ଗଛମୂଳେ ଚାଲିଛି ମଧ୍ୟାହ୍ନଭୋଜନ

ଚମ୍ପୁଆ, ୮ା୭(ଡି.ଏନ୍‌.ଏ): ସମସ୍ତେ ପଢ଼ିବେ ସମସ୍ତେ ବଢ଼ିବେ ଆଧାରରେ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଥମରୁ ୮ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି। ଏହି ମଧ୍ୟାହ୍ନଭୋଜନ ପାଇଁ ପଞ୍ଚନିୟମ ପ୍ରଣୟନ କରାଯାଇଛି। ମାତ୍ର ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩ ଶହ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଉଥିବା ବେଳେ ଏମାନଙ୍କ ବସିବା ପାଇଁ କୌଣସି ସ୍ଥାନ ନିରୂପଣ କରାଯାଉନାହିଁ।
ସୂଚନା ଅନୁସାରେ, ୧୯୪୮ ମସିହାରେ ନିର୍ମିତ ଏହି ଉଚ୍ଚ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ଏକ ପ୍ରମୁଖ ବିଦ୍ୟାଳୟ ରୂପେ ପରିଗଣିତ ହେଉଥିଲା। ମାତ୍ର ପରେ ପରେ ଏହି ବିଦ୍ୟାଳୟର ପରୀକ୍ଷାଫଳକୁ ନେଇ ଶିକ୍ଷାଦାନ ପ୍ରତି ଅଭିଭାବକମାନେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଦେଖିବାକୁ ମିଳୁଛି। ଏହି ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନଭୋଜନର ଗୁଣାତ୍ମକ ମାନ ଠିକ୍‌ ରହୁଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀ ଏହାର ଦାୟିତ୍ୱ ତୁଲାଉଛି। ବିଦ୍ୟାଳୟ ପରିସରରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ପାଇଁ ରୋଷେଇଶାଳ ରହିଛି, ମାତ୍ର ଛାତ୍ରୀଛାତ୍ରଙ୍କ ବସିବା ପାଇଁ ସ୍ଥାନ ନ ଥିବାରୁ ସେମାନେ ଗଛମୂଳେ ବସି ମଧ୍ୟାହ୍ନଭୋଜନ ଖାଉଛନ୍ତି। ମଧ୍ୟାହ୍ନଭୋଜନ ପାଇଁ ଥିବା ପଞ୍ଚନିୟମ ଯଥା- ସୁରକ୍ଷିତ ପରିଷ୍କାର ସ୍ବାସ୍ଥ୍ୟକର ଉଦ୍ଦେଶ୍ୟଭିତ୍ତିକ, ସୁରକ୍ଷିତ ପୁଷ୍ଟିଭିତ୍ତିକ ଓ ସ୍ବାସ୍ଥ୍ୟକର ରନ୍ଧାଯୁକ୍ତ ଖାଦ୍ୟ, ଖାଇବା ପୂର୍ବରୁ ଓ ପରେ ଉଚିତ୍‌ ହାତଧୁଆ, ସାମାଜିକ ଓ ଲିଙ୍ଗ ଭିତ୍ତିକ ପକ୍ଷପାତିତା ସର୍ବଦା ବର୍ଜନୀୟ ଏବଂ ସୁରକ୍ଷିତ ପାନୀୟଜଳ ଏହି ନିୟମ ଭିତରେ ଯାଉଥିଲେ ମଧ୍ୟ ଏଠାରେ ଏହାର ବିଡ଼ମ୍ବନା ଦେଖିବାକୁ ମିଳୁଛି। ଶିକ୍ଷକମାନେ କେବଳ ଧାଡ଼ି ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେଉଥିବା ବେଳେ ପିଲା ହାତ ଧୋଇଲେ କି ନାହିଁ ଏବଂ ପିଲାମାନେ କେମିତି ସୁସ୍ଥ ପରିବେଶରେ ବସି ଖାଇପାରିବେ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ଗଛମୂଳ ସନ୍ତସନ୍ତିଆ ଘାସ ଗାଲିଚା ଉପରେ ବସି ପିଲାମାନେ ଖାଉଥିବା ଦେଖିବାକୁ ମିଳିଛି। ପରିତାପର ବିଷୟ ଏହି ଯେ, ବିଦ୍ୟାଳୟକୁ ଲାଗିଥିବା ରାସ୍ତା ଦେଇ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି କିପରି କାହାର ନଜର ପଡୁନାହିଁ, ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ଛାତଘରେ ଶିକ୍ଷାଦାନ ଦିଆଯାଉଛି ସତ, ମାତ୍ର ଗଛମୂଳେ ମଧ୍ୟାହ୍ନଭୋଜନ ପରଷିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାରିବାପଣିଆକୁ ପରିହାସ କରୁଛି। ଏ ନେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ମହାନ୍ତଙ୍କୁ ପଚାରିବାରୁ ୨ ବର୍ଷ ତଳେ ପିଲାମାନେ ବସି ଖାଇବା ପାଇଁ ଏକ ଶେଡ୍‌ ନିର୍ମାଣ କରିବାକୁ ତତ୍କାଳୀନ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସେଠୀ ବିଭାଗକୁ ଚିଠି କରିଥିଲେ। ମାତ୍ର ତାହା ଆଜିପର୍ଯ୍ୟନ୍ତ ହୋଇପାରିନାହିଁ। ତୁରନ୍ତ ଏଥିପାଇଁ ବିଭାଗକୁ ଚିଠି କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri