‘ଗଜନି’ ଲୁକ୍‌ରେ ପୁଣି ଫେରିବେ ଆମିର!

‘ଗଜନି’ ଲୁକ୍‌ରେ ପୁଣି ଫେରିବେ ଆମିର!
ମୁମ୍ବାଇ: ବଲିଉଡ୍‌ ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଜନ୍ମଦିନ ପୂର୍ବରୁ ଏକ ଖୁସି ଖବର ଆସିଛି। ଆମିର ପୁଣିଥରେ ‘ଗଜନି’ ଲୁକ୍‌ରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ୨୦୦୮ରେ ଆସିଥିବା ଏହି ଫିଲ୍ମ ସେତେବେଳେ ହିଟ୍‌ ହୋଇଥିବା ବେଳେ ଏହାର ରିମେକ୍‌ କଥା ଶୁଣି ପୁଣି କିଛି ଦର୍ଶକେ ଉତ୍ସାହିତ ହୋଇଥିବା ଦେଖାଯାଇଛି। ଅସଲକଥା ହେଲା ନିକଟରେ ରିଲାଏନ୍ସ ଏଣ୍ଟରଟେନମଣ୍ଟେ ପ୍ରଡକସନ୍‌ ହାଉସ୍‌ ଦ୍ୱାରା ଆମିରଙ୍କ ‘ଗଜନି’ ଫିଲ୍ମ ରିଲେଟେଡ ଏକ ପୋଷ୍ଟର ଶେୟାର କରାଯାଇଛି। ଏହାସହ ଲେଖାଯାଇଛି କି ଆମେ ଗଜନି ସମ୍ପର୍କରେ କିଛି କହିବାକୁ ଚାହୁଁଥିଲୁ। ହେଲେ ଆମେ ଭୁଲି ଯାଇଛୁ ଯେ ଆମେ କ’ଣ କହିବାକୁ ଚାହୁଁଥିଲୁ। ଏହାସହ ଆମିରଙ୍କୁ ଟ୍ୟାଗ କରାଯାଇ କୁହାଯାଇଛି ଯେ ଏଥିପାଇଁ ଗଜନିକୁ ଦୋଷ ଦିଆଯାଉ। ଏହାପରେ ଦର୍ଶକେ ଅନୁମାନ କରୁଛନ୍ତି କି ‘ଗଜନି’ର ସିକ୍ୟୁଏଲ ଅର୍ଥାତ୍‌ ‘ଗଜନି ୨’ ବୋଧେ ନିର୍ମାଣ କରାଯିବ। ପୂର୍ବଥର ଗଜନି ପାଇଁ ଆମିର ଖୁବ୍‌ ପରିଶ୍ରମ କରିଥିବା ବେଳେ ଯଦି ଏହାର ସିକ୍ୟୁଏଲ ନିର୍ମାଣ କରାଯିବ ତେବେ ଏଥିରେ ଲିଡ୍‌ ରୋଲରେ କେଉଁ ଅଭିନେତାଙ୍କୁ ଦେଖିବାକୁ ମିଳିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ…

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

ଟିମ ଇଣ୍ଡିଆକୁ ବଡ଼ ଝଟକା; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ…

ନୂଆଦିଲ୍ଲୀ,୨।୮: ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଯିବାର ସମ୍ଭାବନା ଅଛି। ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri