମଞ୍ଜୁଲତାଙ୍କ ମୁଣ୍ଡରୁ ଛିଡିଥିବା ଚୁଟି ଓ ଘର ଭିତରେ ପଡିଥିବା ରକ୍ତ ଛିଟା ପ୍ରଭୃତି ପରୀକ୍ଷା ପାଇଁ ପଠାଇଥିବା କହିଛି। ଅନ୍ୟପଟେ ତାଙ୍କ ଏକମାତ୍ର ୫ ବର୍ଷର ଶିଶୁପୁତ୍ର ଆଶିଷ ଦଳାଇଙ୍କୁ ଉତ୍କଳ ବାଳାଶ୍ରମ ପରିସରରେ ଥିବା ସ୍ପେସିଆଲ ଏଡୋପସନ ଏଜେନ୍ସି (ଏସଏଏ)କୁ ଶିଶୁଟିର ଯତ୍ନ ଓ ସୁରକ୍ଷା ପାଇଁ ପଠାଇ ଦିଆଯାଇଥିବା ପୋଲିସ କହିଛି। ମନୋଜଙ୍କୁ ପୋଲିସ ରବିବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri