ଗଡ଼ୁନି ଗାଡ଼ି, ପୂରୁନି ପେଟ-ଦୁଃଖରେ ଦିନ କାଟୁଛନ୍ତି ଚାଳକ, ହେଲ୍‌ପର ଓ କଣ୍ଡକ୍ଟର

ପୁରୀ ଅଫିସ,୩୧ା୩ : ପର୍ଯ୍ୟଟନ ସହର ପୁରୀ। ଦେଶ, ବିଦେଶର ପର୍ଯ୍ୟଟକଙ୍କ ଆଗମନ ଉପରେ ଅନେକ ପରିବାରର ଭାତହାଣ୍ଡି ନିର୍ଭର କରେ। ପର୍ଯ୍ୟଟକ ଆସିଲେ ଦି’ ପଇସା ରୋଜଗାର ହୁଏ, ସେଥିରେ ସେମାନଙ୍କ ଘର ଚଳେ। କିନ୍ତୁ ଏବେ ଅନେକଙ୍କ ଜୀବନ ଜୀବିକା ଉପରେ କରୋନାର ପ୍ରଭାବ ପଡ଼ିଛି। ବିଶେଷକରି ପର୍ଯ୍ୟଟକ ଏବଂ ଜିଲାବାସୀଙ୍କ ଯାତାୟାତର ମୁଖ୍ୟ ମାଧ୍ୟମ ବସ୍‌, ଟେମ୍ପୋ ଏବଂ ଅନ୍ୟାନ୍ୟ ଗାଡ଼ିିର କର୍ମଚାରୀମାନେ ଦୁଃଖରେ ଦିନ କାଟୁଛନ୍ତି। ଲକ୍‌ଡାଉନ ଯୋଗୁ କୌଣସି ଗାଡ଼ି ଗଡ଼ୁ ନ ଥିବାରୁ ରୋଜଗାର ଠପ୍‌। ତେଣୁ ଶହ ଶହ ସଂଖ୍ୟକ ଗାଡ଼ି ଚାଳକ, ହେଲ୍‌ପର ଏବଂ କଣ୍ଡକ୍ଟରଙ୍କୁ ଘାରିଛି ପରିବାର ପ୍ରତିପୋଷଣ ଚିନ୍ତା। ଲକ୍‌ ଡାଉନ ଦିନ ଯେତେ ଗଡୁଛି ଏମାନଙ୍କ ଚିନ୍ତା ସେତିକି ବଢୁଛି।
ପୁରୀ ଜିଲାରେ ଶ୍ରୀମନ୍ଦିର, ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା, ସାତପଡ଼ା, କାକଟପୁର ମଙ୍ଗଳା ମନ୍ଦିର ପ୍ରଭୃତି ଅନେକ ଦର୍ଶନୀୟ ସ୍ଥାନ ରହିଛି। ଏଥିଲାଗି ପ୍ରତ୍ୟହ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏମାନେ ବିଭିନ୍ନ ଗାଡ଼ି ଭଡାରେ ନେଇ ଏହିସବୁ ସ୍ଥାନ ବୁଲି ଯାଇଥାନ୍ତି। ସେହିପରି ଜିଲାର ବିଭିନ୍ନ ରୁଟ୍‌କୁ ଶହ ଶହ ବସ୍‌ ଚଳାଚଳ କରିଥାଏ। ଏବେ ଗାଡ଼ି ଚଳାଚଳ ବନ୍ଦ ଯୋଗୁ ବସ୍‌, ଟେମ୍ପୋ, କାର ଆଦି ଉପରେ ଭରସା କରି ପରିବାର ଚଳାଉଥିବା ଲୋକେ ହାତବାନ୍ଧି ବସିଛନ୍ତି। ପୁରୀରୁ କାକଟପୁର, ଅସ୍ତରଙ୍ଗ, ଗୋପ, ସାକ୍ଷୀଗୋପାଳ, କୋଣାର୍କ, ନିମାପଡ଼ା, ବଳଙ୍ଗା, ପିପିଲି, ବ୍ରହ୍ମଗିରି, ସାତପଡ଼ା, କଣାସ, ଡେଲାଙ୍ଗ, ଚନ୍ଦନପୁର ପ୍ରଭୃତି ସ୍ଥାନକୁ ଶତାଧିକ ଘରୋଇ ବସ୍‌ ଦୈନିକ ଯାତ୍ରୀ ପରିବହନ କରିଥାନ୍ତି। କଟକ, ଭୁବନେଶ୍ୱରକୁ ମଧ୍ୟ ଅନେକ ବସ୍‌ ଚଳାଚଳ କରିଥାଏ। ଏତଦ୍‌ବ୍ୟତୀତ ଜିଲାରେ ୬୦ଟି ଟୁରିଷ୍ଟ ବସ୍‌, ୨୫ଟି