ଖ୍ରୀଷ୍ଟୋଫର କଲମ୍ବସ୍‌ଙ୍କ ମୂର୍ତ୍ତି ଭାଙ୍ଗି ଦେଲେ ପ୍ରଦର୍ଶନକାରୀ

ଓ୍ବାଶିଂଟନ, ୧୧।୬: ଆମେରିକାରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହାର ଫଳ ସ୍ବରୂପ ବୋଷ୍ଟନରେ ଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ଙ୍କ ମୂର୍ତ୍ତିର ମୁଣ୍ଡ କେତେକ ପ୍ରଦର୍ଶନକାରୀ କାଟି ନେଇଛନ୍ତି। ସେହିପରି ଡାଉନ୍‌ଟାଉନ୍‌ ମିଆମିରେ ମଧ୍ୟ କଲମ୍ବସଙ୍କର ମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି। ଚଳିତ ସପ୍ତାହର ଆରମ୍ଭରେ ରିଚମଣ୍ଡ, ଭର୍ଜିନିଆରେ ଅନ୍ୟ ଏକ ମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇ ନିକଟସ୍ଥ ହ୍ରଦରେ ଫିଙ୍ଗି ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ଉପନିବେଶବାଦୀ ଏବଂ ଦାସତ୍ୱବାଦୀଙ୍କ ମୂର୍ତ୍ତି ହଟାଇବା ପାଇଁ ଏଭଳି ଘଟଣା ପ୍ରଦର୍ଶନକାରୀଙ୍କ ଦ୍ୱାରା ଘଟି ଚାଲିଛି। ଗତ ମାସରେ ମିନିଆପୋଲିସ ସହରରେ ଜଣେ ଶ୍ୱେତାଙ୍ଗ ପୋଲିସ ଅଧିକାରୀଙ୍କ ଦ୍ୱାରା କୃଷ୍ଣକାୟ ଜର୍ଜ ଫ୍ଲୋୟର୍ଡଙ୍କୁ ହତ୍ୟା କରାଯିବା ପରେ ଦେଶରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ତେଜିବାରେ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଇଁ ମ୍ୟାଟର୍‌ନିଟି ଫଟୋଶୁଟ୍‌ କଲେ ସ୍ବାମୀ

ଆମେରିକାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ପାଇଁ ମ୍ୟାଟର୍‌ନିଟି ଫଟୋଶୁଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ସ୍ବାମୀ। ଆମେରିକାର କେଣ୍ଟୁକିରେ ରହୁଥିବା କେଲସି ବ୍ରେଓ୍ବେର...

କୋଭିଡ-୧୯ ମୃତ୍ୟୁ ସମ୍ପର୍କରେ ତଥ୍ୟ ଦେବେନାହିଁ ବ୍ରାଜିଲ ସରକାର

ରିଓ ଡି ଜେନେରିଓ,୭।୬: କୋଭିଡ-୧୯ ବା କରୋନା ଭାଇରସ ଏବେ ସାରା ବିଶ୍ୱରେ ବ୍ୟାପୀ ଚାଲିଥିବା ବେଳେ ଏ କ୍ଷେତ୍ରରେ ବ୍ରାଜିଲର ସ୍ଥିତି ଉଦ୍‌ବେଗଜନକ ରହିଛି।...

ଆମେରିକା ହିଂସା: ଇସ୍ତଫା ଦେଲେ ହ୍ୱାଇଟ ହାଉସର ଦୁଇ ମୁଖ୍ୟ ଅଧିକାରୀ

ୱାଶିଂଟନ,୭ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଉଡେନଙ୍କୁ ଅଫିସିୟାଲି ବିଜୟୀ ପ୍ରାର୍ଥୀ ଘୋଷଣା କରାଯିବା ପରେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହିଂସା...

ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ପୁଣି କହିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆଗ୍ରହୀ ଥିବା କହିଛନ୍ତି। ଦୁଇ ଦେଶ ମଧ୍ୟରେ ଗତ ୨ ସପ୍ତାହ...

ଟ୍ରମ୍ପଙ୍କ ଜିଦ୍‌କୁ ନେଇ ବ୍ୟସ୍ତ ହୋଇ ପଡିଲେଣି ମେଲାନିଆ!

ୱାଶିଂଟନ,୧୦ ।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେବି ତାଙ୍କ ପଦ ଛାଡିବାକୁ ରାଜି ନ ଥିବା ବେଳେ ହାର ମାନିବାକୁ ବି ରାଜି ନାହାନ୍ତି...

ଆହୁରି ମହାମାରୀ ଆଣିବ ଚାଇନା: ଆମେରିକା!

ୱାଶିଂଟନ,୧୮ ।୧: ଆମେରିକା ପ୍ରଥମଥର ପାଇଁ ଦାବି କରିଛି ଯେ ମହାମାରୀ ବ୍ୟାପୁଥିବା କରୋନା ଭାଇରସ ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି(ଡବ୍ଲୁଆଇବି)ରୁ ଆସିଛି ।...

ମହଙ୍ଗା ପଡ଼ିଲା ଭାରତ ସହିତ ପାକିସ୍ତାନର ଶତ୍ରୁତା: ଟମାଟୋ କିଲୋ ୩ଶହ

ଇସ୍‌ଲାମାବାଦ,୧୦।୮: ଜମ୍ମୁ-କଶ୍ମୀରରେ ମୋଦି ସରକାରଙ୍କ ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯିବା ନିଷ୍ପତ୍ତିକୁ ନେଇ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହାପରେ ପାକିସ୍ତାନ ଭାରତରୁ ସବୁ ସମ୍ପର୍କ ଭାଙ୍ଗିବାକୁ...

ତାଇଓ୍ବାନ୍‌ରେ ଟ୍ରେନ୍‌ ଲାଇନଚ୍ୟୁତ: ୪୮ ମୃତ

ତାଇପେଇ, ୩।୪(ଆଇଏଏନ୍‌ଏସ୍‌): ତାଇଓ୍ବାନ୍‌ର ହୁଆଲିଏନ୍‌ରେ ଶୁକ୍ରବାର ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରେନ୍‌ ଲାଇନଚ୍ୟୁତ ହେବାରୁ ଏଭଳି ଭୟାବହ ଦୁର୍ଘଟଣା ଘଟିଛି।...

Advertisement


Archives

Model This Week

Why Dharitri