Advertisement

ଗଞ୍ଜାମରେ ଆଉ ୫ କୋଭିଡ୍‌ ହସ୍ପିଟାଲ: ଜିଲାପାଳ

ଛତ୍ରପୁର,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମରେ ଆଉ ୫ଟି କୋଭିଡ୍‌ ହସ୍ପିଟାଲ ଖୋଲାଯିବ। ଏନେଇ ପ୍ରସ୍ତୁତି ସରିଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ଜିଲାର ଶିତଳାପଲି ଠାରେ କୋଭିଡ୍‌ ହସ୍ପିଟାଲ ରହିଛି। ସେଠାରେ ୨୦୦ ଶଯ୍ୟା ରହିଛି। କରୋନା ପଜିଟିଭ୍‌ମାନେ କୋଭିଡ୍‌ ହସ୍ପିଟାଲରେ ରହିଛନ୍ତି। ତାଙ୍କର ଠିକ୍‌ ଭାବେ ଚିକିତ୍ସା କରାଯାଉଛି। ଡାକ୍ତରମାନେ ସେମାନଙ୍କ ଉପରେ ନଜର ରଖିଥିବା ଜିଲାପାଳ କହିଛନ୍ତି। ଆବଶ୍ୟକତା ଅନୁସାରେ ବିଭିନ୍ନ ବିଲ୍ଡିଂର କୋଭିଡ୍‌ ହସ୍ପିଟାଲ କରାଯିବା ପାଇଁ ପଦକ୍ଷେପ ନିଆଯିବ ରାଜ୍ୟ ସରକାରଙ୍କ ଦ୍ୱାରା ପଠାଯାଇଥିବା ସ୍ବାସ୍ଥ୍ୟ ଟିମ୍‌ ଗଞ୍ଜାମ ଜିଲାର କ୍ୱାରାଣ୍ଟାଇନ ସେଣ୍ଟର ପରିଦର୍ଶନ କରି କେଉଁ ପ୍ରବାସୀଙ୍କ ଠାରେ କରୋନା ଲକ୍ଷଣ ଅଛି କି ନାହିଁ, କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କ’ଣ ସୁବିଧା ଅଛି, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରୁଛନ୍ତି। ଏହାପୂର୍ବରୁ ଜିଲାପାଳ ଅନ୍ୟମାନଙ୍କ ସହ ସ୍ବାସ୍ଥ୍ୟ ଟିମ୍‌ ଏସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ଠାରୁ ମିଳିବାକୁ ଥିବା ଫିଡ୍‌ ବ୍ୟାକ୍‌ ଆଧାରରେ କାମ ହେବ ଏବଂ ଏହା ଗଞ୍ଜାମ ଜିଲା ପାଇଁ ସହାୟକ ହୋଇପାରିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ମହୋତ୍ସବ ପାଇଁ ଗଣଦୌଡ଼ ୧୫ରେ

ଭଦ୍ରକ ଅଫିସ, ୧୩।୩:  ଆସନ୍ତା ଏପ୍ରିଲ ୨ରେ ରାମ ନବମୀ। ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଚଳିତବର୍ଷ ଆଡ଼ମ୍ବରରେ ଅନୁଷ୍ଠିତ ହେବ। ମହୋତ୍ସବ ପୂର୍ବରୁ...

ରାସ୍ତାରେ ଶିଶୁପୁତ୍ର ଜନ୍ମଦେଲେ ମହିଳା, ଚିକିତ୍ସା ଅବହେଳା ପ୍ରତିବାଦରେ ରାସ୍ତାରୋକୋ

ରଘୁନାଥପୁର, ୭। ୬ (ଡି.ଏନ.ଏ.) : ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଜଣେ ଗର୍ଭବତୀଙ୍କୁ ଚିକିତ୍ସା ସୁବିଧା ନ ମିଳିବାରୁ ସେ ଘରକୁ...

ନିଲମ୍ବନର ସାତ ଦିନ ପରେ କାର୍ଯ୍ୟରେ ଯୋଗ ଦେଲେ ବିଧାନସଭା ଡିସ୍‌ପେନ୍ସନାରୀ ମେଡିକାଲ ଅଫିସର

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ କରୋନା ଭୂତାଣୁ(କୋଭିଡ-୧୯) ରୋଗୀ ଚିହ୍ନଟ ହେବା ପରେ ନିଲମ୍ବିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ବିଧାନସଭା ଜୋନାଲ ଡିସପେନ୍ସନାରୀ ମେଡିକାଲ ଅଫିସର ଲଳିତ...

ଟ୍ରାକ୍ଟର ଚଢ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣା: ବିନା ତଦନ୍ତରେ ଯୁବକ ଗିରଫ ଅଭିଯୋଗ

ଦଶରଥପୁର,୧ା୪(ଡି.ଏନ.ଏ.): ଯାଜପୁର ଜିଲା ଦଶରଥପୁର ତହସିଲ ଅଧୀନ ବୈତରଣୀ ନଦୀର ପଲ୍ଲାସାହି ବାଲିଘାଟରୁ ମଙ୍ଗଳବାର ବେଆଇନ ଭାବେ କେତେକ ଟ୍ରାକ୍ଟର ବାଲି ଉଠାଉଥିଲେ। ଖବର ପାଇ...

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ

ଫୁଲବାଣୀ ଅଫିସ/ବାଲିଗୁଡ଼ା/କୋଟଗଡ଼(ଡି.ଏନ୍‌.ଏ.)୨୪ା୧୨-କନ୍ଧମାଳ ଜିଲା ବାଲିଗୁଡ଼ା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ ଭିନିତ୍‌ ପ୍ରସାଦ ଶ୍ରୀବାସ୍ତବ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ପୁରୁଣା ବିଲ୍‌ ପାସ୍‌ କରାଇ ଦେବାପାଇଁ...

ଜିଲାପାଳଙ୍କ ଅଫିସ ଘେରିଲେ ଆଦିବାସୀ

ଛତ୍ରପୁର,୨୮ା୧(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ଆଦିବାସୀ ସଙ୍ଗଠନ ୭ ଦଫା ଦାବି ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ଜମି...

ପୁରୀ ମୁଖ୍ୟ ଚିକିତ୍ସାଳୟ ଓଟି ସିଲ୍‌

ପୁରୀ ଅଫିସ: ୧।୮: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଅପରେଶନ ଥିଏଟର (ଓଟିକୁ) ଶନିବାର ସିଲ୍‌ କରାଯାଇଛି। ଜଣେ ଡାକ୍ତର, ଷ୍ଟାପ ନର୍ସ ଓ ଏଏନ୍‌ଏମ...

ଘରେ ପଶି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ ଅଫିସ,୧୮।୪: କିଛି ଦିନର ବ୍ୟବଧାନ ପରେ ଶ୍ରୀକ୍ଷେତ୍ରରେ ପୁଣି ରକ୍ତ ଛିଟା ପଡ଼ିଛି। ରବିବାର ଭୋର ସମୟରେ ପୁରୀ ଦଇତାପଡ଼ା ସାହିର ଜଣେ ଯୁବକ...

Advertisement
Archives

Model This Week