ଗଙ୍ଗା ଆଳତିରେ ସାମିଲ ହେଲେ ସାରା

ବାରାଣସୀ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ତାଙ୍କ ଅପ୍‌କମିଂ ଫିଲ୍ମର ଶୁଟିଂ ପାଇଁ ସୋମବାର ବାରାଣସୀ ବହଞ୍ଚିଛନ୍ତି। ସେଠାରେ ସେ ସୋମବାର ସନ୍ଧ୍ୟାର ଗଙ୍ଗା ଆଳତିରେ ଯୋଗ ଦେଇଥିବା ଦେଖାଯାଇଛି। ଏହାସହ ସେ ଗଙ୍ଗାରେ ନୌବିହାର ମଧ୍ୟ କରିଥିଲେ। ଏହାର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଛି। ବାରାଣସୀ ପରେ ସେ କାଶୀ ଗସ୍ତ କରିଛନ୍ତି। ତାଙ୍କସହ ଅଛନ୍ତି ସାଉଥ୍‌ ଷ୍ଟାର ଧନୁଷ। ସେଠାରେ ମାର୍ଚ୍ଚ ୧ରୁ ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। କାଶୀ ଷ୍ଟେଶନରେ ଏହି ଫିଲ୍ମର ଶୁଟିଂ ୪-୬ ମାର୍ଚ୍ଚ ମଧ୍ୟରେ କରାଯିବାକୁ ଯୋଜନା ରହିଛି। ଉକ୍ତ ଫିଲ୍ମରେ ଏକ ବିହାରି ଝିଅର ଚରିତ୍ର ସହ ଡବଲ ରୋଲରେ ନଜର ଆସିବେ ସାରା। ଏହାସହ ଧନୁଷ ଜଣେ ଦକ୍ଷିଣ ଭାରତୀୟଙ୍କ ଭୂମିକାରେ ନଜର ଆସିବେ। ମାର୍ଚ୍ଚ ୫ରେ ଚନ୍ଦୋଲିର ଖୁରୁଝା ଗାଁରେ ସାରାଙ୍କର କିଛି ସିନ୍‌ ଶୁଟିଂ କରାଯିବାକୁ ଥିବା ବେଳେ ଏବେ ସେ ନଦେସରର ଏକ ହୋଟେଲରେ ରହିଥିବା କୁହାଯାଉଛି। ଏହି ଫିଲ୍ମରେ ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ବସ୍‌ ଫିନାଲେ ପାଇଁ ଭାରତ ଫେରିଲେ ଅବ୍ଦୁ

ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ଏବେ ଏହାର ଫିନାଲେ ଓ୍ବିକ୍‌ ପ୍ରସାରିତ ହେଉଛି। ଫେବୃୟାରୀ ୧୨ରେ ଶୋ’କୁ ଏହାର ବିଜେତା...

ଓବାମାଙ୍କ ପସନ୍ଦ ତାଲିକାରେ ଭାରତୀୟ ଗାୟକଙ୍କ ଗୀତ

ବମ୍ବେ: ୨୦୧୯ ସରିବାକୁ ଆଉ କିଛି ଘଣ୍ଟା ବାକି। ନୂତନ ବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ଆତୁର। ଅପରପକ୍ଷେ ବିଗତ ବର୍ଷର କିଛି ସ୍ମୃତିକୁ ମନେପକାଉଛନ୍ତି...

‘ବିନା ଅନୁମତିରେ ସିଦ୍ଧାର୍ଥ ଶୁକ୍ଳାଙ୍କ ନାମ ବ୍ୟବହାର କରନ୍ତୁ ନାହିଁ’

ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଳାଙ୍କ ପରିବାର ଏକ ବିବୃତ୍ତି ଜାରି କରି ପ୍ରୋଜେକ୍ଟରେ ସ୍ବର୍ଗତ ଅଭିନେତାଙ୍କ ନାମ ବ୍ୟବହାର ପୂର୍ବରୁ ସମସ୍ତଙ୍କ ସହ ପରାମର୍ଶ କରିବାକୁ ଅନୁରୋଧ...

ଅମିତାଭଙ୍କୁ କାହିଁକି କ୍ଷମା ମାଗିଲେ ଅମର ସିଂହ

ନୂଆଦିଲ୍ଲୀ,୧୮।୨: ସମାଜବାଦୀ ପାର୍ଟି(ଏସ୍‌ପି)ର ପୂର୍ବତନ ନେତା ତଥା ରାଜ୍ୟସଭା ଏମ୍‌ପି ଅମର ସିଂହଙ୍କ ଖରାପ୍‌ ସ୍ବାସ୍ଥ୍ୟାବସ୍ଥା ଯୋଗୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଡନୀ...

ଗୁଜବକୁ ଖଣ୍ଡନ କଲେ କ୍ରିତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ଏବଂ ଅଭିନେତା ପ୍ରଭାସଙ୍କ ନିର୍ବନ୍ଧକୁ ନେଇ କିଛିଦିନ ହେବ ବିଭିନ୍ନ କଥା ଶୁଣିବାକୁ ମିଳୁଥିଲା। ଫିଲ୍ମ ‘ଭେଡିଆଁ’ର ପ୍ରମୋଶନ...

ଦିୟା-ବୈଭବଙ୍କ ବିବାହ ପରେ ଏକ୍ସ ଓ୍ବାଇଫ୍‌ ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ସୋମବାର ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଦୁଇଜଣ ଏହି ବିବାହ ପାଇଁ ଖୁବ୍‌ ଉତ୍ସାହିତ...

ତିନିଜଣଙ୍କୁ ବିବାହ ସତ୍ତ୍ୱେ ଏକାକୀ ଜୀବନ ବିତାଉଛନ୍ତି ଏହି ପ୍ରସିଦ୍ଧ ଗାୟକ

ଲେଖକ, ଗାୟକ ତଥା ସଙ୍ଗୀତକାର ଲକି ଅଲ୍ଲୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ...

‘ଶମ୍‌ଶେରା’ର ଟ୍ରେଲର ରିଲିଜ୍‌ ପରେ ବଢୁଛି ଉତ୍ସାହ

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ‘ଶମ୍‌ଶେରା’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବା ପରେ ଦର୍ଶକଙ୍କର ଉତ୍ସାହ ବଢିବାରେ ଲାଗିଛି। ଫିଲ୍ମରେ ଅଭିନେତା ରଣବୀର କପୁର, ବାଣୀ...

Advertisement
Archives

Model This Week