ଗଞ୍ଜାମ ଫେରିଲେ ୩୯୫୦ ଦାଦନ: ସ୍କ୍ରିନିଂ ପରେ ପଞ୍ଜୀକରଣ, ସ୍ବତନ୍ତ୍ର ବସ୍‌ରେ ଘରକୁ ପଠାଇଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୨୩।୩: ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଏବେ ଭାରତରେ ବଢ଼ିବାରେ ଲାଗିଛି। ଏହି ଭାଇରସ୍‌କୁ ନେଇ ସମସ୍ତେ ଏବେ ଭୟଭୀତ ହୋଇ ପଡ଼ିଛନ୍ତି। ଫଳରେ ସମସ୍ତ ରୁଟ୍‌ରେ ଟ୍ରେନ ଚଳାଚଳ ସୋମବାରଠାରୁ ବନ୍ଦ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏପରି ସ୍ଥଳେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଦାଦନ ଖଟିବା ପାଇଁ ବିଭିନ୍ନ ରାଜ୍ୟରେ ରହୁଥିବା ବେଳେ ଶନିବାରଠାରୁ ସେମାନେ ବିଭନ୍ନ ଟ୍ରେନରେ ବ୍ରହ୍ମପୁର ଫେରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଜିଆରପି ଥାନାଧିକାରୀ ସୁକାନ୍ତ ଭୋଇ, ଆର୍‌ପିଏଫ୍‌ ଇନ୍ସପେକ୍ଟର ଦିଲୀପ କୁମାର ଓ ୮ଟି ଡାକ୍ତରୀ ଦଳ ବ୍ରହ୍ମପୁର ରେଳଷ୍ଟେଶନରେ ଆସୁଥିବା ଟ୍ରେନଗୁଡିକୁ ଅପେକ୍ଷା କରି ରହିଥିଲେ। ରବିବାର ରାତିରେ ମୁମ୍ବାଇ ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିଥିଲା। ସେଥିରେ ବସିଥିବା ୧୫୦୦ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କ ନାମ ପଞ୍ଜୀକରଣ କରାଯାଇଛି। ସେହିପରି ତ୍ରିଭେନ୍ଦରପୁର-ଶାଲିମାର ଏକ୍ସପ୍ରେସରେ ଆସିଥିବା ୫୦୦, ଅହମଦାବାଦ-ପୁରୀ ଏକ୍ସପ୍ରେସ୍‌ରେ ୧୫୦୦, ମେଙ୍ଗାଲୁର-ସାନ୍ତ୍ରାଗାଛି ଟ୍ରେନ୍‌ରେ ୩୫୦, ସିକନ୍ଦରାବାଦ-ହାୱଡ଼ା ଏକ୍ସପ୍ରେସ୍‌ରେ ଆସିଥିବା ୧୦୦ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କର ନାମ ପଞ୍ଜୀକରଣ କରାଯାଇଛି।

ରବିବାର ରାତିରୁ ସୋମବାର ମଧ୍ୟାହ୍ନ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଯାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସୋମବାରଠାରୁ ସମସ୍ତ ଟ୍ରେନ ବାତିଲ ହୋଇଯାଇଥିବା ବେଳେ କେବଳ ଗୁଡ୍ସଟ୍ରେନଗୁଡ଼ିକ ଚଳାଚଳ ହେଉଛି ବୋଲି ଆରପିଏଫ୍‌ ଇନ୍ସପେକ୍ଟର ଦିଲୀପ କୁମାର ସୂଚନା ଦେଇଛନ୍ତି। ଅନ୍ୟପଟେ ରେଳଷ୍ଟେଶନରେ ଓହ୍ଲାଉଥିବା ଯାତ୍ରୀଙ୍କୁ ସ୍ବତନ୍ତ୍ର ବସ୍‌ ଯୋଗେ ଘରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି


Enter your email to get our daily news in your inbox.

All Right Reserved By Dharitri.Com

ଭାବବିହ୍ବଳ କଲା କୁନିଝିଅଙ୍କ ନିବେଦନ

ଭୁବନେଶ୍ୱର,୨।୪(ବ୍ୟୁରୋ): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ୨୧ ଦିନିଆ ଲକ୍‌ଡାଉନ୍‌କୁ ମାନି ନିଜ ନିଜ ଘରେ ସୁରକ୍ଷିତ ରହିବାକୁ...