ଟାଉନ ବସ୍‌ ଚଳାଚଳ କରେ। ଏହି ବସ୍‌ଗୁଡ଼ିକରେ ପ୍ରାୟ ୩୦୦ ଡ୍ରାଇଭର, ୨୦୦ କଣ୍ଡକ୍ଟର ଓ ୨୫୦ ହେଲ୍‌ପର କାର୍ଯ୍ୟ କରନ୍ତି। ହେଲେ କରୋନା କଟକଣା ଯୋଗୁ ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକ ନିଜ ନିଜ ଗାଁକୁ ଚାଲି ଯାଇଛନ୍ତି। ଆଉ କେତେଜଣ ପୁରୀରେ ଥିବା ଭଡ଼ାଘରେ ରହିଛନ୍ତି। କାହାରି ହାତରେ କାମ ନାହିଁ। ଗାଡି ଗଡ଼ୁ ନ ଥିବାରୁ ମାଲିକମାନେ ବି ସେମାନଙ୍କ ଅସହାୟତା ପ୍ରକାଶ କରୁଛନ୍ତି। ତେଣୁ କର୍ମଚାରୀମାନେ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି।
ଅନ୍ୟପକ୍ଷରେ ବସ୍‌ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଏବଂ ଜିଲାପାଳଙ୍କ ଉଦ୍ଦେଶ୍ୟରେ ନୀଳଗିରି ମୋଟର କର୍ମଚାରୀ ସଂଘକୁ ଚିଠି ଲେଖିଛନ୍ତି। ଏଭଳି ଦୁର୍ଦ୍ଦିନ ସମୟରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଆର୍ଥିକ ବ୍ୟବସ୍ଥା କରିବାକୁ ସଂଘ ଜରିଆରେ ଗୁହାରି ଜଣାଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନାହିଁ। କେବଳ ବସ୍‌ କର୍ମଚାରୀ ନୁହଁନ୍ତି, ପୁରୀ ସହରରେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଅଟୋ, ଶହ ଶହ କାର ମଧ୍ୟ ରହିଛି। ଏହାର ଚାଳକମାନେ ପର୍ଯ୍ୟଟକ ଓ ଯାତ୍ରୀଙ୍କୁ ବିଭିନ୍ନ ସ୍ଥାନକୁ ନେବା ଆଣିବା କରି ପରିବାର ପ୍ରତିପୋଷଣ କରିଥାନ୍ତି। ସେମାନେ ବି ଏବେ ଖାଲି ହାତରେ ବସିଛନ୍ତି। ନୀଳଗିରି ମୋଟର କର୍ମଚାରୀ ସଂଘର ବିଭୂତି ଭୂଷଣ ମହାନ୍ତି କହିଛନ୍ତି, କରୋନା ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ଠିକ୍‌ ଅଛି। କିନ୍ତୁ ଯେଉଁ ବସ୍‌ କର୍ମଚାରୀମାନେ ଗାଡ଼ି ଚାଲିଲେ ପରିବାର ପ୍ରତିପୋଷଣ କରିଥାନ୍ତି ସେମାନଙ୍କ ପାଇଁ ସରକାର କିଛି ସ୍ବତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିବା ଦରକାର।

 


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri