ଗଠନ ହେଲା ଓବିସି କମିଶନ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି)ଙ୍କ ପ୍ରକୃତ ସଂଖ୍ୟା କେତେ , ସେ ସମ୍ପର୍କରେ କୌଣସି ସରକାରୀ ହିସାବ ନାହିଁ। ତେଣୁ ଏମାନଙ୍କ ପ୍ରକୃତ ସଂଖ୍ୟା କେତେ ତାହା ଜାଣିବା ପାଇଁ ଜାତିଭିତ୍ତିକ ଜନଗଣନା ଆବଶ୍ୟକତା ରହିଥିବା ରାଜ୍ୟ ସରକାର ଅନୁଭବ କରିଥିଲେ। କିଛିଦିନ ତଳେ ସରକାର କ୍ୟାବିନେଟ୍‌ ବୈଠକ ଡକାଇ ଏ ସମ୍ପର୍କିତ ଏକ ସଂକଳ୍ପ ପ୍ରସ୍ତାବ ଗୃହୀତ କରାଇଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିଲେ। ହେଲେ ବଜେଟ ଅଧିବେଶନର ପ୍ରଥମ ଭାଗରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଏକ ଲିଖିତ ଉତ୍ତର ଜାତିଭିତ୍ତିକ ଜନଗଣନା ସପକ୍ଷରେ କେନ୍ଦ୍ର ସରକାର ନ ଥିବା ସ୍ପଷ୍ଟ କରିଥିଲା। ତେଣୁ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ, ସେ ନେଇ ସମସ୍ତଙ୍କ ନଜର ରହିଥିଲା।
ଏହି କ୍ରମରେ ରାଜ୍ୟ ସରକାର ବୁଧବାର ଓବିସି କମିଶନ ଗଠନ ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କୁ ଓବିସିି କମିଶନ୍‌ର ପ୍ରଥମ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଜଷ୍ଟିସ ବିଶ୍ୱାଳ ଓଡ଼ିଶା ହାଇକୋର୍ଟର ବିଚାରପତିଭାବେ କାର୍ଯ୍ୟ କରିସାରିଛନ୍ତି। ଏତଦ୍‌ ବ୍ୟତୀତ ସେ ରାଜ୍ୟ ଖାଉଟି ସମସ୍ୟା ସମାଧାନ ମଞ୍ଚର ସଭାପତି ଭାବେ ୨୦୧୨ ନଭେମ୍ବରୁ ୨୦୧୭ ମାର୍ଚ୍ଚ ଯାଏ ଦାୟିତ୍ୱ ନିର୍ବାହ କରିସାରିଛନ୍ତି। ଅଧ୍ୟକ୍ଷ ବିଶ୍ୱାଳଙ୍କ ସମେତ ଏହି କମିଶନରେ ୩ ଜଣ ସଦସ୍ୟ ଏବଂ ଜଣେ ସଚିବ ସଦସ୍ୟ ରହିଛନ୍ତି। ଏମାନେ ହେଉଛନ୍ତି, ପ୍ରଫେସର ଡକ୍ଟର ନବନୀତା ରଥ, ପ୍ରଫେସର ଡକ୍ଟର ମିତାଲି ଚିନ୍ନାରା ଏବଂ ଡକ୍ଟର ପ୍ରସନ୍ନ କୁମାର ପାତ୍ର। ସେହିପରି ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଫିସର ବୀର ବିକ୍ରମ ଯାଦବ ସଚିବ ସଦସ୍ୟ ରହିଛନ୍ତି। ପ୍ରଫେସର ରଥ ଜଣେ ସମାଜ ବିଜ୍ଞାନୀ। ସେ ପଛୁଆ ବର୍ଗଙ୍କ ସମ୍ପର୍କିତ ବିଭିନ୍ନ ତଥ୍ୟ ଅନୁଶୀଳନ କରିବା ସହ ଗବେଷଣା କରିସାରିଛନ୍ତି। ପ୍ରଫେସର ଚିନ୍ନାରା ପ୍ରୟୋଗାତ୍ମକ ଅର୍ଥନୀତି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେହିଭଳି ଡକ୍ଟର ପାତ୍ର ଜଣେ ନୃତତ୍ତ୍ୱବିତ୍‌(ଆନ୍ଥ୍ରପୋଲୋଜିଷ୍ଟ)। ଉପରୋକ୍ତ ୩ ପ୍ରଫେସର ଉତ୍କଳ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି। ରାଜ୍ୟ ସରକାର ‘ଓଡ଼ିଶା ଷ୍ଟେଟ କମିଶନ ଫର୍‌ ବ୍ୟାକୱାର୍ଡ କ୍ଲାସ ନିୟମ-୧୯୯୩’ରେ ଥିବା ବ୍ୟବସ୍ଥା ଆଧାରରେ ଏହି କମିଶନ ଗଠିତ ହୋଇଥିବା ଜଣାପଡିଛି। ଏହାର ପ୍ରଥମ ଅଧ୍ୟାୟରେ କମିଶନଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ ରହିଛି। ଏହି ନିୟମର ଦ୍ୱିତୀୟ ଅଧ୍ୟାୟରେ କମିଶନ ଗଠନ, ଏହାର ଅଧ୍ୟକ୍ଷ ଓ ସଦସ୍ୟ, କର୍ମଚାରୀ ଏବଂ ସେମାନଙ୍କ ପ୍ରାପ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେହିଭଳି ଖାଲିଥିବା ପଦବୀ, କମିଶନଙ୍କ କାର୍ଯ୍ୟସାରଣୀକୁ ରଦ୍ଦ ନ କରିବା ଇତ୍ୟାଦି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତୃତୀୟ ଭାଗରେ କମିଶନଙ୍କ କାର୍ଯ୍ୟ, କ୍ଷମତା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପିରିୟଡିକ୍‌ ରିଭିଜନ୍‌ ଲିଷ୍ଟ ସମ୍ପର୍କରେ ନିୟମ ସନ୍ନିବେଷିତ କରାଯାଇଛି। ଚତୁର୍ଥ ଭାଗରେ ସରକାରୀ ଅନୁଦାନ, ବାର୍ଷିକ ଅଡିଟ୍‌, ବାର୍ଷିକ ବିବରଣୀ ଏବଂ ଓଡ଼ିଶା ବିଧାନସଭାରେ ଉପସ୍ଥାପନ ହେବାକୁ ବିଭିନ୍ନ ରିପୋର୍ଟ ସମ୍ପର୍କିତ ନିୟମ ଉଲ୍ଲେଖ କରାଯାଇଛି। ସେହିଭଳି ପଞ୍ଚମ ଭାଗରେ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷମତା, ନିୟମ ପ୍ରଣୟନ ବିଧି ସମ୍ପର୍କରେ ଉଲ୍ଲେଖ କରାଯାଇଛି। କମିଶନ ଅଧ୍ୟକ୍ଷଭାବେ ନିଯୁକ୍ତ ହୋଇଥିବା ଜଷ୍ଟିସ ରଘୁନାଥ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟ ସରକାର ଗୁରୁ ଦାୟିତ୍ୱ ଦେଇଛନ୍ତି। ଏହାକୁ ସୂଚାରୁରୂପେ ତୁଲାଇବାକୁ ଚେଷ୍ଟା କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?