ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ୧୮ ଆହତ

ସୋନପୁର/ମନମୁଣ୍ଡା,୨୬।୫(ନି.ପ୍ର./ଡି.ଏନ.ଏ.):ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ଜିଲା ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖରେ ସୁଜନ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍‌ ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା। ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ବସ୍‌ ନଂ ଓଡି୦୨ଏସି-୦୨୮୦ଟି ରାସ୍ତାପାର୍ଶ୍ୱରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। ଏଥିଯୋଗୁଁ ୧୮ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଡ୍ରାଇଭର ଶାନ୍ତନୁ ନାଏକ ବସ୍‌ରେ ଚାପି ହୋଇ ରହିଥିଲେ। ଜେସିବି ମେଶିନ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଛି। ଡ୍ରାଇଭରଙ୍କ ଗୋଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅନ୍ୟ ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନେ ହେଲେ ଭଦ୍ରକର ବିଭୁତି ପଣ୍ଡା(୩୨), ବଲାଙ୍ଗୀରର ସୁଶିଲ କୁମାର ଷାଣ୍ଢ(୪୦), ସ୍ବାଧୀନ ବିଶି(୪୨), କେଉଁଝରର ଅନିଲ କୁମାର ଓତା, ମଙ୍ଗଳାସାହି କଟକର ଡମ୍ବରୁଧର ଲେଙ୍କା(୩୪), ତରଭା ବ୍ଲକ ଦେଉଳପଦରର ଜିତେନ୍ଦ୍ର ସା(୨୦), ପୁଆର ଗଣେଷ ଦାଶ(୪୦), କଳାହାଣ୍ଡି ଜୟପାଟଣାର ବବି ବାଗ(୪୬) ଓ ସୋନପୁରର ଗଦାଧର ବାରିକ(୬୦)। ସାମାନ୍ୟ ଆହତ ହୋଇଥିବା ଯାତ୍ରୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କୁ ଭେଟିଲେ ଅନ୍ତେବାସୀ

ବରଗଡ଼ ଅଫିସ୍‌, ୯।୭- ବରଗଡ଼ ସହର ଉପକଣ୍ଠ ଚକରକେନ୍ଦ ନିକଟ ମାତୃଛାୟା ଓ ବାନପ୍ରସ୍ଥ ଆଶ୍ରମର ଅନ୍ତେବାସୀମାନେ ମଙ୍ଗଳବାର ମାତୃଛାୟା ଜିଲାପାଳଙ୍କୁ ଭେଟିଛନ୍ତି। ଜିଲାପାଳ ଇନ୍ଦ୍ରମଣି...

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ସମ୍ବଲପୁର,୧୧ା୮(ବ୍ୟୁରୋ): ସମ୍ବଲପୁର କୋର୍ଟ ପରିସରରୁ ଗୁରୁବାର ସନ୍ଧ୍ୟାରେ ସୁନିଲ ନାଏକ ନାମକ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଛନ୍ତି। ପୋଲିସ କର୍ମଚାରୀଙ୍କ ଅବହେଳା ଯୋଗୁ ଏଭଳି ଘଟଣା...

୯୯% ଲକ୍ଷ୍ୟ, ୭୧%ଙ୍କୁ ମିଳିଛି ନିଯୁକ୍ତି

ସମ୍ବଲପୁର,୨୯।୧(ବ୍ୟୁରୋ): ଚଳିତ ଶିକ୍ଷାବର୍ଷ ଶେଷ ହୋଇନାହିଁ, ହେଲେ ଶେଷ ବର୍ଷର ୭୧ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ନିଯୁକ୍ତ ଦେବାକୁ ଅଫର ଦିଆସରିଛି। ସମ୍ବଲପୁର...

ଖବରଦାତାଙ୍କ ଉପରେ ହେଉଥିବା ଆକ୍ରମଣ, ଦୁର୍ବବ୍ୟବହାର ପ୍ରତିବାଦ: କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା, ପ୍ରତିବାଦ ସଭା

ଭବାନୀପାଟଣା,୨୩।୭(ଡି.ଏନ.ଏ.): ଖବରଦାତାଙ୍କ ଉପରେ ହେଉଥିବା ଆକ୍ରମଣ, ଦୁର୍ବବ୍ୟବହାର ପ୍ରତିବାଦରେ ମଙ୍ଗଳବାର କଳାହାଣ୍ଡି ଜିଲା କାର୍ଯ୍ୟରତ ଖବରଦାତାଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଏହି...

ଭଟଲିରେ ରଥଯାତ୍ରା ପ୍ରସ୍ତୁତି, ଜୋରଦାର ଚାଲିଛି ରଥଚକ ନିର୍ମାଣ: ସରକାରୀ ଅନୁଦାନ ମିଳୁ ନ ଥିବା ଅଭିଯୋଗ

ଭଟଲି,୧।୬(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମ। ଏଠାରେ ପୂଜା ପାଆନ୍ତି ଆରାଧ୍ୟ...

ଫାର୍ମାସିଷ୍ଟ ଚୋରି କରୁଛନ୍ତି ନିରାମୟ ଔଷଧ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମାଗଣାରେ ଔଷଧ ଯୋଗାଣ ପାଇଁ ଓଡ଼ିଶା ସରକାର ନିରାମୟ ଯୋଜନା...

କେହି ଶୁଣିଲେନି, ଧାରଣା ଦେଲା ଦୁଗ୍ଧ ସମବାୟ ସମିତି

କୁଚିଣ୍ଡା,୨୯ା୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତ ଗୌଡପାଲି ପ୍ରାଣୀ ଚିକିତ୍ସା ଉପକେନ୍ଦ୍ରରେ ସ୍ଥାୟୀ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ଦାବିରେ ସୋମବାର ଚାଷୀମାନେ ଧାରଣା...

ସରକାରୀ ଯୋଜନା ବାଟବନା: ପରଶାସନିକ ଅବହେଲାର ଶିକାର ଗୁଞ୍ଜି ଚନ୍ଦନ

କେସିଙ୍ଗା, ୧୮।୭ (ଡି.ଏନ୍‌.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ଭୂମିହୀନ, ବାସହୀନମାନକୁ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ...

Advertisement
Archives

Model This Week