ଗରସଙ୍ଗ, ଗଣ୍ଡିବେଡରେ ସ୍ବାବ ସଂଗ୍ରହ

ଖଇରା, ୨୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ଗରସଙ୍ଗ ପଞ୍ଚାୟତ ରାମଚନ୍ଦ୍ର ହାଇସ୍କୁଲ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଗଣ୍ଡିବେଡ ହାଇସ୍କୁଲରେ ଚାଲିଥିବା ଅସ୍ଥାୟୀ କ୍ୱାରାଣ୍ଟାଇନ କେନ୍ଦ୍ରରୁ ସ୍ବାବ ନମୁନା ସଂଗ୍ରହ କରାଯାଇଛି। ସୋମବାର ଗରସଙ୍ଗରୁ ୨୦ଜଣଙ୍କ ନିକଟରୁ ମେଡିକାଲ ଟିମ୍‌ ସ୍ବାବ ସଂଗ୍ରହ କରିଥିଲେ। ସରପଞ୍ଚ ସସ୍ମିତା ପଟ୍ଟନାୟକ, ନିର୍ବାହୀ ଅଧିକାରୀ ରଣଜିତ୍‌ ସାମଲ, ସ୍ବାସ୍ଥ୍ୟ ପରିଦର୍ଶିକା କଲ୍ୟାଣୀ ରାଉତ, ଏମ୍‌ପି ପ୍ରତିନିଧି ରାଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ମଙ୍ଗଳବାର ଗଣ୍ଡିବେଡ ହାଇସ୍କୁଲରେ ମେଡିକାଲ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରିଥିଲେ। ଓଡିଶା ବାହାରୁ ଆସିଥିବା ମୋଟ ୪୦ଜଣଙ୍କ ନିକଟରୁ ସ୍ବାବ ସଂଗ୍ରହ କରାଯାଇଥିଲା। ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ସରପଞ୍ଚ ସୁଶାନ୍ତ ମହାକୁଡ, ସମିତିସଭ୍ୟ ରବୀନ୍ଦ୍ର ମହାନ୍ତି, ଗଣ୍ଡିବେଡ ବଜାର କମିଟି ସଭାପତି ଇଂ ରାଜେଶ ମହାକୁଡ, ନିର୍ବାହୀ ଅଧିକାରୀ ହେମନ୍ତ ସାମଲ ପ୍ରମୁଖ ତଦାରଖ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ,୪।୭: ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ମଙ୍ଗଳବାର ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପୂର୍ବଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି(ସୋମବାର)ରେ...

ବୁଗୁଡ଼ାରେ ପୁଣି ୧୭ କରୋନା ପଜିଟିଭ୍‌: ୧୯ ପର୍ଯ୍ୟନ୍ତ ବଢ଼ିଲା ଶଟ୍‌ଡାଉନ୍‌

ବୁଗୁଡ଼ା,୧୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକେ ବିଭିନ୍ନ ଆଶଙ୍କା ଦେଇ ଗତି କରୁଛନ୍ତି। ସେହିପରି ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକବାସୀ...

ଆଗେଇ ଚାଲିଛି ରଥ ନିର୍ମାଣ

ଧରାକୋଟ,୧୯ ।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଗଡ଼ଜାତ ଅଞ୍ଚଳର ରଥଯାତ୍ରା ମଧ୍ୟରେ ଧରାକୋଟ ରଥଯାତ୍ରା ଏକ ଭିନ୍ନ ପରମ୍ପରା ଦେଇ ପାଳନ ହୋଇଆସୁଛି। ସବୁସ୍ଥାନରେ ବାହୁଡ଼ା ଯାତ୍ରା...

ବାଲି ଲୁଟ୍‌ର ତଦନ୍ତ ଆରମ୍ଭ

ଯାଜପୁର ଅଫିସ/କୋରେଇ/ପାଣିକୋଇଲି(ଡି.ଏନ.ଏ.),୧୯।୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ବେଆଇନ ବାଲି ଖାଦାନ ଅଭିଯୋଗ ସଂକ୍ରାନ୍ତରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ଙ୍କ...

କାମରେ ଲାଗୁନି ବିଜୁ ସେତୁ

ପ୍ରୀତିପୁର,୩୧ା୧୦(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ରାସ୍ତା ଓ ବିଜୁ ସେତୁ ନିର୍ମାଣ କରୁଛନ୍ତି। ଏଥିଲାଗି ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ...

ହସ୍ପିଟାଲରେ ଖତ ଖାଉଛି ମହାପ୍ରୟାଣ ଗାଡ଼ି

ଜି.ଉଦୟଗିରି,୧୭।୮(ଡି.ଏନ.ଏ.)-ଜି.ଉଦୟଗିରି ହସ୍ପିଟାଲରେ ଏକ ମୃତଦେହ ନେବାକୁ ନେଇ ମୃତକଙ୍କ ପରିବାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଥିଲା। ମୃତଦେହକୁ କୌଣସି ଯାନରେ ନେବାକୁ...

ସମସ୍ୟାଘେରରେ ବେତ କାରିଗର

କାଏମା,୧୫ା୫(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ମିର୍ଜାପୁର ପଞ୍ଚାୟତ କଣ୍ଟାବଣିଆ ଗାଁର ବେତ କାରିଗର ଏବେ ସମସ୍ୟାଘେରରେ। ଏହି ଗାଁରେ ପାଖାପାଖି ୪୦ରୁ ଊର୍ଦ୍ଧ୍ୱ...

ମଧ୍ୟରାତ୍ରରେ ସ୍ଥାପନ ହେଲା ଶୁଭଖୁଣ୍ଟି

ବ୍ରହ୍ମପୁର ଅଫିସ୍‌,୧୮ା୩: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ନେଇ ଶୁକ୍ରବାର ମଧ୍ୟ ରାତ୍ରରେ ଦେଶୀ ବେହେରା ସାହିରେ ଶୁଭଖୁଣ୍ଟି ସ୍ଥାପନ...

Advertisement
Archives

Model This Week