ଗଞ୍ଜାମରେ ବଦଳିଲା କୋହଳ ନିର୍ଦ୍ଦେଶନାମା: ସାମାଜିକ ଦୂରତ୍ୱ ଅଧିକ କଡ଼ାକଡ଼ି ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମାକୁ ନେଇ ରବିବାର କରୋନା କଟକଣାକୁ କୋହଳ କରାଯାଇଥିଲା। ଅପ୍ରେଲ ୨୦ ତାରିଖଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଦିନସାରା ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ରବିବାର ରାତିରେ ଏହି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରାଯାଇ କୋହଳକୁ ହଟାଇ ଦିଆଯାଇଛି। ପୂର୍ବଭଳି ଲକ୍‌ଡାଉନ ବଳବତ୍ତର ରହିବା ସହ ସକାଳ ୭ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାରହିବ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନୂଆ ନିର୍ଦ୍ଦେଶନାମା ଜାରିକରିଛନ୍ତି।
ପନିପରିବା, ମାଛ, ମାଂସ, ଅଣ୍ଡା, କ୍ଷୀର, ଫଳ ଆଦି ଅତ୍ୟାବଶ୍ୟକ ଦୋକାନ ପୂର୍ବଭଳି ଖୋଲା ରହିବ। ସେହିପରି ଔଷଧ ଦୋକାନ ଦିନ ରାତି ଖୋଲାରହିବ। ବିଭିନ୍ନ ଗ୍ୟାରେଜ, ପାର୍ଟସ ଦୋକାନ ମଧ୍ୟ ସକାଳ ୭ରୁ ୧୨ ଟା ପର୍ଯ୍ୟନ୍ତ ଖୋଲିବ। ତେବେ ଗାଁ ଗହଳିରୁ ଅବରୋଧ ହଟାଯିବ ଏବଂ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ କଟକଣାମୁକ୍ତ ରହିବ ବୋଲି ଜଣାପଡ଼ିଛି।
ପ୍ରାଥମିକ ସେବା ସମବାୟ ସମିତି ଖୋଲା ରହିବ। ବ୍ୟାଙ୍କ ଯଥାରୀତି କାର୍ଯ୍ୟ କରିବ। ନରେଗା ଓ ଉର୍ଣ୍ଣୟନମୂଳକ ନିର୍ମାଣ କାର୍ଯ୍ୟ ଚାଲୁରହିବ। ବିଡିଓମାନେ ମାସ୍କ କ୍ରୟକରି ନରେଗା ଶ୍ରମିକଙ୍କୁ ଦେବେ। ଦୁଇ ଚକିଆ ଯାନରେ କେବଳ ଚାଳକ ହିଁ ଯାତାୟତ କରିପାରିବେ। ସାମାଜିକ ଦୂରତ୍ୱ ଅଧିକ କଡାକଡି କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଦୋକାନୀ ପାଣି, ସାବୁନ ଓ ସାନିଟାଇଜର୍‌ ରଖିବା ସହ ଓ ଗରାଖଙ୍କୁ ବିକ୍ରୟ ପାଇଁ ମାସ୍କ ରଖିବେ। ଦୋକାନ ସମ୍ମୁଖରେ ଛଅ ଫୁଟ ଲେଖାଏ ଦୂରତ୍ୱରେ ଗରାଖଙ୍କ ପାଇଁ ସ୍ଥାନ ଚିହ୍ନଟ କରିବେ। ଦୋକାନରେ ମାସ୍କ ନାହିଁ ତ ସଉଦା ନାହିଁ ଲେଖିବେ। ଯେଉଁ ଦୋକାନରେ ଗହଳି ଦେଖିବାକୁ ମିଳିବ ପ୍ରଶାସନ ତାହାକୁ ଅବିଳମ୍ବେ ସିଲ୍‌ କରିବ। ଚା’ ଦୋକାନ, ପାନ ଦୋକାନ, ଗୁଟ୍‌ଖା ଦୋକାନ, ଗୁପ୍‌ଚୁପ ଦୋକାନ, ଠେଲାଗାଡି ଜଳଖିଆ ଆଦି ବନ୍ଦରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ରଥରେ ଲାଗିବ ସୋରଡ଼ା କାଠ

ସୋରଡା,୨ା୫(ଡି.ଏନ୍‌.ଏ.): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡା ବନ ବିଭାଗ ଗାଜଲବାଡି ବନାଞ୍ଚଳରୁ ସୋମବାର ୨ଟି ଟ୍ରକରେ ରଥକାଠ ପୁରୀ ଅଭିମୁଖେ...

