ଗଞ୍ଜାମ ଜିଲାପାଳଙ୍କ ନିଆରା ପଦକ୍ଷେପ: ତାରାତାରିଣୀଙ୍କ ଚୈତ୍ର ଯାତ୍ରାରେ ମା’ଙ୍କୁ ମାଗଣା ଦର୍ଶନ କରିବେ ଭକ୍ତ

ପୁରୁଷୋତ୍ତମପୁର,୨୨।୨(ଡି.ଏନ୍‌.ଏ.): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମାର୍ଚ୍ଚ ୧୦ ତାରିଖଠାରୁ ଆରମ୍ଭ ହେବ। ଶନିବାର ଯାତ୍ରାର ସୁପରିଚାଳନା ଲାଗି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମା’ଙ୍କ ପୀଠକୁ ଯାଇ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରଛନ୍ତି। ଯାତ୍ରାରେ ଭକ୍ତ ଓ ମୁଣ୍ଡନ ଲାଗି ଆସୁଥିବା ଶିଶୁ ଏବଂ ମହିଳାଙ୍କ ସୁବିଧା ଲାଗି ବିଭିନ୍ନ ଯୋଜନା କରିଛନ୍ତି । ଏହି ସମୟରେ ଜିଲାପାଳ ଏକ ନିଆରା ପଦକ୍ଷେପ ନେଇ କହିଛନ୍ତି, କିଏ କ’ଣ କାହା ମା’ଙ୍କୁ ଟଙ୍କା ଦେଇ ଦେଖେ। ଭକ୍ତମାନେ ହେଉଛନ୍ତି ମା’ଙ୍କ ସନ୍ତାନ। ତେଣୁ ଯାତ୍ରା ସମୟରେ ମା’ଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତ ଏଣିକି ମାଗଣାରେ ଦର୍ଶନ କରିବେ, ଯାହାକି ଦୀର୍ଘ ଦିନରୁ ଦର୍ଶନ ବାବଦ ଟିକେଟ ମାତ୍ର ୨ ଟଙ୍କା ରହିଥିବା ବେଳେ ଚଳିତବର୍ଷ ଆଉ ଭକ୍ତଙ୍କୁ ଦର୍ଶନ ପାଉଣା ଦବାକୁ ପଡିବ ନାହିଁ । ମାତ୍ର ସ୍ବତନ୍ତ୍ର ଦର୍ଶନ ବାବଦରେ ରହିଥିବା ଟିକେଟ ମୂଲ୍ୟ ୫୦ ଟଙ୍କା ବଦଳରେ ଶହେ ଟଙ୍କା ଲେଖାଏଁ କରିବା ଲାଗି ଏକ ପ୍ରକାର ନିଷ୍ପତ୍ତି ନିଆଯାଇଛି। ଏପରିକି ଦୂରଦୂରାନ୍ତରୁ ଶିଶୁଙ୍କୁ ନେଇ ଆସୁଥିବା ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏହି ସ୍ବତନ୍ତ୍ର ଟିକେଟ ଛତ୍ରପୁର ଓ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ରିମ ବିକ୍ରି ଲାଗି ଲକ୍ଷ୍ୟ ରଖାଯାଇଥିବା ବିଷୟରେ ଆଗାମୀ ବୈଠକରେ ଜଣାଇ ଦିଆଯିବ ବୋଲି ଜିଲାପାଳ କହିଛନ୍ତି। ମନ୍ଦିର ପାହାଡ଼ ଉପର କାର୍ଯ୍ୟ ଚାଲିଥିବା ବେଳେ ପରିସର ସଂକୀର୍ଣ୍ଣ ରହିଥିବା ହେତୁ ଶିଶୁଙ୍କ ମୁଣ୍ଡନ ଚଳିତ ଯାତ୍ରାରେ ପାହାଡ ତଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ପନିର୍‌ ମାମଲା: ବ୍ୟବସାୟୀ ଗିରଫ

କଟକ ଅଫିସ୍‌,୩୧।୧୨: କଟକର ଚାଉଳିଆଗଞ୍ଜ ନକଲି ପନିର୍‌ ମିଳିବା ଘଟଣାରେ ଜଣେ ବ୍ୟବସାୟୀଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ୨୭୨, ୨୭୩, ୪୨୦ ଏବଂ ୩୪...

