ଗଛକଟା ବେଳେ ସ୍କୁଲ ୱାଚ୍‌ମ୍ୟାନ୍‌ଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଜଳେଶ୍ୱର, ୧୦।୭(ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତର ଆରୁହା ଗ୍ରାମସ୍ଥିତ ହରପ୍ରସାଦ ଏକାଡ଼େମୀ ହାଇସ୍କୁଲରେ ମଙ୍ଗଳବାର ଗଛକଟା ଯାଉଥିବା ବେଳେ ଅସାବଧାନତା ବଶତଃ ୱାଚ୍‌ମ୍ୟାନ୍‌ କୁରେନ୍ଦ୍ର ପାତ୍ର(୪୮)ଙ୍କ ଉପରେ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହାର ପ୍ରତିବାଦ କରି ସ୍କୁଲ ପରିସରରେ ଶତାଧିକ ଗ୍ରାମବାସୀ ଏକଜୁଟ୍‌ ହୋଇ ମୃତ କୁରେନ୍ଦ୍ରଙ୍କ ପରିବାରର ଜଣଙ୍କୁ ଉକ୍ତ ସ୍କୁଲରେ ଚାକିରି ତଥା କ୍ଷତିପୂରଣ ଦାବି କରି ଧାରଣାରେ ବସିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଖବରପାଇ ସ୍ଥାନୀୟ ବିଇଓ ବିଜୟ କୁମାର ନାଥ, ସିଆର୍‌ସିସି ପଙ୍କଜ କୁମାର ଜେନା, ଶିକ୍ଷକ ନେତା ମନୋରଞ୍ଜନ ଦାସ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚତ୍ ଦାବି ପୂରଣ ଲାଗି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏଥିସହିତ ମୃତକଙ୍କ ପରିବାରକୁ ବାଲେଶ୍ୱର ଜିଲା ଶିକ୍ଷାଧିକାରୀଙ୍କ ତରଫରୁ ୫ ହଜାର ଓ ଓଷ୍ଟା ସଂଘ ତରଫରୁ ୫ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୧୭/୧୯) ରୁଜୁ କରି ୱାଚ୍‌ମ୍ୟାନ୍‌ଙ୍କ ମୃତଦେହ ବ୍ୟବଚ୍ଛେଦ କରାଇଛି। ଧାରଣାରେ ସରପଞ୍ଚ ହରିଶ ଭୂୟଁା, ପୂର୍ବତନ ସରପଞ୍ଚ ମଧୁସୂଦନ ଦତ୍ତ, ଗ୍ରାମମୁଖ୍ୟ କାର୍ତ୍ତିକ ଚନ୍ଦ୍ର ଭୂୟଁା, ଦେବ କୁମାର ନନ୍ଦୀ, ଗୌରୀଶଙ୍କର ଗିରି, ଜନ୍ମେଜୟ ପ୍ରଧାନ, ଲମ୍ବୁଧର ପାଳ, ମନୋଜ କୁମାର ଭୂୟଁା ପ୍ରମୁଖ ଗ୍ରାମବାସୀ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?