ଗଣମାଧ୍ୟମ ପାଇଁ ଫେସ୍‌ବୁକ୍‌ରେ ନୂଆ ସୁଯୋଗ: ଖବର ପ୍ରକାଶନ ପାଇଁ ବର୍ଷକୁ ମିଳିବ ୨୧.୨୬ କୋଟି ଟଙ୍କା

ସାନ୍‌ ଫ୍ରାନ୍ସିସ୍‌କୋ, ୧୦।୮: ଗଣମାଧ୍ୟମ ପାଇଁ ଫେସ୍‌ବୁକ୍‌ରେ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏନେଇ ଫେସ୍‌ବୁକ୍‌ ପକ୍ଷରୁ ଶୀଘ୍ର ନୂଆ ପଦକ୍ଷେପ ଗ୍ରହଣ କରାଯିବ। ଏହା ଅନ୍ତର୍ଗତ ଏଣିକି ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଫେସ୍‌ବୁକ୍‌ରେ ଖବର ପ୍ରକାଶନ ଲାଗି ବର୍ଷକୁ ୨୧.୨୬ କୋଟି ବା ୩୦ ଲକ୍ଷ ଡଲାର ମିଳିବ। ଏହାଦ୍ୱାରା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଫେସ୍‌ବୁକ୍‌ର ଓ୍ବେବ୍‌ସାଇଟ୍‌ରେ ଖବର ପ୍ରକାଶନ କରି ବେଶ୍‌ ଲାଭାନ୍ବିତ ହୋଇପାରିବେ। ସାରା ପୃଥିବୀରେ ନିଜର ଉପସ୍ଥିିତି ଜାହିର୍‌ ତଥା ନିଜର ଓ୍ବେବସାଇଟ୍‌ ସମ୍ପ୍ରସାରଣ କରିବା ଲାଗି ଫେସ୍‌ବୁକ୍‌ ଏପରି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ଏହାଦ୍ୱାରା ବିଭିନ୍ନ ଗଣମାଧ୍ୟମ ସଂସ୍ଥା ବେଶ୍‌ ଉପକୃତ ହୋଇପାରିବେ। ଏନେଇ ଫେସ୍‌ବୁକ୍‌ ପ୍ରତିନିଧି ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି। ବିଭିନ୍ନ ଖବର, ହେଡ୍‌ ଲାଇନ୍‌ ତଥା ଏସମ୍ପର୍କିତ ତଥ୍ୟ ଫେସ୍‌ବୁକ୍‌ ସାଇଟ୍‌ରେ ପ୍ରକାଶନ କଲେ ଏହି ଅର୍ଥ ଦିଆଯିବ ବୋଲି ଫେସ୍‌ବୁକ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କ ପାଖରେ ବିପଜ୍ଜନକ ଆଣବିକ ସୁଟକେସ୍‌, ନିମିଷକେ ରଚିବ ତାଣ୍ଡବ…

ମସ୍କୋ,୧୯।୨ : ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ପାଖରେ ୨୪ ଘଣ୍ଟା ଏକ ଆଣବିକ ସୁଟକେସ୍‌ ରହୁଛି। ଏହି ବିପଜ୍ଜନକ ସୁଟକେସ୍‌ ଦ୍ୱାରା ୬,୨୫୭ ଆଣବିକ...

ଦୃଷ୍ଟି ବାଧିତ ନାବିକ ପ୍ରଶାନ୍ତ ମହାସାଗର ଯାତ୍ରା କରି କଲେ ରେକର୍ଡ

ଟୋକିଓ,୨୦।୪: ଇଛା ଶକ୍ତି ସମ୍ମୁଖରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜାପାନର ଜଣେ ଦୃଷ୍ଟି ବାଧିତ ନାବିକ। ସେ...

ବାଇଡେନଙ୍କ ସହ “ଚ୍ୟାମ୍ପ-ମେଜର”ବି ଯାଇପାରନ୍ତି ହ୍ୱାଇଟ ହାଉସ: ସହଧର୍ମିଣୀ ଦେଇଥିଲେ ଉପହାର

ୱାଶିଂଟନ,୮ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ଜୋ ବାଇଡେନଙ୍କ ବିଜୟ ପରେ ଏବେ ହ୍ୱାଇଟ ହାଉସକୁ କୁକୁରଙ୍କ ପ୍ରବେଶ ହୋଇପାରେ ବୋଲି ଅନୁମାନ...

ଇରାନ ଡ୍ରୋନ ଆକ୍ରମଣରେ ଆମେରିକା ଠିକାଦାରଙ୍କ ମୃତ୍ୟୁ

ୱାଶିଂଟନ,୨୪ ।୩: ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କି ଉତ୍ତର ପୂର୍ବ ସିରିଆରେ ସନ୍ଦିଗ୍ଧ ଇରାନି ଡ୍ରୋନ ଆକ୍ରମଣରେ ତା’ର ଜଣେ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ହୋଇଛି...

ସୌଦି ଆରବ ଛାତ୍ରୀଛାତ୍ର ପଢ଼ିବେ ରାମାୟଣ, ମହାଭାରତ

ରିୟାଦ,୨୩।୪: ସୌଦି ଆରବର ଶିକ୍ଷା କ୍ଷେତ୍ରରେ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନୂଆ ଭିଜନର ଏକ ଅଂଶ ଭାବେ, ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଦେଶର ସଂସ୍କୃତି ବିଷୟରେ...

ଗର୍ଭାଶୟରୁ ବାହାରିଲା ଶିଶୁର କଟାମୁଣ୍ଡ

ଇସ୍‌ଲାମାବାଦ,୨୨ା୬: ପାକିସ୍ତାନ ସିନ୍ଧରୁ ଡାକ୍ତରଖାନା କର୍ମଚାରୀଙ୍କ ଅବହେଳାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛିି। ଥାରପରକାର ଜିଲା ରୁରାଲ ହେଲ୍‌ଥ ସେଣ୍ଟରରେ ଜଣେ ୩୨ ବର୍ଷୀୟା...

ମିଳିଲା ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ…

ପାକିସ୍ତାନର ଖୈବର ପଖସ୍ତୁନଖ୍ବା ଅଞ୍ଚଳରୁ ଏକ ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ ମିଳିଛି। ପାକିସ୍ତାନ ଏବଂ ଇଟାଲୀର ପ୍ରତ୍ନତତ୍ତ୍ୱବିତ୍‌ମାନେ ସ୍ବାତ୍‌ ଜିଲାର ବାରିକୋଟ୍‌ରେ...

ଡିଲ ପୂର୍ବରୁ ହଠାତ୍ ଟୁଇଟର ହେଡକ୍ୱାର୍ଟର ପହଞ୍ଚିଲେ ଏଲନ ମସ୍କ, ସାଙ୍ଗରେ ନେଇଥିଲେ ଏମିତି ଜିନିଷ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା

କାଲିଫର୍ନିଆ,୨୭ ।୧୦: ବହୁତ ଦିନର ଅପେକ୍ଷା ପରେ ବୁଧବାର ସେହି ସମୟ ଉପନୀତ ହୋଇଥିଲା ଯେତେବେଳେ ଏଲନ ମସ୍କ ଟୁଇଟର ଅଫିସ ପହଞ୍ଚିଥିଲେ । କୋର୍ଟଙ୍କ...

Advertisement
Archives

Model This Week