ଗଁ। ଚଳଣିରୁ ବାସନ୍ଦ ଅଭିଯୋଗ:ଗ୍ରାମ ସଭାପତିଙ୍କ ସମେତ ୫ ଗିରଫ

ବଇଣ୍ଡା,୭।୧(ଡି.ଏନ.ଏ.)

ଅନୁଗୋଳ ଜିଲା କିଶୋରନଗର ଥାନା ଚୁଡାଖାଇ ଗ୍ରାମର ଏକ ଦଳିତ ପରିବାରକୁ ବାସନ୍ଦ ଅଭିଯୋଗରେ ପୋଲିସ ସୋମବାର ୫ ଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନେ ହେଲେ ଗ୍ରାମ ସଭାପତି ଉପେନ୍ଦ୍ର ସାହୁ, ସମ୍ପାଦକ ସୁରେଶ କୁମାର ପ୍ରଧାନ, କୋଷାଧ୍ୟକ୍ଷ କରୁଣାକର ପ୍ରଧାନ, ଲବକିଶୋର ସାହୁ, ଶ୍ରୀନିବାସ ପ୍ରଧାନ। ପୋଲିସ କହିଛି, ଚୁଡାଖାଇ ଗ୍ରାମର ପ୍ରତିମା ମିର୍ଦ୍ଧାଙ୍କୁ ଗ୍ରାମବାସୀ ବାସନ୍ଦ କରିବା ସହ ମାନସିକ ନିର୍ଯାତନା ଦେଉଥିବା ନେଇ ଶନିବାର ପ୍ରତିମା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୨/୨୦ରେ ଏକ ମାମଲା ରୁଜୁ କରି ରବିବାର ରାତିରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ପ୍ରତିମା ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଗ୍ରାମବାସୀ ସେହି ଗ୍ରାମର ସୁଶାନ୍ତ କୁମାର ଦାସଙ୍କ ପରିବାରକୁ କିଛିମାସ ତଳେ ବାସନ୍ଦ କରିଥିଲେ। ତାଙ୍କୁ ରାସ୍ତା, ପୋଖରୀ ଆଦି ମନା କରାଯିବା ସହ କେହି ନ ମିଶିବା ପାଇଁ ଡାକବାଜି ମାଧ୍ୟରେ ଜଣାଇ ଦିଆଯାଇଥିଲା। ହେଲେ ପ୍ରତିମାଙ୍କ ଘର ସୁଶାନ୍ତଙ୍କ ଘର ନିକଟରେ ହୋଇଥିବାରୁ ସେ ତାଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେଉଥିଲେ। ଏ ସମ୍ପର୍କରେ କେତେଜଣ ବ୍ୟକ୍ତି ଜାଣି ସୁଶାନ୍ତଙ୍କ ସହ କଥା ନ ହେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ପ୍ରତିମା ଏହା ନ ମାନିବାରୁ ଏକ ସପ୍ତାହ ତଳେ ତାଙ୍କୁ ମଧ୍ୟ ଗାଁରୁ ବାସନ୍ଦ କରାଯିବା ସହ ତାଙ୍କୁ ନଳକୂଅ, ପୋଖରୀ, ରାସ୍ତା ଆଦି ବାରଣ କରାଯାଇଛି। ଶନିବାର ଗ୍ରାମଦେବୀଙ୍କ ବାର୍ଷିକ ପୂଜା ହେଉଥିବା ଯୋଗୁ ସେ ତାଙ୍କ ଚାନ୍ଦା ଗ୍ରାମ ସଭାପତିଙ୍କୁ ଦେଇଥିଲେ ମଧ୍ୟ ତାହା ଗ୍ରହଣ କରା ନ ଯିବା ସହ ଗାଳିଗୁଲଜ କରାଯାଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଅନୁଗୋଳ ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆଠମଲ୍ଲିକ ଏସ୍‌ଡିପିଓ ଭବାନୀ ଶଙ୍କର ଉଦଗାତା, କିଶୋରନଗର ଆଇଆଇସି ପ୍ରତିଭା ମାଝି, କିଆକଟା ଆଇଆଇସି ଓନାମ ଲାକରା, ଆଠମଲ୍ଲିକ ଆଇଆଇସି ପ୍ରିୟବ୍ରତ ଦାସଙ୍କ ସହ ଏକ ଟିମ ରବିବାର ରାତିରେ ଚୁଡାଖାଇ ଗ୍ରାମରେ ଚଢାଉ କରି ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦିପୁରରୁ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୭।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ଘାଟିରୁ ମଙ୍ଗଳବାର ସକାଳେ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସକାଳ ୮.୪୫ରେ ଚାନ୍ଦିପୁରର ୩ ନମ୍ବର...

ଆରମ୍ଭ ହେଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ:୫୦ ଲକ୍ଷ ନୂଆ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର,୩।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି। ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ...

ଭୁବନେଶ୍ୱରରେ ଦିଗ୍‌ବିଜୟ, ଜୟରାମ

ଭୁବନେଶ୍ୱର୧୮।୯(ବ୍ୟୁରୋ): କଂଗ୍ରେସ ଏମ୍‌ପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଏବଂ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଶନିବାର ସାରେ ଭୁବନେଶ୍ୱରରେ ପହଞ୍ଚଛନ୍ତି।...

ପୋଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ, ବୀରମିତ୍ରପୁର ଅଞ୍ଚଳରେ ଚାପା ଉତ୍ତେଜନା

କୁଆଁରମୁଣ୍ଡା,୧୯।୧୧(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପୋଲିସ ହେପାଜତରେ ଥିବା ଜଣେ ଯୁବକଙ୍କର ଗୁରୁବାର ମୃତ୍ୟୁୁ ହୋଇଯାଇଛି। ସେ ହେଉଛନ୍ତି ବୀରମିତ୍ରପୁର କରବୋଲା ରୋଡ୍‌ର ତାରିକ ସଲିମ୍‌(୨୪)...

୧୦ରୁ ଭୁବନେଶ୍ୱର ନୂଆ ଷ୍ଟେଶନରେ ରହିବ ୪ ଯୋଡ଼ା ଟ୍ରେନ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଯାତ୍ରୀଙ୍କ ସୁବିଧା ପାଇଁ ରେଳପଥ ପକ୍ଷରୁ ଆସନ୍ତା ୧୦ ତାରିଖରୁ ଭୁବନେଶ୍ୱର ନୂତନ ଷ୍ଟେଶନରେ ପର୍ଯ୍ୟାୟକ୍ରମେ ୪ ଯୋଡ଼ା ଟ୍ରେନର ରହଣି କରିବ।...

ରାଜ୍ୟରେ ସୁସ୍ଥ ହେଲେ ପୁଣି ୫୧୫ କରୋନା ଆକ୍ରାନ୍ତ: ୧୨ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର,୧୯।୭(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୧୯୯ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡରୁ...

ନାଗରିକତ୍ୱ ସଂଶୋଧନ ବିଧେୟକକୁ ସମର୍ଥନ କଲା ବିଜେଡି

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ସୋମବାର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ ହୋଇଛି। ପୂର୍ବାହ୍ନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଧେୟକ...

ବାଘ ଛାଲ ଜବତ, ୩ କୋର୍ଟ ଚାଲାଣ

ମାଲକାନଗିରି,୧୯ା୧(ଡି.ଏନ୍‌.ଏ.): ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ବନାଞ୍ଚଳର ପୋଟେରୁକୋଲେଠାରେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହି ଚମଡ଼ାର ଲମ୍ବର ପ୍ରାୟ ୧.୧୩ ମିଟର।...

Advertisement
Archives

Model This Week