୧୭ ମାସ ହେଲା ମିଳୁନି ସ୍ୱାସ୍ଥ୍ୟସେବା

ତାଳଚେର,୫ା୨(ନି.ପ୍ର.): କଳାହୀରାର ସହର ତାଳଚେରରୁ ବାର୍ଷିକ ଶତାଧିକ କୋଟି ଟଙ୍କାର ରାଜସ୍ବ ନେଉଛନ୍ତି ସରକାର। କିନ୍ତୁ ଏଠାକାର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିପାରୁ ନାହିଁ। ପାନୀୟ...

ବ୍ରାଉନସୁଗାର କାରବାରକୁ ନାହିଁ ଲଗାମ: ଥାନା, ଫାଣ୍ଡି, ମନ୍ଦିର ସମ୍ମୁଖରେ ଚାଲିଛି ବିକ୍ରି

ନୟାଗଡ଼ ଅଫିସ,୬ା୨: ଖୋର୍ଦ୍ଧା ପରେ ନୟାଗଡ଼ ଜିଲା ଏବେ ବ୍ରାଉନସୁଗାର ବ୍ୟବସାୟୀଙ୍କ କବ୍‌ଜାରେ। ଜିଲାର ବିଭିନ୍ନ ଥାନା, ଫାଣ୍ଡି, ମନ୍ଦିର, ଶିକ୍ଷାନୁଷ୍ଠାନ ସମ୍ମୁଖରେ ବ୍ରାଉନସୁଗାର ବିକ୍ରି...

ଆମ୍ବଗାଁରେ ଧାନକିଣା ଆରମ୍ଭ

ଘଣ୍ଟାପଡା, ୨।୧୨ (ଡି.ଏନ.ଏ): କଣ୍ଟାମାଳ ବ୍ଲକ ଘଣ୍ଟାପଡା ସେବା ସମବାୟ ସମିତି ଲିଃ ତରଫରୁ ସମ୍ପାଦକ କର୍ଣ୍ଣ ରଣାଙ୍କ ତତ୍ତ୍ବାବଧାନରେ ସୋମବାର ଧାନକିଣା ଆରମ୍ଭ ହୋଇଛି...

ସୀମାରେ ଅଟକିଲେ ଘରମୁହଁ। ଶ୍ରମିକ

ପାଟଣା, ୩।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଟଭାସରୁଆ ନିକଟ ସୀମାନ୍ତରେ ଶୁକ୍ରବାର ସାରେ ପଶ୍ଚିମବଙ୍ଗର ୯ଜଣ ଶ୍ରମିକ...

ସରକାରଙ୍କୁ ଚେତାବନୀ ଦେଲେ ଚିତ୍ର ଶିଳ୍ପୀ କଳାକାର

କୋକସରା,୧୪।୩: କଳାହାଣ୍ଡି ଚିତ୍ରଶିଳ୍ପୀ କଳାକାର ସଂଘ ଆନୁକୂଲ୍ୟରେ କୋକସରା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଜିଲାସ୍ତରୀୟ ଚିତ୍ରଶିଳ୍ପୀ କଳାକାର ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। କୋକସରା...

ରେଳଧାରଣାରେ କଟି କର୍ମଚାରୀ ମୃତ

ବ୍ରହ୍ମପୁର ଅଫିସ,୧୩।୯: ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ସରକାରୀ ରେଳବାଇ ଥାନା ଅନ୍ତର୍ଗତ ପୋଡ଼ାପଦର ରେଳଧାରଣାରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କାର୍ଯ୍ୟରତ...

ଏଟିଏମ୍‌ କାଟି ସାଢ଼େ ୨୬ ଲକ୍ଷ ଲୁଟ୍‌

ଢେଙ୍କାନାଳ ଅଫିସ, ୧୬ା୧୨: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିମବାହାଳି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଏକ...

Advertisement
Archives

Model This Week