କିଏ ସେ ରହସ୍ୟମୟୀ ମହିଳା ? ଦାବି କରିିଥିଲେ ଉହାନ ଲ୍ୟାବରୁ ହୋଇଛି କରୋନ ଭୂତାଣୁ ଲିକ୍‌…

ଓ୍ବାଶିଂଟନ,୧୩।୩:  କରୋନା ଭୂତାଣୁର ଲିକ୍‌ ନେଇ ନାନା ଚର୍ଚ୍ଚା ଜାରି ରହିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ଅନ୍ୟ ରାଷ୍ଟ୍ର ଏହାର ଉତ୍ପତ୍ତି ସାର୍ବଜନୀନ କରିବାକୁ...

ବେଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

କେନ୍ଦୁଝର, ୨୬।୫ (ସ୍ବ.ପ୍ର.): କିଛି ଦିନ ତଳେ ବାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବତୀଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଜିଲା ବାଂଶପାଳ...

ପାଠ୍‌ ପଢ଼ାରୁ ବଁଚିତ୍‌ ନିରିହ ଆଦିବାସୀ ଛାତ୍ରୀ:ଗାଁକେ ଯାଇ ଟି.ସି. ଦେଲେ ପ୍ରଧାନ ଶିକ୍ଷକ

କଣ୍ଟାମାଳ, ୭ା୮(ଡି.ଏନ୍‌.ଏ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅଇଁଳାଚୁଅଁା ଆଦର୍ଶ ବିଦ୍ୟାଲୟର ଅଶୋଭନୀୟ ନୀତିର ଶିକାର ହେଇଛନ୍‌ ଝନେ ନିରିହ ଆଦିବାସୀ ଛାତ୍ରୀ। ବିଦ୍ୟାଲୟରୁ ୧୨...

ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା

ବନ୍ତ, ୨୯ା୩(ସ୍ବ.ପ୍ର.)-ବନ୍ତ ବ୍ଲକ ଆଗରପଡା ଥାନା ପୁରୁଷଣ୍ଢ ଗ୍ରାମରେ ବାହାର ରାଜ୍ୟରୁ ଆସି ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା...

ମନ୍ଦିରରୁ ଚୋରି: ଖତଗଦାରୁ ପାର୍ବତୀଙ୍କ ମୂର୍ତ୍ତି ଉଦ୍ଧାର, ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଛଣମେରୀ ଗ୍ରାମସ୍ଥିତ କପିଳେଶ୍ୱରଙ୍କ ମନ୍ଦିରରୁ ଶନିବାର ସନ୍ଧ୍ୟାରେ ୧ଫୁଟ ଉଚ୍ଚତା ବିଶିଷ୍ଟ ଅଷ୍ଟଧାତୁରେ ନିର୍ମିତ ପାର୍ବତୀଙ୍କ ମୂର୍ତ୍ତି ଚୋରି କରିଥିବା ଅଭିଯୁକ୍ତ ରବିବାର...

ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଫେରିଲେଣି ୧ ଲକ୍ଷ ୩୩ ହଜାର ୨୪୫ ପ୍ରବାସୀ, ଗଞ୍ଜାମକୁ ସର୍ବାଧିକ ଫେରିଛନ୍ତି ୫୫,୫୬୭: ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାକୁ ୧ ଲକ୍ଷ ୩୩ ହଜାର ୨୪୫ ପ୍ରବାସୀ ଶ୍ରମିକ ଆସିଛନ୍ତି। ଏନେଇ ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ...

ଚିକିତ୍ସା ଲାଗି ଟଁକା ବାଧକ୍‌: ଗୁରୁତର ହେଉଛେ ସ୍ବାଧୀନର ଅବସ୍‌ତା

ବିନିକା,୧୫ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ମହଦା ଗଁାର ଶ୍ରୀରାମ ନଗର ପଡ଼ାର ଉତ୍ତମ ବିଶ୍ୱାଳକଁର ପୁଓ ସ୍ବାଧୀନ ବିଶ୍ୱାଳ(୪)। ସେ ଜନମ ବେଲେ...

Advertisement
Archives

Model This Week