ଗଣିଆ ବଜାରଠାରୁ କୁତୁରୀ ପର୍ଯ୍ୟନ୍ତ ରାସ୍ତାକାମ: ୧୦ବର୍ଷ ଧରି ତାଳିପକାରେ ଚାଲିଛି

ଗଣିଆ,୧୪ା୧(ଡି.ଏନ୍‌.ଏ.): ବିକାଶର କଥା ଭାବିଲେ ମନକୁ ଆସେ ଗମନାଗମନ ସୁବିଧା। ଏହା ହେଲେ ସେହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି କୁହାଯାଉଛି। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ବିଜୁ ସଡ଼କ ଯୋଜନା ପରି ବହୁ ଯୋଜନା କରାଯାଇ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଗ୍ରାମାଞ୍ଚଳରେ ଅନେକ ମୁଖ୍ୟ ରାସ୍ତା ନବୀକରଣ ଓ ମରାମତି ଅଭାବରୁ ଶୋଚନୀୟ ଅବସ୍ଥାରେ ପଡିଥିବାରୁ ଏହିସବୁ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୟାଗଡ଼ ଜିଲା ଗଣିଆ ବ୍ଲକର ଗଣିଆ ମୁଖ୍ୟ ବଜାରଠାରୁ କୁତୁରୀ ପର୍ଯ୍ୟନ୍ତ ୩୪ କିଲୋମିଟର ପୂର୍ତ୍ତ ବିଭାଗ ରାସ୍ତା ଦୀର୍ଘ ୧୦ବର୍ଷ ଧରି ନବୀକରଣ ନ ହୋଇ ପଡିରହିଛି। ପ୍ରତିବର୍ଷ ବିଭାଗ ତରଫରୁ ତାଳିପକାରେ ମରାମତି କରାଯାଇ କାମ ଚଳାଯାଉଛି।
ଚଳିତବର୍ଷ ଏହି ରାସ୍ତାର ଗଣିଆ ମୁଖ୍ୟ ବଜାରଠାରୁ ମଣିଭଦ୍ରା ପର୍ଯ୍ୟନ୍ତ ୧୦କିଲୋମିଟର ରାସ୍ତା ନବୀକରଣ ସହ ୫ବର୍ଷ ରକ୍ଷଣାବେକ୍ଷଣ ପାଇଁ ପୂର୍ତ୍ତ ବିଭାଗ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍‌ଡି)କୁ ହସ୍ତାନ୍ତର କରିଛି। ଅବଶିଷ୍ଟ ରାସ୍ତାର ୫୩୦ବର୍ଗ ମିଟରକୁ ୨ଦିନ ଧରି ତାଳିପକା ଭାବେ ପିଚୁ ପକାଇ ମରାମତି କାମ ଚାଲୁରହିଛି। ବୃତ୍ତଙ୍ଗଠାରୁ କୁତୁରୀ ପର୍ଯ୍ୟନ୍ତ ୧୯ କିଲୋମିଟର ରାସ୍ତା ଶୋଚନୀୟ ଅବସ୍ଥାରେ ପଡିରହିଛି। ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁ ଓ ମେଟାଲ ଉଠି ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ଏହି ରାସ୍ତା ଉପରେ ବଡଶିଲିଙ୍ଗା ଓ ଛାମୁଣ୍ଡିଆ ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି। ସେହିପରି ବଡମୂଳଠାରେ ଥିବା ସାତକୋଶିଆ ପର୍ଯ୍ୟଟନ କେନ୍ଦ୍ରକୁ ଦୈନିକ ଶହ ଶହ ସଂଖ୍ୟାରେ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକ ଏହି ରାସ୍ତାଦେଇ ଯାତାୟାତ କରୁଛନ୍ତି। ରାସ୍ତାର ଏପରି ଦୁରବସ୍ଥା ସହ ରାସ୍ତା ଉପରକୁ ଲମ୍ବିରହିଥିବା ବଡ ବଡ ଗଛ ଡାଳ ଓ ବାଉଁଶବୁଦା ଯୋଗୁ ବସ୍‌ ଓ ଅନ୍ୟ ଯାନରେ ଆସୁଥିବା ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାବ୍ୟତୀତ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ଛୋଟ ଛୋଟ ନାଳ ଉପରେ ନିର୍ମିତ ପୁରୁଣା ପୋଲଗୁଡିକ ଅଣଓସାର ସାଙ୍ଗକୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଯୋଗୁ ବହୁ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ରାଜ୍ୟରେ ବିକାଶର ଧାରା ଆଗେଇ ଚାଲିଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ଏହି ରାସ୍ତା ନବୀକରଣ ହୋଇପାରୁନାହିଁ ବୋଲି ଖୋଦ ପୂର୍ତ୍ତ ବିଭାଗୀୟ ଅଧିକାରୀ ପ୍ରକାଶ କରୁଥିବାରୁ ସରକାରଙ୍କ ଘୋଷଣା ପ୍ରହସନ ବୋଲି ଏଠାରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ଏହି ରାସ୍ତା ଦେଇ ପ୍ରତିମାସରେ ରାଜ୍ୟର ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ, ନେତା ଓ ମନ୍ତ୍ରୀମାନେ ବଡମୂଳସ୍ଥିତ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଆସୁଥିବା ବେଳେ ରାସ୍ତାର ଶୋଚନୀୟ ଅବସ୍ଥା ଦେଖି ନ ଦେଖିଲା ପରି ଚାଲିଯାଉଛନ୍ତି। ଏପରି କି ଜିଲା ପ୍ରଶାସନିକ ଅଧିକାରୀ ବିଭିନ୍ନ ସମୟରେ ଗସ୍ତରେ ଆସି ରାସ୍ତାର ଦୁରବସ୍ଥା ଦେଖି ଯାଉଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଉଛି। ଏ ସମ୍ପର୍କରେ ଗଣିଆ ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀ ସଞ୍ଜୟକେତନ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ପୂର୍ତ୍ତ ବିଭାଗ ପାଖରେ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ଚଳିତବର୍ଷ ଏହି ରାସ୍ତାର ଗଣିଆ ବଜାରଠାରୁ ୧୦କିଲୋମିଟର ରାସ୍ତା ଆର୍‌ଡି ବିଭାଗକୁ ନବୀକରଣ ପାଇଁ ହସ୍ତାନ୍ତର କରାଯାଇଛି। ମଣିଭଦ୍ରାଠାରୁ କିଛି ବାଟ ମରାମତି କାର୍ଯ୍ୟ କରାଯାଉଛି। ଅବଶିଷ୍ଟ ରାସ୍ତା ନବୀକରଣ ପାଇଁ ଆମ ପାଖରେ ଅର୍ଥ ନ ଥିବାରୁ ନିରୂପାୟ ହୋଇ ବସିଛୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?