ଗତବର୍ଷ ତୁଳନାରେ ଏ ବର୍ଷ ବଢ଼ିଛି ୪୭ ପ୍ରତିଶତ ଅଧିକ ଧାନ ସଂଗ୍ରହ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ନିମନ୍ତେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ ଚାଷୀଙ୍କଠାରୁ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଗତବର୍ଷ ଅପେକ୍ଷା ଏଥର ୪୭ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇପାରିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ମନ୍ତ୍ରୀ ସ୍ବାଇଁ କହିଛନ୍ତି, ଏବେସୁଦ୍ଧା ରାଜ୍ୟର ୧୭ ଜିଲାରେ ୫୨,୦୨୧ ଚାଷୀଙ୍କଠାରୁ ସମୁଦାୟ ୪ଲକ୍ଷ ୩୦ହଜାର ୩୦୦ ଟନ ଧାନ ସଂଗ୍ରହ ହୋଇଛି। ଗତବର୍ଷ ଏହି ତାରିଖରେ ୨ଲକ୍ଷ ୯୩ ହଜାର ୪୮୯ ଟନ ଧାନ ସଂଗ୍ରହ ହୋଇଥିଲା। ୬୨୭ ଧାନ ସଂଗ୍ରହ କେନ୍ଦ୍ରରେ ଧାନ କିଣିବା କାର୍ଯ୍ୟ ଆରମ୍ଭ ହୋଇଛି। ପି-ପାସ୍‌ ଏବଂ ଆଗୁଆ ଟୋକନ୍‌ ଜରିଆରେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି। ରବିଧାନ ବିକ୍ରି ନିମନ୍ତେ ମୋଟ ୨ଲକ୍ଷ ୫୮ହଜାର ୧୧୭ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୨ଲକ୍ଷ ୨୭ ହଜାର ୧୨୨ ଜଣ ଚାଷୀଙ୍କ ନାମ ପଞ୍ଜୀକରଣ ତଥ୍ୟକୁ ଯାଞ୍ଚ କରାଯାଇଛି। ଗତବର୍ଷ ତୁଳନାରେ ଚଳିତ ରବିଧାନ ସଂଗ୍ରହ ନିମନ୍ତେ ୨୦ ପ୍ରତିଶତ ଅଧିକ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ୨ଲକ୍ଷ ୨୮ ହଜାର ୩୦୨ ଟନ୍‌ ଧାନ ସଂଗ୍ରହ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲାରୁ ୫୪ ହଜାର ୯୧୬ ଟନ୍‌, ସମ୍ବଲପୁରରୁ ୫୦ହଜାର ୮୩୯ଟନ୍‌, କଳାହାଣ୍ଡିରେ ୩୧ହଜାର ୯୩୩ ଟନ୍‌, ନୂଆପଡ଼ାରେ ୧୬ହଜାର ୨୪୮ଟନ୍‌ ଏବଂ ପୁରୀ ଜିଲାରୁ ୧୧ହଜାର ୯୮୯ଟନ୍‌ ଧାନ ସଂଗ୍ରହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଚୁ କଲେ, ଖୋଳିଦେଲେ

ଭୁବନେଶ୍ୱର,୨୩।୧(ବ୍ୟୁରୋ):ରବି ଟକିଜ୍‌ରୁ ଭାସ୍କରେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଦୀର୍ଘଦିନ ଧରି ଅସଜଡ଼ା ହୋଇ ପଡ଼ିରହିଥିଲା। ବର୍ଷ ବର୍ଷ ଧରି ଖାଲଖମା, ଧୂଳି ଭିତରେ ଲୋକେ...

CORONAVIRUS UPDATE: ୨୯ ଜିଲାରୁ ୨୨୩୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୯ ଜିଲାରୁ ୨୨୩୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୩୩କୁ ବୃଦ୍ଧି...

ଆଇଏଏସ୍‌ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ସୁଶୀଲ...

ପୁଣି ଚର୍ଚ୍ଚାରେ ଶାହାଙ୍କ ଗସ୍ତ: ବିଶାଳ ସାଧାରଣ ସଭା କରିବାକୁ ଯୋଜନା କରୁଛି ଭାଜପା

ଭୁବନେଶ୍ୱର,୧୦।୨(ବ୍ୟୁରୋ): ପୂର୍ବାଞ୍ଚଳ ପରିଷଦ ବୈଠକ ଚଳିତ ମାସ ଶେଷସୁଦ୍ଧା ଓଡିଶା ଲୋକସେବା ଭବନରେ ଅନୁଷ୍ଠିତ ହେବ ବୋଲି ଶୁଣିବାକୁ ମିଳୁଛି। ଉକ୍ତ ବୈଠକ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ବାଲେଶ୍ୱରରେ ହେବ ୧୦୦ଶଯ୍ୟା ବିଶିଷ୍ଟ ଇଏସ୍‌ଆଇସି ହସ୍ପିଟାଲ

ନୂଆଦିଲ୍ଲୀ,୨୧।୨:ଉତ୍ତର ଓଡ଼ିଶାରେ ବସବାସ କରୁଥିବା ଶ୍ରମଜୀବୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବାଲେଶ୍ୱରଠାରେ ଏକ ଅତ୍ୟାଧୁନିକ ୧୦୦ଶଯ୍ୟା...

ପଶ୍ଚିମବଙ୍ଗରୁ ଫେରିଥିବା ୨ ଏନ୍‌ଡିଆର୍‌ଏଫ୍‌ କର୍ମଚାରୀ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ରାଜ୍ୟରେ ସୋମବାର ପୁଣି ୧୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫନ’ ମୁକାବିଲା ସାରି ଫେରିଥିବା...

ବିନା ଅନୁମତିରେ ଗଛ କାଟିଛି ଓ୍ବାଟ୍‌କୋ

ଭୁବନେଶ୍ୱର, ୫ା୭ (ବନ୍ଦନା ସେଠୀ): ଶିଖରଚଣ୍ଡୀ ପାହାଡ଼ରେ ଗଛକାଟି ପ୍ରକଳ୍ପ ନିର୍ମାଣ ମାମଲାରେ ମଙ୍ଗଳବାର ଯାଞ୍ଚ କମିଟି ପକ୍ଷରୁ ଏନ୍‌ଜିଟିରେ ରିପୋର୍ଟ ଦାଖଲ କରାଯାଇଛି। ପାହାଡ଼...

୨୦୧୮-୧୯ ଆର୍ଥିକ ବର୍ଷ : ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୪୨୭ କୋଟି ସେସ୍‌ ସଂଗୃହୀତ

ଭୁବନେଶ୍ୱର,୨୨।୮(ବ୍ୟୁରୋ)- ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୪୨୭ କୋଟି ଟଙ୍କାର ସେସ୍‌ ସଂଗୃହୀତ କରାଯାଇଛି, ଯାହାକି ବିଗତ ବର୍ଷଗୁଡ଼ିକ ତୁଳନାରେ...

Advertisement
Archives

Model This Week