ଭଞ୍ଜନଗର,୨୫।୯(ଡି.ଏନ.ଏ.)-ସୋରଡ଼ା ଥାନା ଅଞ୍ଚଳରେ ୨୦୧୫ ମସିହାରେ ଜଣେ ମହିଳାଙ୍କୁ ଗଣବଳତ୍କାର ପରେ ଅଶ୍ଳୀଳ ଫଟୋ ଭାଇରଲ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଭଞ୍ଜନଗର ସବ୍ଜଜ୍ ପ୍ରମାଣ ଅଭାବରୁ ୪ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ ସରପଞ୍ଚ ଥିବା ଜଣାପଡ଼ିଛି। ଏହି ମାମଲାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଫେରାର ଥିବାଯୋଗୁ ତାଙ୍କର ବିଚାରଣ ହୋଇପାରିନାହିଁ। ଜଣେ ନାବାଳକଙ୍କ ବ୍ରହ୍ମପୁର ଜୁଭେନାଇଲ କୋର୍ଟରେ ବିଚାର ଚାଲିଛି।
ପ୍ରକାଶଯେ, ଜଣେ ପୂର୍ବତନ ସରପଞ୍ଚଙ୍କ ସହ ପୀଡିତାଙ୍କ ସ୍ବାମୀଙ୍କର ପାରିବାରିକ ସମ୍ପର୍କ ଥିଲା। ତାଙ୍କ ଘରକୁ ସେ ବିଭିନ୍ନ ସମୟରେ ଯିବାଆସିବା କରନ୍ତି। ଦିନେ ପୀଡିତାଙ୍କ ସ୍ବାମୀ ଘରେ ନଥିବା ବେଳେ ପୂର୍ବତନ ସରପଞ୍ଚ ମହିଳାଙ୍କୁ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ ଅନ୍ୟ ଅଭିଯୁକ୍ତମାନେ ଜାଣିବା ପରେ ମହିଳାଙ୍କୁ ଧମକ ଦେଇ ବଳତ୍କାର କରିଥିଲେ। ଏହି ସମୟର ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ। ଏହାପରେ ୨୦ ହଜାର ଟଙ୍କା ନଦେଲେ ଉକ୍ତ ଫଟୋକୁ ଭାଇରଲ କରିଦେବାକୁ ୨ଜଣ ଅଭିଯୁକ୍ତ ମହିଳାଙ୍କୁ ଧମକ ଦେଇଥିଲେ। ଏହାର କିଛିଦିନ ପରେ ଅଭିଯୁକ୍ତମାନେ ଫଟୋ ଗୁଡ଼ିକୁ ଗ୍ରାମର ସ୍କୁଲ ପାଚେରୀରେ ମାରିଥିଲେ। ଏନେଇ ପୀଡିତାଙ୍କ ସ୍ବାମୀ ସ୍ତ୍ରୀଙ୍କୁ ପଚାରିଥିଲେ। ଏହାପରେ ସ୍ତ୍ରୀ ସମସ୍ତ ଘଟଣା କହିବା ସହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ୪ଜଣ ଅଭିଯୁକ୍ତ ଜାମିନରେ ଆସିଥିଲେ। ମୁଦାଲାମାନଙ୍କ ପକ୍ଷରୁ ଅଶୋକ ଜେନା ମାମଲା ପରିଚାଳନା କରୁଥିଲେ।
ଗଣବଳାତ୍କାର ପରେ, ଅଶ୍ଳୀଳ ଫଟୋ ଭାଇରଲ ମାମଲା: ପୂର୍ବତନ ସରପଞ୍ଚଙ୍କ ସହ ୪ ନିର୍ଦ୍ଦୋଷରେ ଖଲାସ
Posted inଆମ ଜିଲା ଖବର, ଗଞ୍ଜାମ View All
ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…
ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍ଡ଼ ଡିଏସ୍ୱାଇଏସ୍ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍ଯାପିତ ହୋଇଛି।...
ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ
କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...
ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ
ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...
ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା
ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...
ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …
ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...
ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ
ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...
ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...
Archives