ପରିଚୟପତ୍ର ନ ଥିବାରୁ ଘରକୁ ଫେରିବାକୁ ଲାଗିଲା ୧୦ ବର୍ଷ

କୁଚିଣ୍ଡା,୧୬।୧(ଡି.ଏନ.ଏ.): ସମ୍ବଲପୁର ଜିଲା ମହୁଲପାଲି ଥାନା ବାଙ୍କେ ପଞ୍ଚାୟତ ଗୋପାଳପାଲି ଗ୍ରାମର ରଞ୍ଜିତ କିଷାନ(୨୪) ୧୦ ବର୍ଷ ପରେ ଘରକୁ ଫେରିଛନ୍ତି। ଦୀର୍ଘବର୍ଷ ପରେ ପୁଅକୁ...

ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ

କେନ୍ଦୁଝର,୨୯।୮: କେନ୍ଦୁଝର ପୁରୁଣା ସହର ସିଦ୍ଧସାଧନର ପୀଠ ସିଦ୍ଧମଠରେ ଥିବା ସିଦ୍ଧ ଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମନ୍ଦିର କାନ୍ଥରେ ଅନାବନା...

୨୮ରେ ସକାଳ ୮ରୁ ଦିନ ୧ଟା ପର୍ଯ୍ୟଟକଙ୍କୁ ଧଉଳି ମନା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଶାନ୍ତିସ୍ତୂପ ଧଉଳିର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୮ତାରିଖରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ। ଏହି ଅବସରରେ ଦେଶ ବିଦେଶରୁ ବହୁ ବୌଦ୍ଧ ଭିକ୍ଷୁ,...

‘ତଦନ୍ତ କମିଶନ ସତ୍ତ୍ୱେ ପଦୋନ୍ନତି କେମିତି’

ଭୁବନେଶ୍ବର,୮ା୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛତା ଓ ସାଧୁତାର ଆହ୍ବାନକୁ ଗୃହ ବିଭାଗର ଉଚ୍ଚପଦସ୍ଥ ଅଫିସର ବେଖାତିର କରୁଛନ୍ତି। ଏ ବାବଦରେ ସରକାରଙ୍କ ପାଖରେ ତଥ୍ୟ ରହିଛି...

ରମା ବୈଦ୍ୟନାଥନ୍‌ ପାଇବେ ମାହାରୀ ସମ୍ମାନ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଆଦିଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ରମା ବୈଦ୍ୟନାଥନ ଚଳିତବର୍ଷ ଲାଗି ସମ୍ମାନଜନକ ମାହାରୀ ସମ୍ମାନ ପାଇବାକୁ...

ପିଲାଙ୍କ ପାଇଁ ବିପଦ ବଢୁଛି: ଆଜି ୧୦୨ ପିଲା କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୧୦୨ ଜଣ...

ଲକ୍‌ଡାଉନ ପରେ ବୋଲରମାନେ ଲୟକୁ ଫେରିବା କଷ୍ଟକର: ଲି

ମୁମ୍ବାଇ,୨୭।୫(ପି.ଟି.): ଲକ୍‌ଡାଉନ ଉଠିବା ପରେ ବୋଲରମାନେ ସେମାନଙ୍କ ଲୟ ଫେରିପାଇବା ପାଇଁ ସଂଘର୍ଷ କରିବେ ଓ ଏହା କଷ୍ଟକର ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର...

Advertisement
Archives

Model This Week