ଗରମ ଚା’ ପିଉଥିଲେ…

ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନସର୍‌ର ଆଶଙ୍କା ରହିଛି। ନିକଟରେ ହୋଇଥିବା ଏକ ଗବେଷଣା ତଥ୍ୟରୁ ଏହା ଜାଣିବାକୁ ମିଳିଛି। ଗବେଷଣାର ତଥ୍ୟ ଅନୁଯାୟୀ ଯେଉଁମାନେ ଦୈନନ୍ଦିନ ୭୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାର ଚା’ ପିଇଥାନ୍ତି, ସେମାନଙ୍କ ମଧ୍ୟରେ ଏହି କ୍ୟାନସର୍‌ ଆଶଙ୍କା ଦ୍ୱିଗୁଣା ବୃଦ୍ଧି ପାଇଥାଏ। ଅନେକଙ୍କ ଅଭ୍ୟାସ ଥାଏ, କପ୍‌ରେ ଚା’ ଢଳାଯିବା ମାତ୍ରକେ ପିଇବା ଆରମ୍ଭ ହୋଇଯାଏ। ଯଦି ଏ ଅଭ୍ୟାସ ଆପଣଙ୍କର ବି ରହିଛି, ତେବେ ଏବେଠାରୁ ସାବଧାନ ହୋଇଯାନ୍ତୁ। କାରଣ ଚା’ କପ୍‌ରେ ଢଳାଯିବାର ୪ ମିନିଟ୍‌ ପରେ ପିଇବା ଦ୍ୱାରା ଏହି କ୍ୟାନସର୍‌ ଆଶଙ୍କା ସୃଷ୍ଟି ହୋଇ ନ ଥାଏ। ଆମେରିକାନ୍‌ କ୍ୟାନସର୍‌ ସୋସାଇଟିର ଲିଡ୍‌ ଆର୍ଥର୍‌ ଫରହଦ୍‌ ଇସ୍‌ଲାମୀଙ୍କ ମୁତାବକ, ଚା’, କଫି କମ୍ବା ଅନ୍ୟ କୌଣସି ଗରମ ପାନୀୟ ପଦାର୍ଥ ସ୍ବାସ୍ଥ୍ୟର ଶତ୍ରୁ ପାଲଟିଥାଏ। ଗବେଷଣାରେ ପ୍ରାୟ ୫୦ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କ ବୟସ ପ୍ରାୟ ୪୦ରୁ ୭୫ ବର୍ଷ ମଧ୍ୟରେ ଥିଲା। ନିଷ୍କର୍ଷରୁ ଜଣାପଡ଼ିଲା, ପ୍ରତିଦିନ ୭୦୦ ଏମ୍‌ଏଲ୍‌ ଗରମ ଚା’(୬୦ ଡିଗ୍ରୀ ସେଲ୍‌ସିୟସ୍‌ କିମ୍ବା ତା’ଠୁ ଅଧିକ ତାପାମାତ୍ରାର) ପିଇବା ଦ୍ୱାରା ଗଳା କ୍ୟାନସର୍‌ ଆଶଙ୍କା ୯୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚକ ବ୍ରତ ପାଳନ କରିବାର ତାତ୍ପର୍ଯ୍ୟ

ଧର୍ମମାସ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯାଇଥାଏ। ଏହି ବ୍ରତକୁ ଭୀଷ୍ମ ପଞ୍ଚକ ବ୍ରତ ମଧ୍ୟ କୁହାଯାଇଥାଏ। ମହାଭାରତରେ ଉଲ୍ଲେଖ...

ଏହାକୁ ଖାଇଲେ ମଧୁମେହ ରୋଗୀଙ୍କୁ ନେବାକୁ ପଡି ନ ଥାଏ ଇନ୍‌ସୁଲିନ୍‌

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ଲାଗି ମଧୁମେହ ରୋଗୀଙ୍କଠାରେ ହୃଦ୍‌ରୋଗ, କିଡ୍‌ନୀ ସମସ୍ୟା ଭଳି ଅନେକ ଦୁରାରୋଗ୍ୟ...

ନାରୀ ଶୃଙ୍ଗାରରେ ‘ଖୋଷା’: ଓଡ଼ିଆଣୀର କେଶ ବିନ୍ୟାସରେ ଥାଏ ପରମ୍ପରାର କଥା; ପାଶ୍ଚାତ୍ୟ ନାରୀମାନେ ବି ଖୋଷା ମୋହରେ

କେଶ ବିନ୍ୟାସ ଭିତରେ ଖୋଷା ହେଉଛି ଏପରି ଏକ କେଶ ବିନ୍ୟାସ, ଯାହା ଆରମ୍ଭରୁ ଆଜିିଯାଏ ରହିଆସିଛି। ତେବେ ସମୟ ଓ ପୋଷାକ ପରିଚ୍ଛଦକୁ ନେଇ...

ଗେଡା ଲୋକଙ୍କୁ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ

ଡାଇବେଟିସ୍‌ ଏବେ ଚିକିତ୍ସକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି। କାରଣ ଭାରତରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ରିସର୍ଚ୍ଚ ମେଡିକାଲ...

ସ୍ମୃତିଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ମନେ ମନେ ଗାଆନ୍ତୁ ଗୀତ

ବୟସର ମଧ୍ୟବର୍ତ୍ତୀ ସୋପାନରେ ପହଞ୍ଚିବା ପରେ ଶାରୀରିକ ଏବଂ ମାନସିକ ରୂପରେ ଧୀରେ ଧୀରେ ମଣିଷ ଦୁର୍ବଳ ହୋଇପଡ଼େ। ଏସମୟରେ ଅନେକଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି...

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’

ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ...

ପାଚନକ୍ରିୟା ଓ ଉପବାସ

ପୂଜାପାର୍ବଣ ହେଉ ଅବା କେତେକ ତିଥିରେ ଅନେକେ ଉପବାସ ରହିଥାଆନ୍ତି। ଉପବାସ ରହିବା ଦ୍ୱାରା ମନ ପବିତ୍ର ରହେ ବୋଲି ଅନେକେ ବିଶ୍ୱାସ କରନ୍ତି। ହେଲେ...

ଜୁଏଲେରି କ୍ରେଜ୍‌

ଆଉଟ୍‌ଫିଟ୍‌ ଯେମିତି ହୋଇଥାଉ ନା କାହିଁକି, ଏହା ସହ ଭଳିକି ଭଳି ଜୁଏଲେରିର କମ୍ବିନେଶନ୍‌ ବିନା ଫ୍ୟାଶନ ଅସମ୍ପୂର୍ଣ୍ଣ। ଆଉ ଏଥିପାଇଁ ଆଜିର ମଡର୍ନ ଯୁବପିଢ଼ିଙ୍କଠାରେ...

Advertisement
Archives

Model This Week