‘ଗଣତାନ୍ତ୍ରିକ ପ୍ରକ୍ରିୟାରେ ବୁଦ୍ଧିଜୀବୀଙ୍କ ନୀରବତା ବିଡମ୍ବନା’: ସୃଜନିକାର ନବବର୍ଷର ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ

ବାଲିଆପାଳ,୩ା୧(ଡି.ଏନ.ଏ.)-ଗଣତାନ୍ତ୍ରିକ ପ୍ରକ୍ରିୟାରେ ବୁଦ୍ଧିଜିବୀଙ୍କ ନୀରବତା ବିଡମ୍ବନା। ଏବେ କେନ୍ଦ୍ର ସରକାରଙ୍କ ଦେଶରେ ସଂଶୋଧିତ ନାଗରିକ ଆଇନ (ସିଏଏ)ଓ ଜାତୀୟ ନାଗରିକ ପଞ୍ଜିକା(ଏନଆରସି)କୁ ନେଇ ଆନ୍ଦୋଳନ, ଜଳାପୋଡା, ରାଲି, ଧାରଣା ଚାଲିଥିବା ବେଳେ ବୁଦ୍ଧିଜୀବୀମାନେ ନୀରବ ରହିବା ପରିତାପର ବିଷୟ। ସେମାନେ ଦେଶର ବୃହତର ସ୍ବାର୍ଥଦୃଷ୍ଟିରୁ ସ୍ପଷ୍ଟ ମତସାବ୍ୟସ୍ତ କରିବା ଅତି ଜରୁରୀ ବୋଲି ବୁଧବାର ବାଲିଆପାଳର ପୁରାତନ ସାରସ୍ବତ ଅନୁଷ୍ଠାନ ସୃଜନିକାର ନବବର୍ଷ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ସୃଜନିକା ସଭାପତି ସୁଧାଂଶୁ ଶେଖର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ରେବତୀର ସମ୍ପାଦିକା ସୁବାସିନୀ ଜେନା ମୁଖ୍ୟଅତିଥି, ଉକତ୍ଳ ସମ୍ମିଳନୀ ରାଜ୍ୟ ସଭାପତି ଡ.ଅଦ୍ୱୈତ କୁମାର ପାତ୍ର ମୁଖ୍ୟବକ୍ତା, ଜଳେଶ୍ୱର ଦୀନକୃଷ୍ଣ ସ୍ମୃତିପରିଷଦର ସମ୍ପାଦକ ବିପିନ ବିହାରୀ ବିଶ୍ୱାଳ, ଶିକ୍ଷକ ନେତା ନାରାୟଣ ପ୍ରସାଦ ସାହୁ, ଡା.ପ୍ରଦୀପ କୁମାର ମିଶ୍ର, କବି ଭରତ ଚନ୍ଦ୍ର ଦାସ, ଶାନ୍ତନୁ ପଟ୍ଟନାୟକ, ଗାୟକ ଜୟନ୍ତ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ା ସୃଜନିକା ଆବାହକ ଅଧ୍ୟାପକ ସୁକାନ୍ତ ଗିରି ଅତିଥି ପରିଚୟ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଦ୍ଧେନ୍ଦୁ ପାଣିଗ୍ରାହୀ, ସନ୍ନ୍ୟାସୀ ବେହେରା, ନଳିନୀକାନ୍ତ ପାଢୀ, ଅମରେନ୍ଦ୍ର ଦାସ, କବି ଭାରତୀ ସରିତା ମହାନ୍ତି, ଡ.ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ସାରସ୍ବତ ବନ୍ଧୁମିଳନ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବକୁ ପରିଚାଳନା କରିଥିଲେ ା ଅତିଥିମାନେ ଅନୁଷ୍ଠାନର ମୁଖପତ୍ର ସୃଜନିକା, କବୟିତ୍ରୀ ଶାନ୍ତିଲତା ପଣ୍ଡାଙ୍କ ଆମ୍ରପଲ୍ଲୀ, ସରିତା ମହାନ୍ତିଙ୍କ ମଧୁମକ୍ଷିକା, ବିଜୟ ପାତ୍ରଙ୍କ ଅୟସୀକାନ୍ତା ଆଦି ପୁସ୍ତକଗୁଡିକୁ ଅତିଥିମାନେ ଉନ୍ମୋଚନ କରିଥିଲେ ା ଉତ୍ସବରେ ରାଜ୍ୟର ୪୧ ଜଣ ଅବହେଳିତ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା ଅସିତ ପଣ୍ଡା, ଡ.କୃଷ୍ଣାକୁମାରୀ ନାୟକ, ସେହ୍ନଲତା ନାୟକ, ସୁଷମାରାଣୀ ମହାନ୍ତି, ଗୋପନାରାୟଣ ଜେନା ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବଳରାମ ସାହୁ, ଅରୁଣ ଜେନା, ଅରବିନ୍ଦ ବେହେରା, ବ୍ୟୋମକେଶ ସାହୁ, ରବିରଞ୍ଜନ ତ୍ରିପାଠୀ, ରାମରଞ୍ଜନ ରାଉତ, ଅଧ୍ୟାପକ ନିରଞ୍ଜନ ବେହେରା, ବିଜୟ ପରିଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri