ଗମନାଗମନରେ ଦାଉ ସାଧୁଛେ କାଦୋ ରାସ୍‌ତା:ଅଂଚଲବାସୀକଁର ଦାବି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

କଲମପୁର,୩୧। ୭ (ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିନୁ ସହର ତକ୍‌ ଗମନାଗମନ ସୁବିଧା ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଆଏଜ୍‌ ବି ଅନେକ ଗଁାଗଁଡ଼ାକେ ଫିଦିନଅଁା ରାସ୍‌ତା ଖଁଡ଼େ ନଁାଇଁନ। ଆରକେତେ ଗଁାରେ ଥିବାର ରାସ୍‌ତାଘାଟ ମରାମତି ଅଭାବୁ ଲୁକ୍‌କର ଲାଗି ମରନ୍‌ଯଁତା ପାଲଟୁଛେ। ଏନ୍‌ତା ଗୁଟେ ଅବହେଲିତ ରାସ୍‌ତା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ ମିନଗୁର ପଁଚେତ୍‌ରେ।
ସୂଚନା ଅନ୍‌ସାରେ ମିନଗୁର ପଁଚେତ୍‌ ଭଇଁରିଠାନୁ ଧନପୁର ହାଇସ୍କୁଲ ତକ୍‌ ଯାଇଥିବାର ରାସ୍‌ତାର ଅବସ୍‌ତା ବହୁତ ଖରାପ ଅଛେ। ରାସ୍‌ତାଟା ଅଂଚଲର ଗୁଟେ ମୁଖିଆ ରାସ୍‌ତା ଆଏ। ଫିଦିନ ଇ ରାସ୍‌ତା ଦେଇ ଭଇଁରି, ମାନପଡ଼ା, ଭିରକାପଡ଼ା, ମିନଗୁର, ସର୍ଗିପଡ଼ା, ସିସୋପଡ଼ା, ଧନପୁର, ଭେଲାଗଁାର ଶତାଧିକ୍‌ ଛାତ୍ରୀଛାତ୍ର ସ୍କୁଲକେ ଯାଆସ କରୁଛନ୍‌। ହେଲେ ମରାମତି, ଦେଖ୍‌ଭାଲ ଅଭାବୁ ଇ ରାସ୍‌ତାଟା ଏହେଦେ କାଦୋ ସରସର ହେଇଯାଇଛେ। ଫିଦିନ ଶହ ଶହ ଲୋକ୍‌ ଇ କାଦୋ ପଚ୍‌ପଚ୍‌ ରାସ୍‌ତାରେ ଗଲାଆଏଲା ବେଲେ ବଡ଼ଭାରି ସମସିଆର ସାମନା କରୁଛନ୍‌। ସେନ୍‌ତା ଶିଶୋପଡ଼ାର ଆରଡି ରାସ୍‌ତା, ଭଇଁରିନୁ ମାନପଡ଼ା ରାସ୍‌ତା ଆର ଭଇଁରିନୁ ଗୁନଗୁନିଆ ରାସ୍‌ତାର ଅବସ୍‌ତା ବି ନିହାତି ଖରାପ ଅବସ୍‌ତାରେ ରହିଛେ। ଇ ରାସ୍‌ତାରେ ବଡ଼ ବଡ଼ ଖାଲ ରହିଥିଲାବେଲେ ଖାଲମାନକେ ବରଷା ପାଏନ୍‌ ଭରି ରାସ୍‌ତାଟା ସମାନ ଦିଶୁଛେ। ହେଲେ ଲୋକ୍‌ ଗାଡ଼ିମଟର, ସାଇକେଲରେ ଗଲାଆଏଲା ବେଲେ ହିଟିହାବଡ଼ି ପଡ଼ି ଖଁଡ଼ିଆଡଁଡ଼ିଆ ହେଉଛନ୍‌। ଇ ଭଇଁରିନୁ ଗୁନଗୁନିଆ ରାସ୍‌ତାଟା ମୋଟେର ଜୟପାଟଣାର ମୁଖିଆ ରାସ୍‌ତା ସଂଗେ ଯୁଡ଼ି ହେଇଛେ। ହେଲେ ମରାମତି ଅଭାବୁ ବହୁତ୍‌ ଦିନ ହେଲା ଇ ରାସ୍‌ତା ଲୁକ୍‌କର ଲାଗି ମରନ୍‌ଯଁତା ପାଲଟିଛେ। ଇ ରାସ୍‌ତା ଦେଇ ଅଂଲବାସୀ କଲମପୁର ବ୍ଲକ, ଡାକ୍‌ତରଖାନା, ତହସିଲ, ବ୍ୟାଙ୍କ ଆର ଉନିଆ ସରକାରୀ ଦପ୍‌ତରମାନକୁ ଯିବାର ଆଏବାର କରୁଛନ୍‌। ସେନ୍‌ତା ଇ ସବୁ ରାସ୍‌ତା କଲମପୁର ଆର ଜୟପାଟଣା ବ୍ଲକକେ ସଂଯୋଗ କରୁଛେ। ସେନ୍‌ଥିରଲାଗି ଅଂଚଲବାସୀ ଇ ରାସ୍‌ତାକେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରବାକେ ଦାବି କରିଛନ୍‌। ଇ ବାବ୍‌ଦେ ମିନଗୁର ସରପଁଚ୍‌ ହରିପ୍ରିୟା ରଣାକୁଁ ପଚରାଲାରୁ ଆମେ ୨୦୧୮-୧୯ ଏକ୍ସନପ୍ଲାନରେ ଇ ସବୁ ରାସ୍‌ତାର ମରାମତି ଲାଗି ପଁଚେତ୍‌ ସମିତିକେ ଜନେଇ ଦେଇଛୁଁ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ କଲମପୁର ବିଡିଓ ହେମସାଗର ଭୋଇକୁଁ ପଚରାଲାରୁ ଇ ରାସ୍‌ତାମାନ ବୁଲି ଦେଖ୍‌ଲା ଉତାରୁ ଯେତେ ଜଲଦି ହେବା ମରାମତି ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri