ଗଣିତ ଜଗତର ନକ୍ଷତ୍ର

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ
ଗଣିତ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ୨୦୨୦ର ଏବେଲ ପୁରସ୍କାର ହିଲେଲ (ହ୍ୟାରି)ଫର୍ଷ୍ଟାଇନବର୍ଗଙ୍କୁ ପ୍ରଦାନ କରାଯାଇଛି। ତାଙ୍କ ସହ ରୁଷୀୟ -ଆମେରିକୀୟ ଗଣିତଜ୍ଞ ଗ୍ରିଗୋରୀ ମାର୍ଗୁଲିସ ମଧ୍ୟ ଏହି ପୁରସ୍କାର ଲାଭ କରିଛନ୍ତି। ପ୍ରତିବର୍ଷ ବିଶ୍ୱର ଏକ କିମ୍ବା ଏକାଧିକ ଗଣିତଜ୍ଞଙ୍କୁ ଏବେଲ ପୁରସ୍କାର ପ୍ରଦାନ କରାଯାଇଥାଏ। ନରଓ୍ବେର ଖ୍ୟାତନାମା ଗଣିତଜ୍ଞ ନିଲ୍ସ ହେନରିକ ଏବେଲଙ୍କ ନାମାନୁସାରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଛି। ଏବେଲଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ୧୯୦୨ରେ ଏହି ପୁରସ୍କାର ପ୍ରଦାନ କରାଯିବା ଲାଗି ପ୍ରଥମେ ପ୍ରସ୍ତାବ ଆସିଥିଲେ ବି ଏହା ସମ୍ଭବ ହୋଇପାରି ନ ଥିଲା। ପ୍ରାୟ ଏକ ଶତାବ୍ଦୀ ପରେ ୨୦୦୧ରେ ନରଓ୍ବେ ସରକାର ଏହି ପୁରସ୍କାର ପ୍ରଦାନ କରାଯିବା ଲାଗି ଘୋଷଣା କରିଥିଲେ। ପରେ ୨୦୦୨ରେ ଏବେଲଙ୍କ ଦ୍ୱିତୀୟ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସମ୍ମାନଜନକ ଭାବେ ଆଟେଲ ସେଲ୍‌ବର୍ଗଙ୍କୁ ଏହା ପ୍ରଦାନ କରାଯାଇଥିଲା। କିନ୍ତୁ ପ୍ରକୃତରେ ୨୦୦୩ରୁ ଆନୁଷ୍ଠାନିକ ଭାବେ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଅଛି। ଏହି ପୁରସ୍କାର ନୋବେଲ ପୁରସ୍କାର ସମକକ୍ଷ ବୋଲି କୁହାଯାଏ ।
ଗଣିତ କ୍ଷେତ୍ରରେ ୮୪ ବର୍ଷ ବୟସ୍କ ହିଲେଲଙ୍କ ଜୀବନବ୍ୟାପୀ ସାଧନା ଉଲ୍ଲେଖନୀୟ। ହିିଲେଲ ଜଣେ ଆମେରିକୀୟ- ଇସ୍ରାଏଲୀ ଗଣିତଜ୍ଞ। ଜେରୁଜେଲମ୍‌ର ହିବ୍ର୍ୟୁ ୟୁନିଭର୍ସିଟିରୁ ପ୍ରଫେସର ଭାବେ ଅବସର ନେବା ପରେ ସେ ଗଣିତ ଗବେଷଣାକୁ ଆଗକୁ ନେବା ଲାଗି ଅହରହ ପ୍ରୟାସ କରି ଆସିଛନ୍ତି। ସେ ଇସ୍ରାଏଲ ଏକାଡେମୀ ଅଫ୍‌ ସାଇନ୍ସ ଆଣ୍ଡ୍‌ ହ୍ୟୁମାନିଟିଜ ଏବଂ ୟୁଏସ୍‌ ନ୍ୟାଶ୍‌ନାଲ ଏକାଡେମୀ ଅଫ୍‌ ସାଇନ୍ସର ସଦସ୍ୟ ରହିଛନ୍ତି। ପ୍ରୋବାବିଲିଟି ଥିଓରୀ ଓ ଏର୍‌ଗୋଡିକ ଥିଓରୀ ପଦ୍ଧତିର ଗଣିତର ଅନ୍ୟ କ୍ଷେତ୍ରଗୁଡିକରେ ପ୍ରୟୋଗ ଲାଗି ବେଶ୍‌ ଜଣାଶୁଣା। ନମ୍ବର ଥିଓରୀ ଓ ଲି ଗ୍ରୁପ୍ସ ପ୍ରୟୋଗ କ୍ଷେତ୍ରରେ ବି ତାଙ୍କ ଗବେଷଣା ବିଶ୍ୱରେ ଗଣିତ ବିଜ୍ଞାନକୁ ନୂଆ ବାଟ ଦେଖାଇଛି।
ଜର୍ମାନୀର ବର୍ଲିନରେ ୧୯୩୫ରେ ଫର୍ଷ୍ଟାଇନବର୍ଗଙ୍କ ଜନ୍ମ । ୧୯୩୯ରେ ତାଙ୍କ ପରିବାର ଆମେରିକାକୁ ଚାଲି ଆସି ନ୍ୟୁୟର୍କ ସହରର ଓ୍ବାଶିଂଟନ ହାଇଟ୍ସରେ ରହିଥିଲେ। ଏହାଥିଲା ପ୍ରଥମ ବିଶ୍ୱଯୁଦ୍ଧର ଅଳ୍ପଦିନ ତଳର ଘଟଣା। ଫର୍ଷ୍ଟାଇନବର୍ଗ ସ୍କୁଲ ଶିକ୍ଷା ଶେଷ କରିବା ପରେ ୧୯୫୫ରେ ଶିକ୍ଷା ମାର୍ଶା ଷ୍ଟର୍ନ ଟାଲ୍‌ମୁଡିକାଲ ଏକାଡେମୀ ଓ ୟେଶିଭା ୟୁନିଭର୍ସିଟିରୁ ବିଜ୍ଞାନରେ ସ୍ନାତ୍ତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେତେବେଳେ ତାଙ୍କୁ ବୟସ ହୋଇଥିଲା ୨୦। ଫର୍ଷ୍ଟାଇନବର୍ଗ ପଢୁଥିବା ସମୟରେ ତାଙ୍କର ଅନେକ ଗଣିତ ସମ୍ପର୍କିତ ଲେଖା ‘ଆମେରିକାନ୍‌ ମ୍ୟାଥ୍‌୍‌ମେଟିକାଲ ମନ୍ଥଲି’ରେ ପ୍ରକାଶ ମଧ୍ୟ ପାଇଥିଲା। ଏହା ଥିଲା ଫ୍ରୁଷ୍ଟନବର୍ଗଙ୍କ ପ୍ରତିଭା ବିକାଶର ପ୍ରଥମ ପାହାଚ। କ୍ୟାରିୟରର ପ୍ରାରମ୍ଭରେ ପ୍ରାଇମ ନମ୍ବର ଉପରେ ତାଙ୍କର ଇନୋଭେଟିଭ୍‌ ଚିନ୍ତାଧାରା ସଭିଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା। ପରେ ସେ ପ୍ରିନ୍ସଟନ୍‌ ୟୁନିଭର୍ସିଟିରୁ ୧୯୫୮ରେ ପିଏଚ୍‌ଡି ଲାଭ କରିଥିଲେ। ଷାଠିଏ ଦଶକର ପ୍ରାରମ୍ଭରେ ଗଣିତକୁ ନୂଆ ଦିଶା ପ୍ରଦାନ କରିବାର ପ୍ରଥମ ସୁଯୋଗ ମିଳିଥିଲା। ତାଙ୍କୁ ବିଂଶ ଶତାବ୍ଦୀର ଶ୍ରେଷ୍ଠ ଗଣିତଜ୍ଞଙ୍କୁ ନେଇ ଗର୍ବ କରୁଥିବା ମାସାଚ୍ୟୁସେଟସ ଇନ୍‌ଷ୍ଟିଚ୍ୟୁଟ୍ସ ଅଫ୍‌ ଟେକ୍‌ନୋଲୋଜି ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନରେ ସି.ଏଲ୍‌.ଇ. ଇନ୍‌ଷ୍ଟ୍ରକ୍ଟର ଭାବେ ସେ ଯୋଗ ଦେଇଥିଲେ। ୧୯୬୧ରେ ମିନ୍ବେସୋଟା ବିଶ୍ୱବିଦ୍ୟାଳୟରେ ପ୍ରଥମେ ସହକାରୀ ପ୍ରାଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ। ୧୯୬୩ରୁ ଲି ଗ୍ରୁପ ଉପରେ ଧାରାବାହିକ ପ୍ରବନ୍ଧ ଲେଖି ଗଣିତ କ୍ଷେତ୍ରରେ ତାଙ୍କ ଭାବନାମତ୍କ ଚିନ୍ତାଧାରକୁ ପରିପ୍ରକାଶ କରିଥିଲେ। ଏହି ୟୁନିଭର୍ସିଟିରେ ସେ ପ୍ରାଧ୍ୟାପକ ଭାବେ ପଦୋନ୍ନତି ପାଇବା ପରେ ୧୯୬୫ରେ ହିବ୍ର୍ୟୁ ୟୁନିଭର୍ସିଟିର ଆଇନ୍‌ଷ୍ଟାଇନ ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାଥ୍‌ମେଟିକ୍ସରେ ଯୋଗ ଦେଇଥିଲେ। ଫର୍ଷ୍ଟାଇନବର୍ଗ ଏଠାରେ କାର୍ଯ୍ୟ କରିବା ସମୟରେ ସେନେଗେଭାସ୍ଥିତ ବେନ୍‌ ଗୁରିୟନ ୟୁନିଭିର୍ସିଟିରେ ସେଣ୍ଟର ଅଫ୍‌ ଆଡଭାନ୍ସଡ ଷ୍ଟଡିଜର ସଦସ୍ୟ ରହିଥିଲେ। ସତୁୁରି ଦଶକରେ ଏରୋଡିକ ଥିଓରୀ ରିଫର୍ମ୍ୟୁଲେଶନ ଉପରେ ତାଙ୍କ ଗବେଷଣା ଗଣିତବିଜ୍ଞାନରେ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ସେ ତାଙ୍କ କ୍ୟାରିୟରରେ ଏଭଳି ସଫଳତା ପାଇଥିଲେ ଯେ,ହିବ୍ର୍ୟୁ ୟୁନିଭର୍ସିଟି ଓ ବେନ-ଗୁରିୟନ ୟୁନିଭିର୍ସିଟି ମିଳିତ ଭାବେ ତାଙ୍କ ଅବସର ଉତ୍ସବ ପାଳନ କରିଥିଲେ। ଗଣିତର ପ୍ରୋବାବିଲିଟି ଉପରେ ଅନୁଷ୍ଠିତ ଏହି ଉତ୍ସବକୁୁ ‘ଫର୍ଷ୍ଟାଇନଫେଷ୍ଟ୍‌ ୨୦୦୩’ ନାମରେ ନାମିତ କରାଯାଇଥିଲା ଏବଂ ସେ ଏଥିରେ ୪ ଦିନ ବ୍ୟାପି ବକ୍ତବ୍ୟ ପ୍ରଦାନ କରି ସମସ୍ତଙ୍କୁ ବିସ୍ମିିତ କରିଦେଇଥିଲେ।
ଗଣିତ ବିଜ୍ଞାନରେ ଫର୍ଷ୍ଟାଇନବର୍ଗଙ୍କ ସାଧନାର ଅଧିକାଂଶ ସମୟ କଟିଛି ଇସ୍ରାଏଲରେ। ମୁଖ୍ୟତଃ ଏରଗୋଡିକ ଥିଓରୀ ପାଇଁ ବିଶ୍ୱରେ ଇସ୍ରାଏଲକୁ ଏକ ଗଣିତ କେନ୍ଦ୍ର କରିବା ଲାଗି ସେ ଜୀବନ ତମାମ ପ୍ରୟାସ କରିଆସିଛନ୍ତି। ଗଣିତ କ୍ଷେତ୍ରରେ ତାଙ୍କୁ ୧୯୯୩ ରେ ଇସ୍ରାଏଲ ପ୍ରାଇଜ,ହାର୍ଭେ ପ୍ରାଇଜ,୨୦୦୭ରେ ଉଫ୍‌ ପୁରସ୍କାର ମିଳିଛି।
୧୯୫୮ରେ ଫର୍ଷ୍ଟାଇନବର୍ଗ ସାମ୍ବାଦିକା ରୋଚିଲି କୋହେନଙ୍କୁ ବିବାହ କରିିଥିଲେ। ଫର୍ଷ୍ଟାଇନବର୍ଗ ସସ୍ତ୍ରୀକ ଜେରୁଜେଲମ ସହରରେ ରହୁଛନ୍ତି। ତାଙ୍କର ୫ଟି ସନ୍ତାନ ଓ ୧୬ ଜଣ ନାତିନାତୁଣୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?