ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼, କ୍ୟାମେରା ଭାଙ୍ଗିଲେ

ପୁରୀ ଅଫିସ,୪ା୫: ପ୍ରେସ୍‌ ସ୍ବାଧୀନତା ଦିବସରେ ରବିବାର ପୁରୀରେ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମରାଯିବା ସହ ଗାଳିଗୁଲଜ କରାଯାଇଛି। ବାଲୁଖଣ୍ଡ ଅଭୟାରଣ୍ୟର ପ୍ରକୃତି ନିବାସରେ ଶୁଟିଂ ବେଳେ ବନ କର୍ମଚାରୀ ମାଡ଼ ମାରିବା ସହ କ୍ୟାମେରା ଭାଙ୍ଗି ଦେଇଛନ୍ତି। କ୍ୟାମେରାମ୍ୟାନ୍‌ ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ଅଭିଯୋଗକ୍ରମେ ପେଣ୍ଠକଟା ମେରାଇନ ଥାନାରେ ଦୁଇ ବନ କର୍ମଚାରୀଙ୍କ ବିରୋଧରେ ପୋଲିସ ଏକ ମାମଲା (ନଂ. ୨୫/୨୦) ରୁଜୁ କରିଛି।
ବାତ୍ୟା ଫନୀକୁ ରବିବାର ବର୍ଷେ ପୂରିଛି। ବାତ୍ୟାରେ ଛାରଖାର ହୋଇଯାଇଥିବା ବାଲୁଖଣ୍ଡ ଅଭୟାରଣ୍ୟର ବର୍ତ୍ତମାନ ସ୍ଥିତି କ’ଣ ରହିଛି ତାହାର ଶୁଟିଂ ପାଇଁ କେତେଜଣ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ଥିଲେ। ଅନୁମତି ନେଇ ପ୍ରକୃତି ନିବାସରେ କ୍ୟାମେରାମ୍ୟାନ ଚିତ୍ତରଞ୍ଜନ ଶୁଟିଂ କରୁଥିଲେ। ପ୍ରକୃତି ନିବାସ କଟେଜ ମଧ୍ୟରେ କେତେଗୁଡ଼ିଏ ମଦବୋତଲ ପଡ଼ିଥିଲା। ଏହି ସମୟରେ ସେଠାରେ ଥିବା କେତେଜଣ ବନ କର୍ମଚାରୀ ପହଞ୍ଚତ୍ ଚିତ୍ତରଞ୍ଜନଙ୍କୁ ବାରଣ କରିଥିଲେ। ଫରେଷ୍ଟର ତପନ ନାୟକ ଓ ଫରେଷ୍ଟଗାର୍ଡ ବିରଜା ମହାପାତ୍ର ଶୁଟିଂକୁ ବିରୋଧ କରିବା ସହ ଉତ୍‌କ୍ଷିପ୍ତ ହୋଇପଡ଼ିିଥିଲେ। ଭିଡିଓ ଉତ୍ତୋଳନ କରୁଥିବା ଚିତ୍ତରଞ୍ଜନଙ୍କୁ ବନ କର୍ମଚାରୀ ମାଡ଼ ମାରିବା ସହ ତାଙ୍କ କ୍ୟାମେରା ଭାଙ୍ଗି ଦେଇଥିଲେ। ଅନ୍ୟ ଖବରଦାତା ଅଟକାଇବାରୁ ସେମାନେ ଗାଳିଗୁଲଜ କରିଥିବା ଏତଲାରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଘଟଣାକୁ ପୁରୀ ଜିଲା କଂଗ୍ରେସ ତୀବ୍ର ନିନ୍ଦା କରିଛି। ଆଲୋକ କୁମାର ଦାଶଙ୍କ ନେତୃତ୍ୱରେ ଜିଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଥିରେ ଦର୍ଶାଯାଇଛି। ଏ ନେଇ ଏସ୍‌ପି ଉମାଶଙ୍କର ଦାଶଙ୍କୁ ପଚାରିବାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲ୍ପଲାଇନ୍‌ ନମ୍ବର ଜାରି କଲା ପୋଲିସ

କଟକ ଅଫିସ,୨୭ା୩: ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ...

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଉପ ଜିଲାପାଳ

ପାଟପୁର,୮ା୫- ସାନଖେମୁଣ୍ଡି ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୧୭୨୪ ଜଣ ପ୍ରବାସୀ ରହୁଛନ୍ତି। ବ୍ରହ୍ମପୁର ଉପ ଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଶୁକ୍ରବାର ବ୍ଲକରେ ପହଞ୍ଚତ୍...

ରାସ୍ତା ଜଗିବସିଛନ୍ତି ଯୁବକ

ମାଧପୁର, ୫ା୪- ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ କନ୍ଧପଡା ଗ୍ରାମ ରାସ୍ତାରେ ଜଗି ରହିଛନ୍ତି କେତେଜଣ ଯୁବକ । ଗ୍ରାମବାସୀଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା...

ଭିତ୍ତିଭୂମି ବଦଳିବା ସତ୍ତ୍ୱେ ଆସିନି ସୁଧାର

ବାଲେଶ୍ୱର ଅଫିସ,୭।୧୧- ବିଧାନସଭାର ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍‌ ଅଶ୍ୱିନୀ ପାତ୍ରଙ୍କ ତତ୍ତ୍ୱାବଧାନରେ ୧୨ ଜଣିଆ ଟିମ୍‌ ବୁଧବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି।...

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର

ନୂଆଗାଁ,୧୬।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅଞ୍ଚଳରେ ଜଣେ ଯୁବତୀ (୧୯)ଙ୍କୁ ବର୍ଷେ ଧରି ଗଣବଳାତ୍କାର କରାଯାଇଥିବା ନେଇ ବୁଧବାର ଅଭିଯୋଗ ହୋଇଛି।...

ଗଜବାହାଲ ପଞ୍ଚାୟତ ୨ ଦିନ ଶଟ୍‌ଡାଉନ

କର୍ଲାମୁଣ୍ଡା,୨୬।୭(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତକୁ ରବିବାର ସକାଳଠାରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ୨ ଦିନ ଶଟ୍‌ଡାଉନ ଘୋଷଣା କରାଯାଇଛି। ପଞ୍ଚାୟତ ନିକଟସ୍ଥ...

୫୨ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଭଞ୍ଜନଗର,୧୦ା୨(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ୫୨ନଂ. ଜିଲା ପରିଷଦ ଜୋନ୍‌ରେ ତ୍ରିମୁଖୀ ଲଢ଼େଇ ହେଉଛି। ବିଜେଡିରୁ ଭାଗ୍ୟଲତା ସେଠୀ, କଂଗ୍ରେସରୁ ସାଗରି ନାୟକ ଓ ଭାଜପାରୁ...

ଗ୍ୟାସ୍‌ ଟାଙ୍କିରୁ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୯ ପରିବାରର ୪୦ ବଖରା

ମହାକାଳପଡ଼ା,୨୦।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ନିୟାମନ୍ତପୁର ଗ୍ରାମରେ ସୋମବାର ଭୟାଭହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୯ ପରିବାରର ୪୦ ବଖରା ଘର...

Advertisement
Archives

Model This Week